Mohan Bhagwat: ଜଣେ ବ୍ୟକ୍ତି କେଉଁ ପ୍ରକାର ଖାଦ୍ୟ ଖାଇବା ଆବଶ୍ୟକ? ଜବାବ ଦେଲେ ସଂଘ ମୁଖ୍ୟ
Advertisement

Mohan Bhagwat: ଜଣେ ବ୍ୟକ୍ତି କେଉଁ ପ୍ରକାର ଖାଦ୍ୟ ଖାଇବା ଆବଶ୍ୟକ? ଜବାବ ଦେଲେ ସଂଘ ମୁଖ୍ୟ

RSS Chief on Food: ଭାରତ ପୃଥିବୀର ଅନ୍ୟ ଦେଶ ଭଳି ମାଂସ ଭକ୍ଷଣ କରିଥାଏ। ହେଲେ ଭାରତୀୟ ମାଂସ ଖାଇବା ସମୟରେ  ସଂଯମତା ଅବଲମ୍ବନ କରିଥାନ୍ତି। ଏପରିକି ମାଂସ ଭକ୍ଷଣ କରିବା ସମୟରେ କିଛି ନିୟମ ପାଳନ କରିଥାନ୍ତି। 

Mohan Bhagwat: ଜଣେ ବ୍ୟକ୍ତି କେଉଁ ପ୍ରକାର ଖାଦ୍ୟ ଖାଇବା ଆବଶ୍ୟକ? ଜବାବ ଦେଲେ ସଂଘ ମୁଖ୍ୟ

Mohan Bhagwat on Food: ସଙ୍କଟ ସମୟରେ ଶ୍ରୀଲଙ୍କା ଏବଂ ମାଲଦ୍ୱୀପ ଭଳି ପଡ଼ୋଶୀ ଦେଶକୁ ଭାରତ ଦେଇଥିବା ସହାୟତାକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗଠନ ମୁଖ୍ୟ ମୋହନ ଭଗବତ। ଏହା ସହିତ ଜଣେ ବ୍ୟକ୍ତି କେଉଁ ପ୍ରକାର ଖାଦ୍ୟ ଖାଇବା ଆବଶ୍ୟକ ତାହା କହିଛନ୍ତି ସଂଘ ମୁଖ୍ୟ। ଆରଏସଏସ ଅନୁବନ୍ଧିତ ସଙ୍ଗଠନ ଭାରତ ବିକାଶ ମଞ୍ଚ ପକ୍ଷରୁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ ଯେତେବେଳେ ଶ୍ରୀଲଙ୍କା ଏବଂ ମାଲଦ୍ୱୀପ ସଙ୍କଟରେ ପଡ଼ିଥିଲେ, କେବଳ ଭାରତ ସେମାନଙ୍କୁ ସାହାଯ୍ୟ କରିଥିବା, ବେଳେ ଅନ୍ୟ ଦେଶ ବ୍ୟବସାୟ ସୁଯୋଗ ପାଇବାକୁ ଆଗ୍ରହୀ ଥିଲେ।

ଶୁକ୍ରବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗଠନ (Rashtriya Swayamsevak Sangh) ଆରଏସଏସ (RSS) ଅନୁବନ୍ଧିତ ସଙ୍ଗଠନ ଭାରତ ବିକାଶ ମଞ୍ଚ (Bharat Vikas Manch) ପକ୍ଷରୁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସଂଘ ମୁଖ୍ୟ ମୋହନ ଭଗବତ (Mohan Bhagwat)। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆରଏସଏସ ମୁଖ୍ୟ କହିଛନ୍ତି ଯେ, ଚୀନ୍, ଆମେରିକା ଏବଂ ପାକିସ୍ତାନ ଭଳି ଦେଶ ସେତେବେଳେ ଶ୍ରୀଲଙ୍କା ଉପରେ ଧ୍ୟାନ ଦେଇଥିଲେ ଯେତେବେଳେ ସୋମାନଙ୍କୁ ବ୍ୟବସାୟିକ ସୁଯୋଗ ଦେଖିବାକୁ ମିଳିଲା। ହେଲେ ଯେତେବେଳେ ଶ୍ରୀଲଙ୍କା ଅସୁବିଧାରେ ପଡ଼େ, କିଏ ସାହାଯ୍ୟ କରୁଛି? କେବଳ ଭାରତ। ଜଳ ସଙ୍କଟର ସାମ୍ନା କରୁଥିବା ମାଲଦ୍ୱୀପ ଭଳି ପଡ଼ୋଶୀକୁ କିଏ ପାଣି ପଠାଇଲା? କେବଳ ଭାରତ। ଏହା ହେଉଛି ଆଧ୍ୟାତ୍ମିକ ଭାରତ। ଆଧ୍ୟାତ୍ମିକତା ହେଉଛି ଭାରତର ଆତ୍ମା। ଭାରତ କଣ କରିବା ଆବଶ୍ୟକ?  ନିଜର ଉଦାହରଣ ଦ୍ୱାରା ଏହି ଆଧ୍ୟାତ୍ମିକତା ଆଧାରରେ ଜୀବନ କିପରି ବଞ୍ଚିବାକୁ ହେବ ତାହା ଭାରତ ସମସ୍ତଙ୍କୁ କହିବାକୁ ହେବ।

Also Read: Mohan Bhagwat: ଜଣେ ବ୍ୟକ୍ତି କେଉଁ ପ୍ରକାର ଖାଦ୍ୟ ଖାଇବା ଆବଶ୍ୟକ? ଜବାବ ଦେଲେ ସଂଘ ମୁଖ୍ୟ

ବ୍ୟକ୍ତିତ୍ୱର ସାମଗ୍ରିକ ବିକାଶ (Personality Development) ବାବଦରେ ପ୍ରତିକ୍ରିୟା ରଖି ସଂଘ  ମୁଖ୍ୟ କହିଥଲେ, 'ଯଦି ଆପଣ ଭୁଲ ପ୍ରକାର ଖାଦ୍ୟ ଖାଉଛନ୍ତି ତାହେଲେ ଏହା ଆପଣକୁ ଭୁଲ ପଥରେ ନେଇଯିବ। ଜଣେ ବ୍ୟକ୍ତି ତମାସିକ ଖାଦ୍ୟ ଖାଇବା ଠିକ ନୁହେଁ। ଭାରତ ପୃଥିବୀର ଅନ୍ୟ ଦେଶ ଭଳି ମାଂସ ଭକ୍ଷଣ କରିଥାଏ। ହେଲେ ଭାରତୀୟ ମାଂସ ଖାଇବା ସମୟରେ  ସଂଯମତା ଅବଲମ୍ବନ କରିଥାନ୍ତି। ଏପରିକି ମାଂସ ଭକ୍ଷଣ କରିବା ସମୟରେ କିଛି ନିୟମ ପାଳନ କରିଥାନ୍ତି। ଯେଉଁମାନେ ଏଠାରେ ଶାକାହାରୀ ଖାଦ୍ୟ ଖାଉଛନ୍ତି, ସେମାନେ ଶ୍ରାବଣ ମାସ ପାଇଁ ମାଂସ ଖାଆନ୍ତି ନାହିଁ। ସେମାନେ ସୋମବାର, ମଙ୍ଗଳବାର, ଗୁରୁବାର କିମ୍ବା ଶନିବାର ଦିନ ମାଂସ ଖାଆନ୍ତି ନାହିଁ। ସେମାନେ ନିଜ ପାଇଁ କିଛି ନିୟମ କରିଥାନ୍ତି।

ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଯେଉଁ ଭାରତର ଆତ୍ମା କାମ କରୁଛି ତାହା  ଆମକୁ କରିବାକୁ ହେବ। ଭାରତର ଗୋଟିଏ ମନ, ଗୋଟିଏ ବୁଦ୍ଧି ଏବଂ ଗୋଟିଏ ଆତ୍ମା ​​ଅଛି। ତାହାର ଏକମାତ୍ର ଆତ୍ମସ୍ୱରୂପ ହେଉଛି ସତ୍ୟ। ଭାରତ ସତ୍ୟର ସାକ୍ଷତକାର ଦ୍ୱାରା ନିର୍ମିତ। ସଂଘ ମୁଖ୍ୟ ମୋହନ ଭାଗବତ ଏହି ମନ୍ତବ୍ୟ ଦେଇଛନ୍ତି ଏପରି ଏକ ସମୟ ଦେଇଛନ୍ତି ଯେତେବେଳେ ସାରା ଦେଶରେ ନବରାତ୍ରୀ ପର୍ବ ପାଳନ କରାଯାଉଛି। ଏହି ସମୟ ମଧ୍ୟରେ ଲୋକେ ଉପବାସ ରଖିଥାନ୍ତି ଏବଂ ମଦ-ମାଂସ ଭକ୍ଷଣ କରିବା ଠାରୁ ଦୂରେଇ ରୁହନ୍ତି।