Asaduddin Owaisi targets CM Yogi Adityanath: ରାଜ୍ୟରେ ରହିଥିବା ଅଣ ଅନୁଦାନ ପ୍ରାପ୍ତ ମଦ୍ରାସା ଉପରେ ସର୍ଭେ କରିବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଏହି ପ୍ରସଙ୍ଗରେ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସି ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବର୍ଷିଛନ୍ତି। ଏନେଇ ସେ କହିଛନ୍ତି ଯେ ମଦ୍ରାସା ଧାରା ୩୦ ଅଧିନରେ ଆସୁଛି। ହେଲେ ଉତ୍ତର ପ୍ରଦେଶର ବିଜେପି ସରକାର କାହିଁକି ସରକାର କାହିଁକି ମଦ୍ରାସା ଉପରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି? ଏହା ଏକ ସର୍ଭେ ନୁହେଁ ବରଂ ଏକ ମିନି ଏନଆରସି। ଅନେକ ମଦ୍ରାସା ରାଜ୍ୟର ମଦ୍ରାସା ବୋର୍ଡ ଅଧିନରେ ରହିଛି। ଧାରା ୩୦ ଅନୁଯାୟୀ ସରକାର ଆମର ଅଧିକାରରେ ହସ୍ତକ୍ଷେପ କରିପାରିବେ ନାହିଁ। ସେମାନେ ମୁସଲମାନଙ୍କୁ ଅସୁବିଧାରେ ପକାଇବାକୁ ଚାହୁଁଛନ୍ତି।


COMMERCIAL BREAK
SCROLL TO CONTINUE READING

ଯେତେବେଳେ ଉତ୍ତର ପ୍ରଦେଶ ସରକାର ରାଜ୍ୟର କୌଣସି ଅଣ ଅନୁଦାନ ପ୍ରାପ୍ତ ମଦ୍ରାସାକୁ କୌଣସି ସରକାରୀ ସହାୟତା ପ୍ରଦାନ କରୁନାହାଁନ୍ତି, ସେତେବେଳେ ଏହି ମଦ୍ରାସା ଉପରେ କାହିଁକି ସର୍ଭେ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସି। ଏଭଳି ଅନେକ ବେସରକାରୀ ମଦ୍ରାସା ଅଛି, ଯାହାର ସରକାରଙ୍କ ସହ କୌଣସି ସମ୍ପର୍କ ନାହିଁ। ହେଲେ ଏହି ମଦ୍ରସା ଉତ୍ତର ପ୍ରଦେଶ ମଦ୍ରାସା ବୋର୍ଡ ଅଧିନରେ ପଞ୍ଜୀକୃତ ହୋଇଛନ୍ତି। ତାହା ସରକାରଙ୍କ ଅଧିନରେ ରହିଛି। ଇସଲାମ ବାବଦରେ ଅଧ୍ୟୟନ ପାଇଁ ମୁଁ ମୋର ମଦ୍ରାସା ଖୋଲୁଛି। ହେଲେ ଏହାର ସରକାର ସହିତ କୌଣସି ସମ୍ପର୍କ ନାହିଁ ଏବଂ ସମ୍ବିଧାନର ଧାରା ୩୦ ଅନୁଯାୟୀ ଯଦି ମୁଁ ମୋ ପସନ୍ଦର ଏକ ମଦ୍ରାସା କିମ୍ବା ଶିକ୍ଷାନୁଷ୍ଠାନନ ଖୋଲେ ତାହେଲେ ସରକାର ଏହା ଉପରେ କାହିଁକି ସର୍ଭେ କରିବାକୁ ଚାହୁଁଛନ୍ତି? ସରକାର ସେମାନଙ୍କୁ ଦରମା ଦେଉଛନ୍ତି? ସରକାର ୪ ବର୍ଷ ଧରି ମଦ୍ରାସାକୁ ଦରମା ଦେଇପାରି ନାହାଁନ୍ତି।


Also Read: ମଦ୍ରାସା ଠାରେ ରାଷ୍ଟ୍ରଗାନକୁ ବାଧ୍ୟତାମୂଳକ କରାଇଲେ ଯୋଗୀ ସରକାର


ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ମୁସଲମାନଙ୍କୁ ହଇରାଣ କରିବା ଏବଂ ସେମାନଙ୍କୁ ଟାର୍ଗେଟ କରିବା ପାଇଁ ଏଭଳି ନିଷ୍ପତ୍ତି ନେଉଛି। ମଦ୍ରାସା ଉପରେ କରାଯାଉଥିବା ସର୍ଭେ ହେଉଛି ଏକ ପ୍ରକାର ମିନି ଏନଆରସି। ଯାହା ମାଧ୍ୟମରେ କିଛି ଲୋକ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିଷୟରେ ତଥ୍ୟ ସଂଗ୍ରହ କରୁଛନ୍ତି। ବାସ୍ତବରେ ଏହି ସମଗ୍ର ଘଟଣା ମୁସଲମାନ ସମ୍ପ୍ରଦାୟକୁ ବିଚଳିତ କରିବା ପାଇଁ ଏକ ଷଡଯନ୍ତ୍ର। କାରଣ କିଛି ଲୋକ ଏପରି କାମ କରି ମୁସଲମାନଙ୍କୁ ହଇରାଣ କରିବାକୁ ଚାହାଁନ୍ତି। ଏହା ସର୍ଭେ ନୁହେଁ ବରଂ ଏକ ମିନି ଏନଆରସି। ଅନେକ ମଦ୍ରାସା ୟୁପି ମଦ୍ରାସା ବୋର୍ଡ ଅଧୀନରେ ଅଛି। ଧାରା ୩୦ ଅନୁଯାୟୀ ସରକାର ଆମର ଅଧିକାରରେ ହସ୍ତକ୍ଷେପ କରିପାରିବେ ନାହିଁ। ସେମାନେ ମୁସଲମାନଙ୍କୁ ଅସୁବିଧାରେ ପକାଉଛନ୍ତି।


Also Read: Uttar Pradesh: ଏଣିକି ମଦ୍ରାସାରେ ରାଷ୍ଟ୍ରଗାନ ବାଧ୍ୟତାମୂଳକ


ମଦ୍ରାସା ସର୍ଭେ ଉପରେ ଅସନ୍ତୋଷ ବ୍ୟକ୍ତ କରି ଅସାଦୁଦ୍ଦିନ ଓୱେସି କହିଛନ୍ତି ଯେ ଘରୋଇ ବିଦ୍ୟାଳୟ ଉପରେ କାହିଁକି ସର୍ଭେ କରାଯାଉ ନାହିଁ? ବେସରକାରୀ ବିଦ୍ୟାଳୟ ଉପରେ ଏକ ସର୍ଭେ କରିବାକୁ ଦାବି କରି ସେ କହିଛନ୍ତି ଯେ କାହିଁକି ଉତ୍ତର ପ୍ରଦେଶ ସରକାର ବିଦ୍ୟା ମନ୍ଦିର ଉପରେ ସର୍ଭେ କରୁନାହିଁ? ଯଦି ସର୍ଭେ କରାଯାଏ ତାହେଲେ ସମସ୍ତ ସରକାରୀ ବିଦ୍ୟାଳୟ ଉପରେ ସର୍ଭେ କରାଯିବା ଆବଶ୍ୟକ। ଉତ୍ତର ପ୍ରଦେଶ ସରକାରଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି ଯେ ମଦ୍ରାସାକୁ ଟାର୍ଗେଟ କରାଯାଉଛି। ଏଠାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଦରମା ଦିଆଯାଉ ନାହିଁ।


Also Read: ଏଣିକି ମଦ୍ରାସା ଠାରେ ଦିଆଯିବ ରାଷ୍ଟ୍ରବାଦ ଶିକ୍ଷା


ରାଜ୍ୟର ଅଣଅନୁଦାନ ପ୍ରାପ୍ତ ମଦ୍ରାସା ଉପରେ ସର୍ଭେ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ସଂଖ୍ୟାଲଘୁ ମନ୍ତ୍ରୀ ଦାନିଶ ଆଜାଦ ଅଂସାରୀ କହିଛନ୍ତି ଯେ ସର୍ଭେ ସମୟରେ ମଦ୍ରାସା ନାମ, ଏହାକୁ ପରିଚାଳନା କରୁଥିବା ସଂସ୍ଥାର ନାମ, ମଦ୍ରାସା ନିଜସ୍ୱ ଗୃହ ନା ଭଡ଼ାଘରେ ଚାଲୁଛି,  ଏଠାରେ ପଢୁଥିବା ଛାତ୍ରଙ୍କ ସଂଖ୍ୟା ପାନୀୟ ଜଳ ବ୍ୟବସ୍ଥା, ଆସବାବପତ୍ର, ବିଦ୍ୟୁତ୍ ଯୋଗାଣ, ଶୌଚାଳୟ ବ୍ୟବସ୍ଥା, ଶିକ୍ଷକ ସଂଖ୍ୟା, ମଦ୍ରାସାରେ କାର୍ଯ୍ୟକାରୀ ହେଉଥିବା ପାଠ୍ୟକ୍ରମ, ମଦ୍ରାସାର ଆୟ ଉତ୍ସ ଏବଂ ମଦ୍ରାସା ସହ ଅଣସରକାରୀ ସଙ୍ଗଠନ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯିବ। ବର୍ତ୍ତମାନ ଉତ୍ତର ପ୍ରଦେଶରେ ସମୁଦାୟ ୧୬ ହଜାର ୪୬୧ ମଦ୍ରାସା ରହିଛି। ତାହା ମଧ୍ୟରୁ ୫୬୦ ସରକାରୀ ଅନୁଦାନ ପ୍ରଦାନ କରାଯାଇଛି। ରାଜ୍ୟରେ ବିଗତ ୬ ବର୍ଷ ଧରି ଅନୁଦାନ ତାଲିକାରେ ନୂତନ ମଦ୍ରାସା ଅନ୍ତର୍ଭୂକ୍ତ କରାଯାଇ ନାହିଁ।