ମଦ୍ରାସା ଠାରେ ରାଷ୍ଟ୍ରଗାନକୁ ବାଧ୍ୟତାମୂଳକ କରାଇଲେ ଯୋଗୀ ସରକାର
Advertisement

ମଦ୍ରାସା ଠାରେ ରାଷ୍ଟ୍ରଗାନକୁ ବାଧ୍ୟତାମୂଳକ କରାଇଲେ ଯୋଗୀ ସରକାର

ମଦ୍ରାସାରେ ଅଧ୍ୟୟନ କରୁଥିବା ପିଲା ଦେଶର ମୁଖ୍ୟ ସ୍ରୋତକୁ ଆସିବା ଉଚିତ୍ ଏବଂ ସେମାନଙ୍କ ମଧ୍ୟରେ ଦେଶପ୍ରେମର ଭାବନା ବଢୁ। 

ମଦ୍ରାସା ଠାରେ ରାଷ୍ଟ୍ରଗାନକୁ ବାଧ୍ୟତାମୂଳକ କରାଇଲେ ଯୋଗୀ ସରକାର

National Anthem Mandatory for Madrasas: ରାଜ୍ୟରେ ଅବସ୍ଥିତ ଇସଲାମୀୟ ଧାର୍ମିକ ଶିକ୍ଷାନୁଷ୍ଠାନ ମଦ୍ରାସା ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାର। ଏଣିକି ରାଜ୍ୟରେ ଅବସ୍ଥିତ ମଦ୍ରାସାରେ ପାଠ ପଢୁଥିବା ପିଲାଙ୍କୁ ପ୍ରତ୍ୟେକ ଦିନ ଜାତୀୟ ସଂଗୀତ ଗାନ କରିବାକୁ ହେବ। ଉତ୍ତର ପ୍ରଦେଶ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛି ମୁସଲିମ ସମାଜ। ଏନେଇ ମୌଲାନା କହିଛନ୍ତି ଯେ ଯେତେବେଳେ ୧୫ ଅଗଷ୍ଟ ଏବଂ ୨୬ ଜାନୁଆରୀରେ ମାଦ୍ରାସା ଠାରେ ଜାତୀୟ ସଂଗୀତ ଗାନ କରାଯାଏ ସେତେବେଳେ ଏହାକୁ ପ୍ରତ୍ୟେକ ଦିନ ଗାନ କରିବାକୁ ବାଧ୍ୟତାମୂଳକ କରିବାର ଆବଶ୍ୟକତା କ'ଣ? ଏହି ନିଷ୍ପତ୍ତି ମୁସଲିମ ସମାଜର ହିତ ଲାଗି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।   

ଏନେଇ ମତ ରଖି ରାଜ୍ୟ ମଦ୍ରାସା ବୋର୍ଡ (UP Madrasa Board) ଅଧ୍ୟକ୍ଷ ଡ.ଇଫତିଖାର ଅହମ୍ମଦ ଜାଭେଦ (Dr.Iftikhar Ahmed Javed) କହିଛନ୍ତି ଗୁରୁବାର ଠାରୁ ରାଜ୍ୟରେ ଅବସ୍ଥିତ ମଦ୍ରାସା ଖୋଲିବା ସହ ପାଠପଢା ଆରମ୍ଭ ହୋଇଛି। ମଦ୍ରାସାରେ ଅଧ୍ୟୟନ କରୁଥିବା ପିଲା ଦେଶର ମୁଖ୍ୟ ସ୍ରୋତକୁ ଆସିବା ଉଚିତ୍ ଏବଂ ସେମାନଙ୍କ ମଧ୍ୟରେ ଦେଶପ୍ରେମର ଭାବନା ବଢୁ। ଏହାକୁ ନଜରରେ ସକାଳେ ପାଠ ପଢା ଆରମ୍ଭହେବା ପୂର୍ବରୁ ଅନ୍ୟ ପ୍ରାର୍ଥନା ସହିତ ଜାତୀୟ ସଙ୍ଗୀତ ଗାନ କରିବା ମଧ୍ୟ ବାଧ୍ୟତାମୂଳକ ହେବ। ମଦ୍ରାସାରେ ପାଠ ପଢୁଥିବା ପିଲା ଯେପରି ସାଧାରଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ସମକକ୍ଷ ହୋଇପାରିବେ ସେଥିପାଇଁ ମଦ୍ରାସା ବୋର୍ଡ ପକ୍ଷରୁ ପ୍ରୟାସ ଜାରି ରହିଛି।    

ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଛନ୍ତି ଯେ ମୁସଲମାନ ପିଲାଙ୍କ ଗୋଟିଏ ହାତରେ କୁରାନ ଏବଂ ଅନ୍ୟ ହାତରେ କମ୍ପ୍ୟୁଟର ରହିବା ଆବଶ୍ୟକ। ଏହା ମୁସଲମାନ ସମାଜକୁ ଆଗକୁ ନେବା ପାଇଁ ତାଙ୍କର ସକରାତ୍ମକ ଚିନ୍ତାଧାରାକୁ ଦର୍ଶାଏ। ଏହି ଚିନ୍ତାଧାରାକୁ ଆଗକୁ ନେଇ ବର୍ତ୍ତମାନ ଉତ୍ତର ପ୍ରଦେଶ ମଦ୍ରାସା ବୋର୍ଡ ନିଷ୍ପତ୍ତି ନେଇଛି ଯେ ନୂତନ ଶିକ୍ଷା ବର୍ଷରୁ ମଦ୍ରାସାର ପାଠ ପଢୁଥିବା ପିଲା ବାଧ୍ୟତାମୂଳକ ଭାବେ ଧାର୍ମିକ ଶିକ୍ଷା ସହ ଆଧୁନିକ ଜ୍ଞାନ ଆହରଣ କରିବେ। ଏହା ସହିତ ରାଷ୍ଟ୍ରବାଦ ଚିନ୍ତାଧାରାକୁ ଆଗକୁ ବଢାଇବା ପ୍ରତିଦିନ ସେମାନେ ଜାତୀୟ ସଂଗୀତ ଗାନ କରିବେ।  

Also Read: ଏଣିକି ମଦ୍ରାସା ଠାରେ ଦିଆଯିବ ରାଷ୍ଟ୍ରବାଦ ଶିକ୍ଷା

Also Read: Uttar Pradesh: ଏଣିକି ମଦ୍ରାସାରେ ରାଷ୍ଟ୍ରଗାନ ବାଧ୍ୟତାମୂଳକ