ଲକ୍ଷ୍ନୌ: ଆସନ୍ତାବର୍ଷ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହେବାରେ ଲାଗିଛି ଉତ୍ତର ପ୍ରଦେଶ ରାଜନୀ। ନିର୍ବାଚନରେ ଜନସମର୍ଥନ ହାତେଇବା ଲାଗି ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିବାରେ ରାଜ୍ୟରେ କ୍ଷମତାସୀନ ବିଜେପି ଏବଂ ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି।


COMMERCIAL BREAK
SCROLL TO CONTINUE READING

ନିକଟରେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ (Uttar Pradesh Deputy Chief Minister) କେଶବ ପ୍ରସାଦ ମୌର୍ଯ୍ୟ (Keshav Prasad Maurya) ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଳେଶ ଯାଦବଙ୍କ (Akhilesh Yadav) ଉଦ୍ଦେଶ୍ୟରେ କଟାକ୍ଷ କରି କହିଥିଲେ ମୁଁ ତାଙ୍କୁ ଅଖିଳେଶ ଯାଦବ ନୁହେଁ ବରଂ ଅଖିଳେଶ ଅଲ୍ଲୀ ଜିନ୍ନା (Akhilesh Ali Jinnah) ବୋଲି କହିବ। ସେ ପଛୁଆବର୍ଗ ନାଁରେ ସୁବିଧାବାଦୀ ରାଜନୀତି କରୁଛନ୍ତି।  


ଏହାର ଜବାବ ଦେଇ ଅଖିଳେଶ ଯାଦବ କହିଛନ୍ତି ଏଭଳି ଲୋକ ସଧାରଣ ଜନତାଙ୍କୁ ନେଇ ବିଚଳିତ ହୋଇଉଠିଛନ୍ତି। କାରଣ ନିର୍ବାଚନରେ ସମାଜବାଦୀ ପାର୍ଟି ସହିତ ଜନ ସମର୍ଥନ ରହିଥିବା ଦୃଶ୍ୟମାନ ହେଉଛି। ଯାହାର ଫଳସ୍ୱରୂପ ସେମାନଙ୍କର ଭାଷା ବଦଳୁଛି। ପରାଜୟ ଭୟ ସେମାନଙ୍କୁ ହନ୍ତସନ୍ତ କରୁଥିବାରୁ ଦିଲ୍ଲୀରୁ ଏଠାକୁ ଆସିବାକୁ ଥିବା ସେମାନଙ୍କ ନେତା ଆହୁରି ବିବାଦୀୟ ଭାଷା ବ୍ୟବହାର କରିବେ।


Also Read: ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା


ନିକଟ ଅତୀତରେ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର କରିବା ଅବସରରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରି ଅଖିଳେଶ ଯାଦବ କହିଥିଲେ ଭାରତର ସ୍ୱାଧିନତା ସଂଗ୍ରାମରେ (Freedom Movement in India) ପାକିସ୍ତାନର ପ୍ରତିଷ୍ଠାତା (Founder of Pakistan) ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ (Muhammad Ali Jinnah) ଭୂମିକା ରହିଥିଲା। ସମାଜବାଦୀ ପାର୍ଟି ସୁପ୍ରିମୋଙ୍କ ଏଭଳି ବୟାନକୁ ନେଇ ଉତ୍ତର ରାଜନୀତିରେ ସୃଷ୍ଟି ହୋଇଥିଲା ବିବାଦ। ଏହି ପ୍ରସଙ୍ଗରେ ରାଜ୍ୟର ମୁଖ୍ୟ ବିରୋଧି ଦଳକୁ କ୍ରମାଗତ ଭାବେ ଟାର୍ଗେଟ କରି ଆସୁଛି ରାଜ୍ୟରେ କ୍ଷମତାସୀନ ବିଜେପି।  


ନିକଟରେ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କହିଥିଲେ ଅଯୋଧ୍ୟା ଆମର ହୋଇସାରିଛି ଏବେ କାଶୀ-ମଥୁରା ପାଳି ପଡି଼ଛି। ଅଯୋଧ୍ୟା ଠାରେ ପ୍ରଭୁ ରାମଲାଲାଙ୍କ (Lord Ram) ଏକ ଭବ୍ୟ ମନ୍ଦିର (Ayodhya Ram Mandir) ନିର୍ମାଣ ହେଉଥିବାରୁ ଏହାକୁ ନେଇ ଖୁସି ଅଛନ୍ତି ଭକ୍ତ। ଯେପରି ଆମେ ଆନ୍ଦୋଳନ ସମୟରେ ନାରା ଦେଇଥିଲୁ ଯେ ଅଯୋଧ୍ୟା (Ayodhya) ଆମର ହୋଇସାରିଛି ଏବେ କାଶୀ-ମଥୁରା (Kashi-Mathura) ପାଳି ପଡି଼ଛି। ଉଭୟ କାଶୀ ଏବଂ ମଥୁରା ହେଉଛି ଆମର। କାଶୀ ଠାରେ କରିଡର (Kashi Corridor) ନିର୍ମାଣ କରାଯାଇଛି। ବର୍ତ୍ତମାନ କୃଷ୍ଣ ଜନ୍ମଭୂମି (Krishna Janmabhoomi) ପାଳିପଡି଼ଛି। 


Also Read: 'ନିଜ ନାଁ ଅଖିଲେଶ ଅଲି ଜିନ୍ନା ଏବଂ ଦଳର 'ଜିନ୍ନାବାଦୀ ପାର୍ଟି ରଖନ୍ତୁ ଅଖିଲେଶ ଯାଦବ'


ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ସମୟ ବାକି ରହିଥିବା ବେଳେ ବର୍ତ୍ତମାନ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଉଥିବା ରାଜ୍ୟ ରାଜନୀତିରେ ବେଶ ଗୁରୁତ୍ୱ ବହନ କରୁଛି। ଏନେଇ ରାଜନୈତିକ ବିଶେଷଜ୍ଞଙ୍କ ମତରେ ଅଯୋଧ୍ୟା ପରେ ବିଜେପି କାଶୀ-ମଥୁରା ମାମଲାକୁ ଏହି ନିର୍ବାଚନରେ ପ୍ରସଙ୍ଗ କରିପାରେ।