ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
Advertisement
Article Detail0/zeeodisha/odisha1037972

ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଅଯୋଧ୍ୟା ଠାରେ ପ୍ରଭୁ ରାମଲାଲାଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ ହେଉଥିବାରୁ ଏହାକୁ ନେଇ ଖୁସି ଅଛନ୍ତି ଭକ୍ତ।  

ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ଗଣମାଧ୍ୟମ ସହ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଅଯୋଧ୍ୟା ଆମର ହୋଇସାରିଛି ଏବେ କାଶୀ-ମଥୁରା ପାଳି ପଡି଼ଛି। 

ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ (Uttar Pradesh Deputy Chief Minister) କେଶବ ପ୍ରସାଦ ମୌର୍ଯ୍ୟ (Keshav Prasad Maurya) କହିଛନ୍ତି ଅଯୋଧ୍ୟା ଠାରେ ପ୍ରଭୁ ରାମଲାଲାଙ୍କ (Lord Ram) ଏକ ଭବ୍ୟ ମନ୍ଦିର (Ayodhya Ram Mandir) ନିର୍ମାଣ ହେଉଥିବାରୁ ଏହାକୁ ନେଇ ଖୁସି ଅଛନ୍ତି ଭକ୍ତ। ଯେପରି ଆମେ ଆନ୍ଦୋଳନ ସମୟରେ ନାରା ଦେଇଥିଲୁ ଯେ ଅଯୋଧ୍ୟା (Ayodhya) ଆମର ହୋଇସାରିଛି ଏବେ କାଶୀ-ମଥୁରା (Kashi-Mathura) ପାଳି ପଡି଼ଛି। ଉଭୟ କାଶୀ ଏବଂ ମଥୁରା ହେଉଛି ଆମର। କାଶୀ ଠାରେ କରିଡର (Kashi Corridor) ନିର୍ମାଣ କରାଯାଇଛି। ବର୍ତ୍ତମାନ କୃଷ୍ଣ ଜନ୍ମଭୂମି (Krishna Janmabhoomi) ପାଳିପଡି଼ଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Modi) ନେତୃତ୍ୱରେ ଏବଂ ଲୋକଙ୍କ ଆଶୀର୍ବାଦରେ ଏହି ସମସ୍ତ କାର୍ଯ୍ୟ କରାଯାଉଛି।

Also Read: 'ନିଜ ନାଁ ଅଖିଲେଶ ଅଲି ଜିନ୍ନା ଏବଂ ଦଳର 'ଜିନ୍ନାବାଦୀ ପାର୍ଟି ରଖନ୍ତୁ ଅଖିଲେଶ ଯାଦବ'

ଆସନ୍ତା ଡିସେମ୍ବର ୧୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ବାବା ବିଶ୍ୱନାଥଙ୍କୁ (Baba Biswanath)  ଜଳାଭିଷେକ କରିବା ସହ ପୂଜାର୍ଚ୍ଚନା କରିବେ। ପ୍ରଧାନମନ୍ତ୍ରୀ ମୋଦୀ କାଶୀ ଠାରେ ୨ ଦିନ ରହିବେ। ଏନେଇ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। କାଶୀ ବିଶ୍ୱନାଥ କରିଡର (Kashi Biswanath Corridor) ଉଦଘାଟନୀ ଉତ୍ସବରେ ଚାରି ପୀଠର ପୀଠାଧିଶ୍ୱର ଏବଂ ଧର୍ମ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ରହିବେ। ଏହାର ଦାୟିତ୍ୱ ଅଖିଳ ଭାରତୀୟ ସନ୍ଥ ସମିତି ଉପରେ ନ୍ୟସ୍ତ ହୋଇଛି।

Also Read: SP ମୁଖିଆଙ୍କୁ UP ଉପମୁଖ୍ୟମନ୍ତ୍ରୀଙ୍କ ଜବାବ, 'ରାଜ୍ୟରେ ଅଛି ଯୋଗ୍ୟ ସରକାର, ସମସ୍ତଙ୍କର ହେଉଛି ବିକାଶ'

ଅଧିଗ୍ରହଣଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବହୁ ପୁରାତନ ମନ୍ଦିର ଏବଂ ଦେବତାଙ୍କ ପତ୍ତା ମିଳିଛି। ପ୍ରାୟ ୧୨୫ଟି ଛୋଟ ବଡ଼ ମନ୍ଦିର ଏବଂ ଦେବତାଙ୍କୁ ଏହି କରିଡର ଠାରେ ଏକ ଶୃଙ୍ଖଳା ଭାବେ ପ୍ରତିଷ୍ଠା କରାଯାଇଛି। ପ୍ରାୟ ୨୪୫ ବର୍ଷ ପରେ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ନବୀକରଣ କାର୍ଯ୍ୟ କରାଯାଇଛି। ଏହାପୂର୍ବରୁ ଅହିଲ୍ୟାବାୟ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ କରିଯାଇଥିଲାବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟ।