Akhilesh Yadav Action on SP:  ନିକଟରେ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶର ଲୋକସଭା ଆସନରେ ହରାଇବା ଉପନିର୍ବଚନରେ ଦଳୀୟ ପରାଜୟ ପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଦଳର ସମସ୍ତ ଶାଖାକୁ ଭଙ୍ଗ କରିଛନ୍ତି। ଦଳର  ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ଏହି ସୂଚନା ଦିଆଯାଇଛି। ଏନେଇ କୁହାଯାଇଛି ଯେ  ସମାଜବାଦୀ ପାର୍ଟି ଉତ୍ତର ପ୍ରଦେଶ ରାଜ୍ୟ ଶାଖା ସଭାପତିଙ୍କ ବ୍ୟତୀତ ଦଳର ଅନ୍ୟ ସମସ୍ତ ସଙ୍ଗଠନ, ପ୍ରକୋଷ୍ଠ ଏବଂ ଜିଲ୍ଲା କମିଟିକୁ ଭଙ୍ଗ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଦଳୀୟ ସଙ୍ଗଠନ ଭଙ୍ଗାଯିବା ପ୍ରସଙ୍ଗରେ ସମାଜବାଦୀ ପାର୍ଟି ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ନିର୍ଦ୍ଦେଶକ୍ରମେ ଦଳର ଉତ୍ତର ପ୍ରଦେଶ ରାଜ୍ୟ ଶାଖା ସଭାପତିଙ୍କୁ ଛାଡି ଦଳର ସମସ୍ତ ଯୁବ ସଙ୍ଗଠନ, ମହିଳା ସଭା ତଥା ଅନ୍ୟ ସମସ୍ତ ପ୍ରକୋଷ୍ଠର ରାଷ୍ଟ୍ରୀୟ ଅଧ୍ୟକ୍ଷ, ରାଜ୍ୟ ଶାଖା ସଭାପତିଙ୍କ ସମେତ ଜାତୀୟ, ରାଜ୍ୟ, ଜିଲ୍ଲା ସ୍ତରୀୟ କମିଟିକୁ ଭଙ୍ଗ କରାଯାଇଛି।


ଦଳୀୟ ସଙ୍ଗଠନକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଏପରି ଏକ ସମୟରେ ନିଆଯାଇଛି ଯେତେବେଳେ ଦଳ ରାଜ୍ୟର ଆଜମଗଡ ଏବଂ ରାମପୁର ଲୋକସଭା ଆସନ ହୋଇଥିବା ଉପନିର୍ବାଚନରେ ପରାସ୍ତ ହୋଇଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ଏହି ଆସନରେ ସମାଜବାଦୀ ପାର୍ଟି ବାଜିମାତ କରିଥିଲା। ନିଜେ ଅଖିଳେଶ ଯାଦବ ଆଜମଗଡ ଏବଂ ଦଳର ବରିଷ୍ଠ ନେତା ଆଜମ ଖାନ ରାମପୁର ଆସନରୁ ନିର୍ବାଚିତ ହୋଇଥିଲେ। ହେଲେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ହୋଇଥିବା  ବିଧାନସଭା ନିର୍ବାଚନରେ ଉଭୟେ ଯଥାକ୍ରମେ କରହଲ ଏବଂ ରାମପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ନିର୍ବାଚିତ ହେବା ପରେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। 


ସେମାନଙ୍କ ଇସ୍ତଫା ପରେ ଏହି ୨ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ଲାଗି ଗତ ଜୁନ ୨୩ ତାରିଖରେ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ଜୁନ ୨୫ ତାରିଖରେ ପ୍ରକାଶ ପାଇଥିଲା ନିର୍ବାଚନ ଫଳାଫଳ। ଆଜମଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା ଭୋଜପୁରୀ ଅଭନେତା ଦୀନେଶ ଲାଲ ଯାଦବ ନିରହୁଆ ସମାଜବାଦୀ ପାର୍ଟି ପ୍ରାର୍ଥୀ ଧର୍ମେନ୍ଦ୍ର ଯାଦବଙ୍କୁ ୮୬୭୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଅନ୍ୟପଟେ ରାମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧି ସମାଜବାଦୀ ପାର୍ଟି ପ୍ରାର୍ଥୀ ଅସୀମ ରାଜାଙ୍କୁ ୪୨ ହଜାର ୧୯୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। 


Also Read: 'ଭାଇ ଧର୍ମେନ୍ଦ୍ର ଯାଦବଙ୍କ ସହ ଚାଚା ଶିବପାଲ ଯାଦବଙ୍କ ଭଳି ଖେଳ କରିଛନ୍ତି ଅଖିଲେଶ ଯାଦବ'