'ଭାଇ ଧର୍ମେନ୍ଦ୍ର ଯାଦବଙ୍କ ସହ ଚାଚା ଶିବପାଲ ଯାଦବଙ୍କ ଭଳି ଖେଳ କରିଛନ୍ତି ଅଖିଲେଶ ଯାଦବ'
Advertisement
Article Detail0/zeeodisha/odisha1232862

'ଭାଇ ଧର୍ମେନ୍ଦ୍ର ଯାଦବଙ୍କ ସହ ଚାଚା ଶିବପାଲ ଯାଦବଙ୍କ ଭଳି ଖେଳ କରିଛନ୍ତି ଅଖିଲେଶ ଯାଦବ'

Azamgarh Bypoll 2022: ଆଜମଗଡ଼ ଲୋକସଭା ଉପନିର୍ବାଚନକୁ  ନେଇ ରଖିଥିବା ବୟାନ ଲାଗି ଚର୍ଚ୍ଚାକୁ ଆସିଛନ୍ତି ବିଜେପି ପ୍ରାର୍ଥୀ ନିରହୁଆ।

'ଭାଇ ଧର୍ମେନ୍ଦ୍ର ଯାଦବଙ୍କ ସହ ଚାଚା ଶିବପାଲ ଯାଦବଙ୍କ ଭଳି ଖେଳ କରିଛନ୍ତି ଅଖିଲେଶ ଯାଦବ'

Azamgarh Bypoll 2022: ଉତ୍ତର ପ୍ରଦେଶ ଆଜମଗଡ଼ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ଲାଗି ଜୁନ ୨୩ ତାରିଖ ଗୁରିବାର ଅନୁଷ୍ଠିତ ହୋଇଛି ମତଦାନ। ଜୁନ ୨୬ ତାରିଖ ରବିବାର ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ଏହି ନିର୍ବାଚନକୁ ନେଇ ରଖିଥିବା ବୟାନ ଲାଗି ଚର୍ଚ୍ଚାକୁ ଆସିଛନ୍ତି ଭୋଜପୁରୀ ଅଭିନେତା ତଥା ଆଜମଗଡ଼ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଦୀନେଶ ଲାଲ ଯାଦବ ଓରଫ୍ ନିରହୁଆ। ଏଠାରୁ ତାଙ୍କ ବିପକ୍ଷରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ପୂର୍ବତନ ବଦାୟୁଁ ସାଂସଦ ଧର୍ମେନ୍ଦ୍ର ଯାଦବ। ଯଦିଓ ଆଜମଗଡ଼ ଲୋକସଭା ଉପନିର୍ବାଚନରେ ୧୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ମାତ୍ର ଏଠାରେ ମୁକାବିଲା ବିଜେପି-ସମାଜବାଦୀ ପାର୍ଟି ମଧ୍ୟରେ ହୋଇଥିବା ଜଣାପଡ଼ିଛି।   

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର ମୈନପୁରୀ ଜିଲ୍ଲାର କରହଲ ନିର୍ବାଚନମଣ୍ଡଳୀରୁ ବିଧାୟକ ନିର୍ବାଚିତ ହେବା ପରେ ଆଜମଗଡ଼ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ। ଯାହା ଦ୍ୱାରା ଏହି ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଯେଉଁଠୁ ପୂର୍ବତନ ବଦାୟୁଁ ସାଂସଦ ତଥା ଅଖିଲେଶ ଯାଦବଙ୍କ ସମ୍ପର୍କୀୟ ଭାଇ ଧର୍ମେନ୍ଦ୍ର ଯାଦବ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି।

ଗତ ଗୁରୁବାର ଏହି ଉପନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେବା ପରେ ନିଜର ବିଜୟ ଦାବି କରି ବିଜେପି ପ୍ରାର୍ଥୀ ଦୀନେଶ ଲାଲ ଯାଦବ ଓରଫ୍ ନିରହୁଆ ଏକ ବୟାନ ରଖିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏହି ନିର୍ବାଚନ ଉପରେ ପ୍ରତିକ୍ରିୟା ରଖି ନିରହୁଆ କହିଛନ୍ତି ଅଖିଲେଶ ଯାଦବ ଧର୍ମେନ୍ଦ୍ର ଯାଦବଙ୍କ ସହ ଖେଳ କରି ଦେଇଛନ୍ତି। ଯଦି ଅଖିଳେଶ ଯାଦବଙ୍କୁ ଏଠାରେ କୌଣସି ଭରସା ରହିଥନ୍ତା ତାହେଲେ ସେ ଏଠାକୁ ଆସିଥାନ୍ତେ ହେଲେ ସେ ଆସି ନଥିଲେ। ହେଲେ କାହିଁକି ଆସିଲେ ନାହିଁ ତାହାର କାରଣ ସେ  ନିଜେ ଜାଣିଛନ୍ତି। ଆଜମଗଡ଼ରେ ସମାଜବାଦୀ ଗଡ଼ ଭାଙ୍ଗିଯାଇଛି ଏବଂ ପରାଜୟ ନିଶ୍ଚିତ ବୋଲି ଜାଣିଛନ୍ତି ଅଖିଳେଶ ଯାଦବ। ଯେତେବେଳେ ମୁଁ ଆଜମଗଡ ନିର୍ବାଚନମଣ୍ଡଳୀରେ ପ୍ରଚାର କରୁଥିଲି ଲୋକେ ମୋତେ ଏକଥା କହୁଥିଲେ। ନିଜେ ଅଖିଳେଶ ଯାଦବ ଏବଂ ତାଙ୍କ ବାପା 
ମୁଲାୟମ ସିଂହ ଯାଦବଙ୍କୁ ଏଠାରୁ ସାଂସଦ ଭାବେ ନିର୍ବାଚିତ ହେବାର ସୁଯୋଗ ମିଳିଥିଲା। ହେଲେ ଏଠାକାର ସାଂସଦ ହୋଇଥିଲେ ମଧ୍ୟ ସେମାନେ ଆଜମଗଡ଼ ଲାଗି କିଛି କରିନଥିଲେ। ଏବେ ଆଜମଗଡ଼ ମତଦାତା କହିଛନ୍ତି ସେମାନେ ବିଜେପିକୁ ସମର୍ଥନ ଦେବେ। 

ଧର୍ମେନ୍ଦ୍ର ଯାଦବ ପଳାତକ ହେବେ ନାହିଁ ବରଂ ସେ ଅସହାୟ ହୋଇଯିବେ। ଅଖିଳେଶ ଯାଦବ ଏହା କରିଥିଲେ ଏବଂ ସେଥିପାଇଁ ସେ ତାଙ୍କୁ ଆଜମଗଡ ପଠାଇ ଦେଇଛନ୍ତି। ପ୍ରଥମେ ସେ ତାଙ୍କ ଚାଚା ଶିବପାଲ ଯାଦବଙ୍କୁ ଅଣଦେଖା କରିଥିଲେ ଏବଂ ଯେତେବେଳେ ସେ ଦେଖିଲି ଯେ ସେ ଆଜମଗଡ଼ ଲାଗି କିଛି କରିନାହାଁନ୍ତି ସେତେବେଳେ ସେ ଜାଣିଲେ ଏଠାରେ କିଛି ହାସଲ କରି ହେବ ନାହିଁ। ସେଥିପାଇଁ ସେ ଧର୍ମେନ୍ଦ୍ର ଯାଦବଙ୍କୁ ଏଠାକୁ ପଠାଇ ତାଙ୍କୁ ଏକ କୋଣରେ ରଖି ଦେଇଥିଲେ। ସେ ତାଙ୍କ ଭାଇ କିମ୍ବା ଚାଚା ଅଥବା ଦଳର ଅନ୍ୟ କୌଣସି ନେତାଙ୍କୁ ତାଙ୍କ ଆଗରେ ରଖିବାକୁ ଚାହୁଁ ନାହାଁନ୍ତି। ସେ ଚାହାଁନ୍ତି ନାହିଁ ଯେ କେହି ତାଙ୍କ ଠାରୁ ଆଗକୁ ଯାଆନ୍ତୁ।

ଆଜମଗଡ଼ ଲୋକସଭା ଆସନ ସମାଜବାଦୀ ପାର୍ଟି ଲାଗି ପାରମ୍ପରିକ ଗଡ଼ ଭାବେ ଜଣାଶୁଣା। ଗତ ୨୦୧୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଅଖିଳେଶ ଯାଦବଙ୍କ ପିତା ମୁଲାୟମ ସିଂହ ଯାଦବ ଏଠାରୁ ସାଂସଦ ନିର୍ବାଚିତ ହୋଇଥିଲେ। ସେହିପରି ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଏସପି ସହ ମେଣ୍ଟ କରି ନିର୍ବାଚନ ଲଢିଥିଲା ସମାଜବାଦୀ ପାର୍ଟି। ଗତ ୨୦୧୯ ନିର୍ବାଚନରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପି ପ୍ରାର୍ଥୀ ଦୀନେଶ ଲାଲ ଯାଦବଙ୍କୁ ପରାସ୍ତ କରିଥିଲେ।

Also Read: UP Loksabha By Election 2022: ରାମପୁର-ଆଜମଗଡ ଆସନ ଲାଗି ପ୍ରାର୍ଥୀ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା