BJP National Executive Meeting: ଜୁଲାଇ ୨ ତାରିଖ ଶନିବାର ହ୍ରାଇଦ୍ରାବାଦ ଠାରେ ଆୟୋଜିତ ହୋଇଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ। ରବିବାର ଏହି ବୈଠକର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପଦାଧିକାରୀ ଏବଂ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ତଥା ଦଳର ରାଜନୈତିକ ପ୍ରସ୍ତାବ ଉପରେ ଏବେ ରହିଛି ନଜର। 


COMMERCIAL BREAK
SCROLL TO CONTINUE READING

ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ସମ୍ବିଧାନ ଉପରେ ଭରସା ରଖି ୨୦୨୨ ଗୁଜୁରାଟ ଦଙ୍ଗା ମାମଲାରେ ଏସଆଇଟି ତଦନ୍ତର ସାମ୍ନା କରିଥିଲେ।   ଦୁର୍ନୀତି ଅଭିଯୋଗ ସାମ୍ନା କରିବା ପରେ ବିରୋଧି ଅରାଜକତା ବିସ୍ତାର କରୁଛନ୍ତି। ଗୁଜୁରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଐତିହାସିକ ବୋଲି ସେ କହିଛନ୍ତି। ଆସନ୍ତ ୩୦-୪୦ ବର୍ଷର ସମୟ ବିଜେପି ଲାଗି ହେବ ଏବଂ ଭାରତ ବିଶ୍ୱ ଗୁରୁ ହେବ। ବିରୋଧୀ ଛିନ୍ନଛତ୍ର ହୋଇଯାଇଛନ୍ତି। କଂଗ୍ରେସ ନେତା ନିଜ ଦଳ ମଧ୍ୟରେ ଗଣତନ୍ତ୍ର ପାଇଁ ପରସ୍ପର ସହ ଲଢୁଛନ୍ତି। ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟ ଦ୍ୱୟରେ ଚାଲିଥିବା ପାରିବାରିକ ଶାସନକୁ ବିଜେପି ପରାସ୍ତ କରିବ। 


ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଦଳ ପାଇଁ ଏକ ରାଜନୈତିକ ପ୍ରସ୍ତାବ ଉପସ୍ଥାପନ କରିବେ। ଏହି ପ୍ରସ୍ତାବକୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସମର୍ଥନ କରିବେ। ଆସାମ ମୁଖ୍ୟମନ୍ତ୍ରୀ ତଥା ଉତ୍ତର-ପୂର୍ବ ଗଣତାନ୍ତ୍ରିକ ସାମୁଖ୍ୟ ସଂଯୋଜକ ହିମନ୍ତ ବିଶ୍ୱ ଶର୍ମା ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏହି ପ୍ରସ୍ତାବ ଉପରେ ଭାଷଣ ଦେବେ।


ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଗତ ହେଉଥିବା ରାଜନୈତିକ ସଂକଳ୍ପ ହେଉଛି ଏକ ଭିଜନ ଡକ୍ୟୁମେଣ୍ଟ ଯାହା ରବିବାର ପାରିତ ହେବ। ବିଭିନ୍ନ ରାଜ୍ୟରେ ହେଉଥିବା ରାଜନୈତିକ ହିଂସା ଏବଂ ସରକାରଙ୍କ ପ୍ରତିଷ୍ଠାକୁ ଖରାପ କରିବାକୁ ଉଦ୍ୟମ ବିରୋଧି ଦଳର ଏଜେଣ୍ଡା ଠାରୁ ଏହାକୁ କିପରି ଦୂର କରାଯାଇପାରିବ ସେନେଇ ମଧ୍ୟ ଆଲୋଚନା ହେବ। 


ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକର ମୁଖ୍ୟ ଆକର୍ଷଣ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦଳର କ୍ୟାଡରଙ୍କ ଲାଗି ଦିଆଯାଉଥିବା ଅଭିଭାଷଣ। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ସହିତ ତୃଣମୂଳ ସ୍ତରରେ ଯୋଡି ରହିବା  ବାବଦରେ ଆଲୋଚନା କରିବେ। ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ୟାରେଡ ଗ୍ରାଉଣ୍ଡ ଠାରେ ଏକ ଜନସଭାକୁ ସମ୍ବୋଧିତ କରିବେ। ଯେଉଁଠାରେ ପ୍ରାୟ ୩୫ ହଜାରରୁ ଅଧିକ ଲୋକ ଉପସ୍ଥିତ ରହିବେ। 


Also Read: BJP National Executive Meeting: ତେଲେଙ୍ଗାନା ଉପରେ ରହିଛି ସ୍ୱତନ୍ତ୍ର ନଜର