Chandrababu Naidu gets Interim Bail: ରାଜ୍ୟର ହୋଇଥିବା କଥିତ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ୫୨ ଦିନ ପରେ କାରାଗାରରୁ ମୁକୁଳିଛନ୍ତି ଚନ୍ଦ୍ରବାବୁ ନାଇଡୁ। ଅକ୍ଟୋବର ୩୧ ତାରିଖ ମଙ୍ଗଳବାର ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। କାରାଗାରରୁ ବାହାରିବା ମାତ୍ରେ ଆନ୍ଧ୍ର ପ୍ରଦେଶ ବିରୋଧି ଦଳ ନେତା ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ  ମୁଁ ଆପଣଙ୍କ ସ୍ନେହକୁ କେବେ ଭୁଲିପାରିବି ନାହିଁ।


COMMERCIAL BREAK
SCROLL TO CONTINUE READING

ଜାମିନ ପାଇବା ପରେ ଦଳୀୟ ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କୁ (TDP Chief Chandrababu Naidu) ଦେଖିବା ପାଇଁ ରାଜମେହେନ୍ଦ୍ରୀ କେନ୍ଦ୍ରୀୟ କାରାଗାର (Rajahmundry Central Jail) ବାହାରେ ତେଲୁଗୁ ଦେଶମ ପାର୍ଟି ସମର୍ଥକ (Telugu Desam Party Supporter) ଏକାଠି ହୋଇଥିଲେ। କାରାଗାରରୁ ବାହାରିବା ମାତ୍ରେ ଚନ୍ଦ୍ରବାବୁ ନାଇଡୁ ତାଙ୍କ ନାତି ନାରା ଦେବାଂଶଙ୍କୁ ଆଲିଙ୍ଗନ କରିଥିଲେ। 


Also Read: Chandrababu Naidu: ଆବେଦନ ଖାରଜ କଲେ ହାଇକୋର୍ଟ; ସୁପ୍ରିମକୋର୍ଟ ଠାରେ ପହଞ୍ଚିଲେ ଚନ୍ଦ୍ରବାବୁ ନାଇଡୁ


ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଛି ୪ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ 
ସ୍ୱାସ୍ଥ୍ୟଗତ କାରଣରୁ ଟିଡି଼ପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଅକ୍ଟୋବର ୩୧ ତାରିଖ ମଙ୍ଗଳବାର ଆନ୍ଧ୍ର ପ୍ରଦେଶ ହାଇକୋର୍ଟ (Andhra Pradesh High Court) ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି। ଅକ୍ଟୋବର ୩୦ ତାରିଖ  ସୋମବାର କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଅକ୍ଟୋବର ୩୧ ତାରିଖ ମଙ୍ଗଳବାର ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଚନ୍ଦ୍ରବାବୁ ନାଇଡୁଙ୍କୁ (Chandrababu Naidu) ୨୮ ନଭେମ୍ବର ପର୍ଯ୍ୟନ୍ତ ୪ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି।




Also Read: Chandrababu Naidu Arrest: ଗିରଫଦାରୀ ପରେ ନ୍ୟାୟିକ ହେପାଜତକୁ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ


ଆସନ୍ତା ନଭେମ୍ବର ୨୮ ତାରିଖରେ ଆନ୍ଧ୍ର ପ୍ରଦେଶ ବିରୋଧି ଦଳ ନେତା (Andhra Prdesh Opposition Leader) ଚନ୍ଦ୍ରବାବୁ ନାଇଡୁଙ୍କୁ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମିଳିଥିବା ଖବର ଅନୁଯାୟୀ ଚିକିତ୍ସା କରିବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକଳାପରେ ଜଡ଼ିତ ନ ରହିବାକୁ ତାଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଫୋନ ଯୋଗେ କଥାବାର୍ତ୍ତା ନ କରିବାକୁ ଏବଂ କୌଣସି ରାଜନ ତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ ନକରିବାକୁ ଅଥବା ଗଣମାଧ୍ୟମ ସହ କଥାବାର୍ତ୍ତା ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ସେପ୍ଟେମ୍ବର ୯ ତାରିଖରେ ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ (Former Andhra Pradesh Chief Minister) ଗିରଫ କରାଯାଇଥିଲା। ଗିରଫ ହେବା ପରେ ଚନ୍ଦ୍ରବାବୁ ନାଇଡୁ ପ୍ରାୟ ୫୩ ଦିନ ଧରି ରାଜମେହେନ୍ଦ୍ରୀ କେନ୍ଦ୍ରୀୟ କାରାଗାରରେ ରହିଥିଲେ। ନଭେମ୍ବର ୧୦ ତାରିଖରେ ତାଙ୍କର ମୁଖ୍ୟ ଜାମିନ ଆବେଦନ ଉପରେ ଶୁଣାଣି ଧାର୍ଯ୍ୟ କରାଯାଇଛି।