Chandrababu Naidu Arrest: ଗିରଫଦାରୀ ପରେ ନ୍ୟାୟିକ ହେପାଜତକୁ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1864945

Chandrababu Naidu Arrest: ଗିରଫଦାରୀ ପରେ ନ୍ୟାୟିକ ହେପାଜତକୁ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଗିରଫଦାରୀ ପରେ ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏକ ଦୁର୍ନୀତି ମାମଲାରେ ସେପ୍ଟମ୍ବର ୧୦ ତାରିଖ ରବିବାର ଟିଡିପି ସଭାପତିଙ୍କୁ ଦୁର୍ନୀତି ନିବାରଣ ବ୍ୟୁରୋ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଆନ୍ଧ୍ର ପ୍ରଦେଶ ବିରୋଧି ଦଳ ନେତାଙ୍

Chandrababu Naidu Arrest: ଗିରଫଦାରୀ ପରେ ନ୍ୟାୟିକ ହେପାଜତକୁ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

Chandrababu Naidu Sent to Judicial Custody: ଗିରଫଦାରୀ ପରେ ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏକ ଦୁର୍ନୀତି ମାମଲାରେ ସେପ୍ଟମ୍ବର ୧୦ ତାରିଖ ରବିବାର ଟିଡିପି ସଭାପତିଙ୍କୁ ଦୁର୍ନୀତି ନିବାରଣ ବ୍ୟୁରୋ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଆନ୍ଧ୍ର ପ୍ରଦେଶ ବିରୋଧି ଦଳ ନେତାଙ୍କୁ ରାଜମେହନ୍ଦ୍ରୀ କେନ୍ଦ୍ରୀୟ କାରାଗାରରେ ୧୪ ଦିନ ରଖାଯିବ।

ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସେପ୍ଟମ୍ବର ୮ ତାରିଖ ଶନିବାର ଅପରାହ୍ନ ୩:୪୦ ସମୟରେ ଡାକ୍ତରୀ ପରୀକ୍ଷା ପାଇଁ ବିଜୟୱାଡା ସ୍ଥିତ ସରକାରୀ ଜେନେରାଲ ହସ୍ପିଟାଲ ନିଆଯାଇଥିଲା। ଏହା ପୂର୍ବରୁ ତାଙ୍କୁ କୁଞ୍ଚନପଲ୍ଲୀ ଠାରେ ପ୍ରାୟ ୧୦ ଘଣ୍ଟା ଧରି ଜେରା କରାଯାଇଥିଲା।

କେବେ ଗିରଫ ହୋଇଥିଲେ ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ?
ସିଆଇଡି ଟିମ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଆନ୍ଧ୍ର ପ୍ରଦେଶ ବିରୋଧି ଦଳ ନେତାଙ୍କୁ ସେପ୍ଟମ୍ବର ୯ ତାରିଖ ଶନିବାର ଗିରଫ କରାଯାଇଥିଲା। ଶନିବାର ସକାଳ ୦୬:୦୦ ସମୟରେ ନନ୍ଦିଆଲ ସହର ସ୍ଥିତ ଜ୍ଞାନପୁରମ୍ ଆର.କେ ଫଙ୍କସନ୍ ହଲ୍ ବାହାରେ ଗିରଫ କରିଥିଲା। ଟିଡି଼ପି ମୁଖ୍ୟଙ୍କୁ ସେତେବେଳେ ଗିରଫ ହୋଇଥିଲେ ଯେତେବେଳେ ସେ ସମସ୍ତ ସୁବିଧା ସୁଯୋଗ ରହିଥିବା ବସ୍‌ ମଧ୍ୟରେ ଗିରଫ ହୋଇଥିଲା।

କ'ଣ ରହିଥିଲା ପୁରା ଘଟଣାକ୍ରମ?
ଗିରଫଦାରୀ ପରେ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ ରାଜ୍ୟରେ ହୋଇଥିବା ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ମୁଖ୍ୟ ଷଡଯନ୍ତ୍ରକାରୀ। ଏହି ଦୁର୍ନୀତି କାରଣରୁ ଆନ୍ଧ୍ର ପ୍ରଦେଶ ସରକାର ୩୦୦ କୋଟି ଟଙ୍କାର କ୍ଷତି ସହିଥିବାର ଅଭିଯୋଗ ହୋଇଛି।

Also Read: Chandrababu Naidu Arrest: ଗିରଫଦାରୀ ପରେ ନ୍ୟାୟିକ ହେପାଜତକୁ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମାଲାରେ ହୋଇଥିଲେ ଗିରଫ
ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ (Chandrababu Naidu) ୫୫୦ କୋଟି ଟଙ୍କାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ (Skill Development Scam AP) ଗିରଫ କରାଯାଇଛି। ଆନ୍ଧ୍ର ପ୍ରଦେଶ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (Andhra Pradesh Crime Investigation Department) ମୁଖ୍ୟ ଏନ.ସଞ୍ଜୟ ଶନିବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏନେଇ ଆନ୍ଧ୍ର ପ୍ରଦେଶ ସିଆଇଡ଼ି ମୁଖ୍ୟ କହିଥିଲେ ଯେ ଦକ୍ଷତା ବିକାଶ ନିଗମର (Skill Development Corporation Andhra Pradesh) ପାଣ୍ଠି ଅପବ୍ୟବହାର ଅଭିଯୋଗ କରିବା ଅଭିଯୋଗରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଦକ୍ଷତା ବିକାଶ ନିଗମ ପାଣ୍ଠିରେ ପ୍ରାୟ ୫୫୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବାର କୁହାଯାଇଛି।

କଥିତ ହେରାଫେରରୁ ଫାଇଦା ଉଠାଇଥିଲେ ଚନ୍ଦ୍ରବାବୁ ନାଇଡୁ ଏବଂ ଟିଡ଼ିପି 
ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ପୋଲିସ (Andhra Pradesh Police) ଅଧିକାରୀ କହିଛନ୍ତି ଯେ ଅନୁସନ୍ଧାନରୁ ଜଣାପଡିଛି ଯେ ଟିଡିପି ମୁଖ୍ୟ (TDP President) ତଥା ବିରୋଧି ଦଳ ନେତା (Andhra Pradesh Opposition Leader) ଅର୍ଥର ଅପବ୍ୟବହାର କରି ଲାଭବାନ ହୋଇଛନ୍ତି। ଏହି ଯୋଜନା ପଛରେ ରହିଥିବା ମୁଖ୍ୟ ଷଡଯନ୍ତ୍ରକାରୀ, ଯିଏ ସେଲ କମ୍ପାନୀ ମାଧ୍ୟମରେ ସରକାରୀ ଅର୍ଥକୁ ବେସରକାରୀ ଅନୁଷ୍ଠାନକୁ ସ୍ଥାନାନ୍ତର କରିବାକୁ ଷଡଯନ୍ତ୍ର କରିଥିଲେ, ସେ ନାରା ଚନ୍ଦ୍ରବାବୁ ନାଇଡୁଙ୍କ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ସମୟରେ ସରକାରୀ ନିର୍ଦ୍ଦେଶ ଏବଂ ଏମଓୟୁ ପ୍ରଦାନ କରୁଥିବା କାରବାର ବିଷୟରେ ସୂଚନା ରହିଥିଲା। ଯାହା ତାଙ୍କୁ ଅନୁସନ୍ଧାନ ପରିସରଭୂକ୍ତ କରୁଛି।