Spice Jet Plane Landing: ଯାନ୍ତ୍ରିକ ତ୍ରୁଟି କାରଣରୁ ଜରୁରୀ କାଳୀନ ଅବତରଣ କରିଛି ଆଉ ଏକ ସ୍ପାଇସ ଜେଟ ବିମାନ। କାଣ୍ଡଲା ଠାରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା SG 3324 ନାମକ ସ୍ପାଇସଜେଟ ବିମାନର Side Windshield ଭାଙ୍ଗି ଯାଇଥିଲା। ଯାହା ପରେ ଏହି ବିମାନକୁ ସୁରକ୍ଷିତ ଅବତରଣ କରାଯାଇଲା।


COMMERCIAL BREAK
SCROLL TO CONTINUE READING

ଏହି ଘଟଣାରେ ପ୍ରତିକ୍ରିୟା ରଖି ସ୍ପାଇସଜେଟ୍ ମୁଖପାତ୍ର କହିଛନ୍ତି ଯେ ଜୁଲାଇ ୫ ତାରିଖ ସୋମବାର ସ୍ପାଇସଜେଟ୍ Q400 ବିମାନ SG 3324 କାଣ୍ଡଲା ଠାରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ FL230 ରେ P2 Side Windshield Outer Pan ରେ ଏକ ଫାଟ ସୃଷ୍ଟି ହୋଇଥିଲା। ହେଲେ ବର୍ତ୍ତମାନ ଏହି ବିମାନ ମୁମ୍ବାଇ ଠାରେ ସୁରକ୍ଷିତ ଭାବେ ଅବତରଣ କରିଛି।


ଏହି ସ୍ପାଇସଜେଟ୍ ବିମାନ କାଣ୍ଡଲା ଠାରୁ ମୁମ୍ବାଇ ଅଭିମୁଖେ ଯାତ୍ରା ଉଡାଣ ଭରିବା ବେଳେ Side Windshield ରେ ଫାଟ ସୃଷ୍ଟି ହୋଇଥିଲା। ଏନେଇ କୁହାଯାଉଛି ଯେ ବିମାନର ବାହରେ ରହିଥିବା ଝରକାରେ ସାଧାରଣ ଅପେକ୍ଷା ଅଧିକ ଚାପ ଥିବାରୁ ଏହା ଫାଟି ଯାଇଥିଲା। ଏହା ପରେ ବିମାନ ସୁରକ୍ଷିତ ଭାବେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଥିଲା। ସ୍ପାଇସଜେଟ ମୁଖପାତ୍ର କହିଛନ୍ତି ଯେ ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାର କରାଯାଇଛି।


ଅନ୍ୟପଟେ ଆଜି (ସୋମବାର) ଆଉ ଏକ ସ୍ପାଇସଜେଟ୍ ବିମାନ SG-11 ବିମାନ ଦିଲ୍ଲୀ ଠାରୁ ଦୁବାଇ ଅଭିମୁଖେ ଯାତ୍ରା କରିବା ବେଳେ Fuel Indicator ରେ ସମସ୍ୟା ଦେଖାଯିବାରୁ ଏହାକୁ ପାକିସ୍ତାନସ୍ଥିତ କରାଚି ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବୈଷୟିକ କାରଣରୁ ଏହି ବିମାନ ଅବତରଣ କରିଥିବା କୁହାଯାଉଛି। ଏନେଇ ସ୍ପାଇସଜେଟ୍ ମୁଖପାତ୍ର ପ୍ରତିକ୍ରିୟା ରଖି କହିଥିଲେ ଯେ ଏହି ବିମାନ ସ୍ୱାଭାବିକ ଅବତରଣ କରିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।


ଏହି ବିମାନରେ ୧୫୦ ଜଣ ଯାତ୍ରୀ ରହିଥିଲେ। ହେଲେ ବିମାନର କର୍ମଚାରୀମାନେ ବାମ ଟାଙ୍କିରେ ଇନ୍ଧନ ପରିମାଣରେ ଏକ ଅସାଧାରଣ ହ୍ରାସ ଦେଖିଥିଲେ। ଏହା ପରେ ବିମାନକୁ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହାୟତାରେ କରାଚି ବିମାନ ବନ୍ଦରରେ ଜରୁରୀକାଳାନ ଅବତରଣ କରାଯାଇଥିଲା। ଉଡ଼ାଣ ପରବର୍ତ୍ତୀ ଯାଞ୍ଚ ସମୟରେ ବାମ ଟାଙ୍କିରୁ କୌଣସି ଲିକ୍ ନଥିବା ଜଣାପଡି଼ଥିଲା। 


ଏନେଇ ସ୍ପାଇସଜେଟ ମୁଖପାତ୍ର କହିଛନ୍ତି ଯେ ଏହି ଘଟଣାରେ କୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇ ନାହିଁ। ବିମାନ ସ୍ୱାଭାବିକ ଅବତରଣ କରିଛି। ବିମାନରେ କୌଣସି ତ୍ରୁଟି ଥିବା କୌଣସି ଖବର ପୂର୍ବରୁ ଆସି ନଥିଲା। ଅନ୍ୟ ଏକ ବିମାନ କରାଚୀ ପଠାଯାଇଛି ଯେଉଁଠୁ ଯାତ୍ରୀ ଦୁବାଇ ଅଭିମୁଖେ ଯାତ୍ରା କରିବେ।


Also Read: କାର୍ଯ୍ୟସ୍ଥଳରେ ଧୂମପାନ ଉପରେ କଟକଣା ଲଗାଇଲା ଏୟାର ଇଣ୍ଡିଆ


Also Read: Action on Pilots: ୯୦ ଚାଳକଙ୍କୁ Boeing 737 MAX ବିମାନ ଉଡ଼ାଇବାରୁ ରୋକିଲା DGCA


Also Read: କେଦାରନାଥ ଧାମରେ ହେଲିକ୍ୟାପ୍ଟର ଅବତରଣ ଦେଖି ଦୌଡିବାରେ ଲାଗିଲେ ଲୋକେ