Rajasthan Politics: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ବିବାଦ ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି। କିଛି ଦିନ ପୂର୍ବେ ଯେତେବେଳେ ମୁଖ୍ୟମନ୍ତ୍ରୀ ଗେହଲୋତ ପାଇଲଟଙ୍କୁ ଅଦରକାରୀ ବୋଲି କହିଥିଲେ ସେତେବେଳେ ଏହାକୁ ନେଇ ସରଗରମ ହୋଇଉଠିଥିଲା ରାଜନୀତି। ହେଲେ ପରେ ଏହି ମାମଲା ଶାନ୍ତ ହୋଇଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କହିଛନ୍ତି ଯେତେବେଳେ କୌଣସି ନିଜ ଲୋକ ଭୁଲ କରିଥାନ୍ତି ସେତେବେଳେ ତାଙ୍କୁ ଗାଳି ଦେବାକୁ ଅଦରକାରୀ ବୋଲି କୁହାଯାଏ। କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ବିରୋଧରେ ବର୍ଷି ମୁଖ୍ୟମନ୍ତ୍ରୀ ଗେହୋଲତ କହିଛନ୍ତି ସଚିନ ପାଇଲଟଙ୍କୁ ଅଦରକାରୀ ବୋଲି କହିବାର ଅର୍ଥ ରାମଲାଲ ଜାଟ କେନ୍ଦ୍ରମନ୍ତ୍ରୀଙ୍କୁ ବୁଝାଇ ଦେଇଛନ୍ତି। 


ଘରେ ରହୁଥିବା ପିଲା ଯଦି କୌଣସି କାମ ନକରେ ତାହେଲେ ତାକୁ ଅଦରକାରୀ ମଧ୍ୟ କୁହାଯାଏ। ଯଦି ପ୍ରେମରେ ମୁଁ ତାଙ୍କୁ ଅଦରକାରୀ ବୋଲି କହିଦେଇଛି ତାହେଲେ କାହିଁକି ଖରାପ ଲାଗୁଛି। ପୂର୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଅଦରକାରୀ କହିବା ଉପରେ ପ୍ରତିକ୍ରିୟା ସଚିନ ପାଇଲଟ କହିଥିଲେ ଯେ ଅଶୋର ଗେହୋଲୋତ ହେଉଛନ୍ତି ତାଙ୍କ ପିତା ସଦୃଶ୍ୟ। ସେ ତାଙ୍କ କଥାକୁ ଖରାପ ଭାବନ୍ତି ନାହିଁ।


Also Read: Rajasthan Assembly Election 2023: କିଏ ହେବେ କଂଗ୍ରେସ ଚେହେରା? ଗେହୋଲତ ନା ପାଇଲଟ?