Rajasthan Assembly Election 2023: କିଏ ହେବେ କଂଗ୍ରେସ ଚେହେରା? ଗେହୋଲତ ନା ପାଇଲଟ?
Advertisement

Rajasthan Assembly Election 2023: କିଏ ହେବେ କଂଗ୍ରେସ ଚେହେରା? ଗେହୋଲତ ନା ପାଇଲଟ?

Rajasthan Assembly Election 2023: ଆସନ୍ତା ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନ ଦଳ କାହା ନେତୃତ୍ୱରେ ନିର୍ବାଚନ ଲଢିବ ତାହାର ନିଷ୍ପତ୍ତି ଆସନ୍ତା ୬୦ ଦିନ ମଧ୍ୟରେ ସ୍ଥିର କରିବ କଂଗ୍ରେସ।

Rajasthan Assembly Election 2023: କିଏ ହେବେ କଂଗ୍ରେସ ଚେହେରା? ଗେହୋଲତ ନା ପାଇଲଟ?

Congress Face in Rajasthan Election: ଆସନ୍ତାବର୍ଷ ଶେଷ ଆଡ଼କୁ ହେବାକୁ ଯାଉଛି ରାଜସ୍ଥାନ ବିଧାନସଭା ନିର୍ବାଚନ। ବର୍ତ୍ତମାନ ରାଜ୍ୟରେ କ୍ଷମତାସୀନ ଥିବା କଂଗ୍ରେସ ସରକାର ଏବଂ ଏହାର ଦଳୀୟ ସଙ୍ଗଠନ ମଧ୍ୟରେ ସମନ୍ୱୟ ରହୁ ନ ଥିବା ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଛି। ଦଳରେ କ୍ଷମତା ବିସ୍ତାର କରିବାକୁ ନେଇ ଦଳରେ ଚାଲିଥିବା ଛକାପଞ୍ଝା ମଧ୍ୟରେ ଆସିଛି ଏକ ବଡ଼ ଖବର। ଆସନ୍ତା ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନ ଦଳ କାହା ନେତୃତ୍ୱରେ ନିର୍ବାଚନ ଲଢିବ ତାହାର ନିଷ୍ପତ୍ତି ଆସନ୍ତା ୬୦ ଦିନ ମଧ୍ୟରେ ସ୍ଥିର କରିବ କଂଗ୍ରେସ।

ଆସନ୍ତା ବର୍ଷ ଶେଷ ଆଡ଼କୁ ହେବାକୁ ଯାଉଛି ରାଜସ୍ଥାନ ବିଧାନସଭା ନିର୍ବାଚନ। ହେଲେ ଏହି ନିର୍ବାଚନରେ ଦଳର ଚେହେରା ବର୍ତ୍ତମାନର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ ହେବେ ନା ନାହିଁ ସେ ନେଇ ନିଷ୍ପତ୍ତି ଖୁବ ଶୀଘ୍ର ନିଆଯିବ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ରାଜନୀତିରେ ହୋଇଥିବା ଘଟଣାକ୍ରମ ରାଜସ୍ଥାନ ରାଜନୀତିରେ ଦୋହରାଇବାକୁ ଚାହୁଁନାହାଁନ୍ତି କଂଗ୍ରେସ ନେତୃବୃନ୍ଦ। ଯେଉଁଠାରେ ନିର୍ବାଚନ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ସ୍ଥଗିତ ରଖାଯାଇଥିଲା।

ଅଶୋକ ଗେହୋଲତ ନା ସଚିନ ପାଇଲଟ କିମ୍ବା ସାମୂହିକ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢିବ ତାହାର ଚୂଡାନ୍ତ ନିଷ୍ପତ୍ତି ନେବ କଂଗ୍ରେସ। ରାଜସ୍ଥାନ ଗଡ଼ ବଞ୍ଚାଇବା ପାଇଁ ଯଥା ସମ୍ଭବ ପ୍ରୟାସ ଜାରି ରଖିଛି ଦଳ। ଆସନ୍ତା ଜୁନ ୧୦ ତାରିଖରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଦଳୀୟ ସଙ୍ଗଠନକୁ ନେଇ ସତର୍କ ରହିଛି ଦଳ।  

Also Read: Rajasthan Election 2023: କାହା ନେତୃତ୍ୱରେ ନିର୍ବାଚନ ଲଢିବ ବିଜେପି?

ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଚେହେରା କିଏ ହେବ ସେ ନେଇ ହେଉଥିବା ଚର୍ଚ୍ଚା ଉପରେ ଖୁବ ଶୀଘ୍ର ପଡ଼ିପାରେ ପୂର୍ଣ୍ଣଚ୍ଛେଦ। ଅଶୋକ ଗେହୋଲତଙ୍କ ନେତୃତ୍ୱରେ ନିର୍ବାଚନ ଲଢାଯିବ ନା ରାଜ୍ୟ ନେତୃତ୍ୱରେ ପରିବର୍ତ୍ତନ କରାଯିବ ତାହାର ନିଷ୍ପତ୍ତି ଖୁବ ଶୀଘ୍ର କରାଯିବ। ଦଳୀୟ ନେତାଙ୍କ କହିବା ଅନୁସାରେ ଯଥା ଶୀଘ୍ର ସ୍ପଷ୍ଟ ନିଷ୍ପତ୍ତି ନେବା ଆବଶ୍ୟକ। ଯାହା ଦ୍ୱାରା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ଜୋରଦାର ହୋଇପାରିବ। ସଙ୍ଗଠନ ଏବଂ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ନ ରହିବା ଆବଶ୍ୟକ। ଯଦି ଅଶୋକ ଗେହଲୋତଙ୍କ ନେତୃତ୍ୱରେ ନିର୍ବାଚନ ଲଢାଯାଏ ତାହେଲେ ଏହା ମଧ୍ୟ ସ୍ପଷ୍ଟ ହେବା ଉଚିତ। ଯଦି ନେତୃତ୍ୱ ବଦଳାଇବାକୁ ପଡେ ତାହେଲେ ତାହା ମଧ୍ୟ ସମୟ ପୂର୍ବରୁ ଘୋଷଣା କରାଯିବା ଆବଶ୍ୟକ।