Assam Flood: ଆସାମର ବନ୍ୟା ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଛନ୍ତି ରାଜଧାନୀ ଗୌହାଟିସ୍ଥିତ ରେଡି଼ସନ ବ୍ଲୁ ହୋଟେଲ ଠାରେ ଅବସ୍ଥାନ କରୁଥିବା ବିଦ୍ରୋହୀ ଶିବସେନା ବିଧାୟକ। ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା ଲାଗି ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି ବିଦ୍ରୋହୀ ମହାରାଷ୍ଟ୍ର ବିଧାୟକ। ଏ ସମ୍ପର୍କରେ ବିଦ୍ରୋହୀ ବିଧାୟକଙ୍କ ପ୍ରବକ୍ତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ସପ୍ତାହେ ଧରି ଆସାମ ରାଜଧାନୀ ଗୌହାଟି ଠାରେ ମହାରାଷ୍ଟ୍ରର ୫୦ ବିଧାୟକ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଅବସ୍ଥାନ କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ବନ୍ୟା ପ୍ରଭାବରେ ଆାସାମର ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ରାଜଧାନୀ ଗୌହାଟିସ୍ଥିତ ବିଳାସପୂର୍ଣ୍ଣ ହୋଟେଲ ଠାରେ ଅବସ୍ଥାନ କରିବାକୁ ନେଇ ଚାଲିଥିବା ସମାଲୋଚନା ମଧ୍ୟରେ ବିଦ୍ରୋହୀ ବିଧାୟକ ଦୀପକ କେସରକର କହିଛନ୍ତି ଯେ ବନ୍ୟା ସହାୟତା କାର୍ଯ୍ୟରେ ଆମର ଅବଦାନର ଏକ ଅଂଶ ଭାବରେ ଆମର ନେତା ଏକନାଥ ସିନ୍ଦେ ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ଆମେ ଏଠାରେ ଥିବା ଲୋକଙ୍କ ସମସ୍ୟାକୁ ଅଣଦେଖା କରିପାରିବୁ ନାହିଁ।   


ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଗୁରୁବାର ଦିନ ବିଧାନସଭାରେ ଆସ୍ଥା ଭୋଟର ସାମ୍ନା କରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧାର ଠାକେରଙ୍କୁ ଜଣାଇ ଦେଇଛନ୍ତି। ଆମେ ଗୌହାଟିରୁ ବାହାରି ଯାଇ ମୁମ୍ବାଇ ନିକଟସ୍ଥ କୌଣସି ଏକ ସ୍ଥାନକୁ ଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ବିଦ୍ରୋହୀ ବିଧାୟକ ଦୀପକ କେସରକର।


ଏନେଇ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ପକ୍ଷରୁ କୁହାଯାଇଛି  ଗୋଆସ୍ଥିତ ଏକ ହୋଟେଲ ଠାରେ ରହି ଗୁରୁବାର ସକାଳ ସାଢେ ୯ଟା ସମୟରେ ମୁମ୍ବାଇରେ ପହଞ୍ଚିବୁ। ମୁମ୍ବାଇ ଠାରୁ ଏକ ଘଣ୍ଟା ଦୂରରେ ଅବସ୍ଥିତ ରହିଥିବା ଏକ ସ୍ଥାନରେ ଆମେ ଅବସ୍ଥାନ କରିବୁ ଯାହା ଦ୍ୱାରା ଆମେ ଅସ୍ଥା ଭୋଟ୍ ପାଇଁ ଏକ ସୁବିଧାଜନକ ଉପାୟରେ ବିଧାନସଭାରେ ପହଞ୍ଚି ପାରିବୁ। ଆମେ ଦୀର୍ଘ ଦିନ ଧରି ଆସ୍ଥା ଭୋଟ୍ ଦାବି କରି ଆସୁଛୁ। 


ଶିବସେନା ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି ଦଳର ବିଦ୍ରୋହୀ ବିଧାୟକ କହିଛନ୍ତି ଯେ ଦଳର ବିଧାୟକ ତାଙ୍କୁ ଏନସିପି-କଂଗ୍ରେସ ମେଣ୍ଟ ଛାଡିବାକୁ କହୁଛନ୍ତି ହେଲେ ସେ ଆମ କଥା କଥା ଶୁଣି ନାହାଁନ୍ତି। ଅଧିକାଂଶ ଶିବସେନା ବିଧାୟକ ଏହି ଦୁଇ ଦଳରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଉଦ୍ଧବ ଠାକେରଙ୍କ ସହ ରହିଥିବା ବାକି ଶିବସେନା ବିଧାୟକ ଆସ୍ଥା ଭୋଟ ସମୟରେ ଆମ ସଚେତକଙ୍କ ନିର୍ଦ୍ଦେଶ ପାଳନ କରିବାକୁ ହେବ।


Also Read: Maharashtra Politics: କାହା କଥାରେ ଆସିଛନ୍ତି ଗୌହାଟି? ନିଜେ ପର୍ଦ୍ଦାଫାଶ କଲେ ବିଦ୍ରୋହୀ ଶିବସେନା ବିଧାୟକ