ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଯାଉଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଉଠିଛି  ବିଜେପି। ଏନେଇ ଦଳ ଏହାର ୧୦୦ ସାଂସଦ ଏବଂ ମନ୍ତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି। ଯାହାଙ୍କୁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ୫ ରାଜ୍ୟରେ ଦଳୀୟ ସଙ୍ଗଠନକୁ ମଜବୁତ କରିବାର ଲକ୍ଷ୍ୟ ଦିଆଯାଇଛି। ଯଦିଓ ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୨୩ ତାରିଖରେ ଶେଷ ହେବ ହେଲେ ତଥାପି ନିର୍ବାଚନ ଦାୟିତ୍ୱରେ ଥିବା ଏହି ୧୦୦ ବିଜେପି ସାଂସଦ ଏବଂ ମନ୍ତ୍ରୀ ସୋମବାର ଠାରୁ ସଂସଦକୁ ଆସିବେ ନାହିଁ। ଏପରି କରିବା ଲାଗି ଦଳ ଏହାର କିଛି ସାଂସଦଙ୍କୁ ଅନୁମତି ଦେଇଛି।


COMMERCIAL BREAK
SCROLL TO CONTINUE READING

ବିଜେପି ଏହାର ଏହି ସାଂସଦ ଓ ମନ୍ତ୍ରୀଙ୍କୁ ସ୍ପଷ୍ଟ କରିଦେଇଛି ଯେ ବର୍ତ୍ତମାନ ନିର୍ବାଚନ ଅନୁଷ୍ଠିଚ ହେବାକୁ ଯାଉଥିବା ରାଜ୍ୟର ଲୋକଙ୍କ ମଧ୍ୟରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ସେମାନେ ପ୍ରୟାସ ଆରମ୍ଭ କରନ୍ତୁ। ବିଜେପି ଏହାର ସମସ୍ତ ୧୦୦ ସାଂସଦ ଏବଂ ମନ୍ତ୍ରୀଙ୍କୁ କହିଛି ଯେ ସଂସଦକୁ ଆସିବା ପରିବର୍ତ୍ତେ ସେମାନେ ଦଳ ପକ୍ଷରୁ ଦିଆଯାଇଥିବା କାର୍ଯ୍ୟ କରନ୍ତୁ। ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟରେ ସେମାନେ ପ୍ରଚାର କରିବା ଆରମ୍ଭ କରନ୍ତୁ। ଏହି ୧୦୦ ଜଣଙ୍କ ତାଲିକାରେ ରାଜ୍ୟସଭା ଏବଂ ଲୋକସଭା ସାଂସଦ ଅନ୍ତର୍ଭୂକ୍ତ ରହିଛନ୍ତି।


Also Read: UP Assembly Election 2022: କ'ଣ ସଙ୍ଗଠନ ବଳରେ ମଇଦାନରେ ଏକାକୀ ବାଜି ମାରିନେବ BJP?


ଦିଲ୍ଲୀ ସମେତ ହିମାଚଳ ପ୍ରଦେଶ ଏବଂ ହରିୟାଣା ପ୍ରଭୃତି ରାଜ୍ୟର ସାଂସଦ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ଦଳର ବିଜୟ ପାଇଁ କାର୍ଯ୍ୟ କରିବେ। ମଣିପୁର ବିଧାନସଭା ନିର୍ବାଚନ ୨୦୨୨ ଲାଗି ​​ଆସାମ ସମେତ ଅନ୍ୟ ପୂର୍ବୋତ୍ତର ରାଜ୍ୟର ସାଂସଦଙ୍କୁ ନିୟୋଜିତ କରାଯାଇଛି। ସେହିପରି ଗୋଆ ଦାୟିତ୍ୱ ମହାରାଷ୍ଟ୍ର ସାଂସଦଙ୍କୁ ପ୍ରଦାନ କରାଯାଇଛି। ବିହାର ବିଜେପି ଉତ୍ତର ପ୍ରଦେଶର ପୂର୍ବାଞ୍ଚଳରେ ଅବସ୍ଥିତ ୧୬ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ନିର୍ବାଚନ ହେବା ପର୍ଯ୍ୟନ୍ତ ସମସ୍ତ ସାଂସଦଙ୍କୁ ଏହି ରାଜ୍ୟରେ ରହିବାକୁ ହେବ।


Also Read: ସେବା ହେଉଛି ସବୁଠାରୁ ବଡ ପୂଜା: ପ୍ରଧାନମନ୍ତ୍ରୀ ମୋଦି


କେଉଁ ସାଂସଦଙ୍କଙ୍କୁ ମିଳିଲା କେଉଁ ଦାୟିତ୍ୱ


ହିମାଚଳ, ହରିୟାଣା ଦିଲ୍ଲୀ ସାଂସଦ:  ପଞ୍ଜାବ
ଆସାମ ଏବଂ ପୂର୍ବୋତ୍ତର ସାଂସଦ: ମଣିପୁର
ମହାରାଷ୍ଟ୍ର ସାଂସଦ: ଗୋଆ 
ବିହାର ବିଜେପି: ଉତ୍ତର ପ୍ରଦେଶ ପୂର୍ବାଞ୍ଚଳ 


ବିଜେପି ଯୋଜନା ୧୦୦ (BJP Plan 100)


ଆସନ୍ତାବର୍ଷ ହେବାକୁ ଯାଉଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ଦଳର ୧୦୦ ସାଂସଦଙ୍କୁ ଦଳୀୟ ଦାୟିତ୍ୱ ପ୍ରଦାନ କରିଛି ବିଜେପି। ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ସେମାନଙ୍କୁ ସଂସଦର ଶୀତକାଳୀନ ଅଧିବେଶନରେ ଯୋଗଦେବାକୁ ନେଇ ଏକ ପ୍ରକାର ଛୁଟି ଦିଆଯାଇଛି। ସାଂସଦଙ୍କୁ ତୃଣମୂଳସ୍ତରରେ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ତାଲିକାରେ ସଂସଦର ଉଭୟ ଗୃହର ସଦସ୍ୟ ଅଛନ୍ତି। ନିର୍ବାଚନ ନହେବା ପର୍ଯ୍ୟନ୍ତ ସମସ୍ତ ସାଂସଦଙ୍କୁ ସେହି ରାଜ୍ୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଯାହାର ଦାୟିତ୍ୱ ଦଳ ଦ୍ୱାରା ଲାଗୁ ହୋଇଛି।