ଜୟପୁର: ମେବାଡ଼ ସାମ୍ରାଜ୍ୟର ରାଜା ମହାରାଣା ପ୍ରତାପ ଏବଂ ମୋଗଲ ଶାସକ ଆକବରଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ଉପରେ ରଖିଥିବା ବୟାନକୁ ନେଇ ବିବାଦୀୟ ହୋଇ ପଡ଼ିଛନ୍ତି କଂଗ୍ରେସ ନେତା। ଏ ପ୍ରସଙ୍ଗରେ ତାଙ୍କୁ ଜବାବ ଦେଇଛି ବିଜେପି।


COMMERCIAL BREAK
SCROLL TO CONTINUE READING

ନାଗୌର ଜିଲ୍ଲା ଠାରେ ଆୟୋଜିତ ହୋଇଥିବା ୨ ଦିନିଆ ଜିଲ୍ଲା ସ୍ତରୀୟ କଂଗ୍ରେସ କର୍ମୀ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ ରାଜସ୍ଥାନ କଂଗ୍ରେସ ସଭାପତି (Rajasthan Congress President) ଗୋବିନ୍ଦ ସିଂ ଡଟସାରା (Govind Singh Dotasra)। ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସେ ମେବାଡ଼ ରାଜା ମହାରାଣା ପ୍ରତାପ (Mewar King Maharana Pratap) ଏବଂ ମୋଗଲ ଶାସକ ଆକବରଙ୍କ (Mughal Ruler Akbar) ମଧ୍ୟରେ ହୋଇଥିବା ଯୁଦ୍ଧ ଉପରେ ମତ ରଖି କହିଥିଲେ ମହାରାଣା ପ୍ରତାପ ଏବଂ ଆକବରଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ କ୍ଷମତା ସଂଘର୍ଷ ପାଇଁ ହୋଇଥିଲା। 


ହେଲେ ବିଜେପି (BJP) ଏହି ଲଢେଇକୁ ଏକ ଧାର୍ମିକ ରଙ୍ଗ ଦେଇଛି। ସରକାରରେ ରହିଥିବା ସମୟରେ ବିଜେପି ବିଦ୍ୟା ଭାରତୀ ଭଳି ପାଠ୍ୟକ୍ରମ ନିର୍ମାଣ କରିଛି। ବିଜେପି ମହାରଣା ପ୍ରତାପ ଏବଂ ଆକବରଙ୍କ ମଧ୍ୟରେ ଲଢେଇକୁ ଏକ ଧାର୍ମିକ ସଂଗ୍ରାମ ଭାବେ ଦର୍ଶାଇଥିବା ବେଳେ ଏହା କ୍ଷମତା ପାଇଁ ଏକ ସଂଗ୍ରାମ ଥିଲା। ବିଜେପି ପ୍ରତ୍ୟେକ ଜିନିଷକୁ ଧାର୍ମିକ ଚଷମାରେ ଦେଖିଥାଏ। ଶପଥ ଗ୍ରହଣ ସମୟରେ ମଧ୍ୟ ମହାରାଣା ପ୍ରତାପ ଏବଂ ଆକବରଙ୍କ ବାବଦରେ ସେ କହିଥିଲେ ଯେ ଉଭୟଙ୍କ ମଧ୍ୟରୁ କିଏ ମହାନ ତାହା କେବଳ ବିଶେଷଜ୍ଞ କହିବେ।


ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସେ ଗୁଜୁରାଟ ମଡେଲ କଥା ଉଠାଇଥିଲେ। ଏନେଇ ସେ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାରା ଦେଶରେ ଗୁଜୁରାଟ ମଡେଲ ଲାଗୁ କରିବା କଥା କହୁଛନ୍ତି। ଏହା ମିଛ ବ୍ୟତୀତ ଅନ୍ୟ କିଛି ନୁହେଁ। ଆମ ପାଖରେ ଏକ ସ୍ୱର୍ଣ୍ଣିମ ଇତିହାସ ରହିଛି।  ଯେଉଁଥିରେ ହଜାର ହଜାର ଲୋକ ଦେଶ ଲାଗି ଜୀବନ ଦେଇଛନ୍ତି। 


Also Read: ମହିଳାଙ୍କ ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରାଜସ୍ଥାନ ଶିକ୍ଷାମନ୍ତ୍ରୀ


କଂଗ୍ରେସ ନେତାଙ୍କ ଏହି ବୟାନକୁ ନେଇ ତାତି ଉଠିଛି ବିଜେପି। ରାଜ୍ୟର ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ବିଜେପି ବିଧାୟକ ବାସୁଦେବ ଦେବନାନୀ (BJP MLA Vasudev Devnani) ମହାରାଣା ପ୍ରତାପଙ୍କ ଉପରେ ଡଟସାରାଙ୍କ ବୟାନକୁ ସମାଲୋଚନା କରିଛନ୍ତି। ଏନେଇ ସେ କହିଛନ୍ତି ଗୋବିନ୍ଦ ସିଂ ଡଟସାରା ରଖିଥିବା ବୟାନ ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପ୍ରତାପଙ୍କ ପ୍ରତି ଅପମାନ। ଲଣ୍ଡନ ଠାରେ ଆୟୋଜିତ ହୋଇଥିବା ରାଉଣ୍ଡ ଟେବୁଲ ସମ୍ମିଳନୀରେ ମହାତ୍ମା ଗାନ୍ଧୀ ରାଣା ପ୍ରତାପଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି। ରାଜ୍ୟରେ କଂଗ୍ରେସ ସରକାର ଗଠନ ପରେ ମହାନ ବ୍ୟକ୍ତିଙ୍କ ଗୌରବମୟ ଇତିହାସକୁ ଦୁର୍ବଳ କରିବା ପାଇଁ ନିରନ୍ତର ଷଡଯନ୍ତ୍ର ଚାଲିଛି। ମାତୃଭୂମିର ଗର୍ବ ତଥା ସ୍ୱାଧୀନତା ପାଇଁ ଜୀବନସାରା ସଂଗ୍ରାମ କରିବା ପରେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବା ପରେ ମଧ୍ୟ ମହାରାଣା ପ୍ରତାପ କେବେ ମେୱାଡ ସାମ୍ରାଜ୍ୟର ସ୍ୱାଭିମାନକୁ ତଳକୁ କରିନଥିଲେ।


ଏପରି ମହାବୀର ଏବଂ ବଳିଦାନର ସ୍ୱାଧୀନତା ସଂଗ୍ରାମକୁ କ୍ଷମତା ପାଇଁ ସଂଘର୍ଷ ବୋଲି କହିବା କୁଣ୍ଠିତ ମାନସିକତାର ପରିଚୟ। ମୁସଲିମ ଭୋଟ୍ ବ୍ୟାଙ୍କ ପାଇଁ ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଡଟସାରା ମହାରାଣା ପ୍ରତାପଙ୍କ ସାହସିକତା ଏବଂ ବଳିଦାନକୁ ନିରନ୍ତର ଅପମାନ କରୁଛନ୍ତି। ତୁଷ୍ଟିକରଣ ନାମରେ ମାତୃଭୂମିର ଗୌରବ ସଂଘର୍ଷକୁ କ୍ଷମତା ପାଇଁ ସଂଗ୍ରାମ ବୋଲି କହି ମହାରାଣା ପ୍ରତାପ ସୁବର୍ଣ୍ଣ ଇତିହାସକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରିଛନ୍ତି।