Morning Tips: ସୁସ୍ଥ ଜୀବନ ପାଇଁ ଆପଣାନ୍ତୁ ଏହି ଟିପ୍ସ, ଦିନ ତମାମ ରହିବେ ସତେଜ
Advertisement
Article Detail0/zeeodisha/odisha2445402

Morning Tips: ସୁସ୍ଥ ଜୀବନ ପାଇଁ ଆପଣାନ୍ତୁ ଏହି ଟିପ୍ସ, ଦିନ ତମାମ ରହିବେ ସତେଜ

ବ୍ୟସ୍ତବହୁଳ ଜୀବନରେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି। ଏହି ବ୍ୟସ୍ତବହୁଳ ଜୀବନରେ, ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଅଣଦେଖା କରି ଆସୁଛନ୍ତି। ଏହି କାରଣରୁ ଶରୀରରେ ଅନେକ ପ୍ରକାରର ରୋଗ ବଢିବାରେ ଲାଗିଛି। ଯଦି ଆପଣ ସକାଳୁ ଉଠିବା ପରେ ନିଜ ସ୍ୱାସ୍ଥ୍ୟ ପାଇଁ କିଛି ସମୟ ବାହାର କରି ଭଲ ଦୈନନ୍ଦିନ କାର୍ଯ୍ୟ ଅନୁସରଣ କରନ୍ତି, ତେବେ ଅନେକ ପ୍ରକାରର ରୋଗ ଆପଣଙ୍କୁ ସ୍ପର୍ଶ କରିବ ନାହିଁ। 

Morning Tips: ସୁସ୍ଥ ଜୀବନ ପାଇଁ ଆପଣାନ୍ତୁ ଏହି ଟିପ୍ସ, ଦିନ ତମାମ ରହିବେ ସତେଜ

Morning Tips: ବ୍ୟସ୍ତବହୁଳ ଜୀବନରେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି। ଏହି ବ୍ୟସ୍ତବହୁଳ ଜୀବନରେ, ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଅଣଦେଖା କରି ଆସୁଛନ୍ତି। ଏହି କାରଣରୁ ଶରୀରରେ ଅନେକ ପ୍ରକାରର ରୋଗ ବଢିବାରେ ଲାଗିଛି। ଯଦି ଆପଣ ସକାଳୁ ଉଠିବା ପରେ ନିଜ ସ୍ୱାସ୍ଥ୍ୟ ପାଇଁ କିଛି ସମୟ ବାହାର କରି ଭଲ ଦୈନନ୍ଦିନ କାର୍ଯ୍ୟ ଅନୁସରଣ କରନ୍ତି, ତେବେ ଅନେକ ପ୍ରକାରର ରୋଗ ଆପଣଙ୍କୁ ସ୍ପର୍ଶ କରିବ ନାହିଁ। ଏଠାରେ କିଛି ପ୍ରଭାବଶାଳୀ ଟିପ୍ସ ଅଛି, ଯାହାକୁ ଆପଣ ସୁସ୍ଥ ହେବାକୁ ସକାଳେ ଚେଷ୍ଟା କରିପାରିବେ।

ସକାଳୁ ଶୀଘ୍ର ଉଠିବାକୁ ପ୍ରୟାସ କରନ୍ତୁ
ଦିନସାରା ସତେଜ ଓ ସକ୍ରିୟ ରହିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସକାଳୁ ଶୀଘ୍ର ଉଠିବାକୁ ହେବ। ସକାଳୁ ଶୀଘ୍ର ଉଠି ଆପଣଙ୍କର ଦିନଚର୍ଯ୍ୟା ଆରମ୍ଭ କରନ୍ତୁ। ପରିବାରର ବୟସ୍କମାନେ କୁହନ୍ତି କି ସୂର୍ଯ୍ୟୋଦୟ ପୂର୍ବରୁ ଉଠିଲେ ଶରୀର ନିରୋଗ ରୁହେ। ଧାର୍ମିକ ଆସ୍ଥାକୁ ଯଦି ବିଶ୍ୱାସ କରାଯାଏ ତେବେ ବ୍ରହ୍ମ ମୁହୁର୍ତ୍ତ ଗୁରୁତ୍ତ୍ୱପୂର୍ଣ୍ଣ ବିଶେଷତ୍ତ୍ୱ ରହି ଆସିଛି। ଏହି ବ୍ରହ୍ମ ମୂହୁର୍ତ୍ତ ସୂର୍ଯ୍ୟୋଦୟର ପ୍ରାୟ ଦେଢ ଘଣ୍ଟା ପୂର୍ବର ସମୟକୁ ଧରାଯାଇଥାଏ। କୁହାଯାଏ କି ଏହି ସମୟରେ ଉଠି ଯୋଗ ଓ ଧ୍ୟାନ କରିବା ଦ୍ୱାରା ଜୀବନରେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। 

ମୁହଁ ଧୋଇ ପାଣି ପିଅନ୍ତୁ
ସକାଳୁ ଶୀଘ୍ର ଉଠି ପ୍ରଥମେ ମୁଁହ ଧୁଅନ୍ତୁ। ଏହା ପରେ ଖାଲି ପେଟରେ ସାମାନ୍ୟ ଉସୁମ୍ ପାଣି ପିଅନ୍ତୁ। ଏହା ଫଳରେ ଶରୀରରେ ସତେଜପଣ ଲାଗି ରହିବ। ଏହା ପରେ ଖାଲି ପେଟରେ ପ୍ରଚୁର ପାଣି ପିଇବାକୁ ଚେଷ୍ଟା କରନ୍ତୁ। 

ବ୍ୟାୟାମ
ଶରୀରକୁ ସତେଜ ଓ ନିରୋଗ ରଖିବା ପାଇଁ ସକାଳୁ କିଛି ସମୟ ବ୍ୟାୟାମ କରନ୍ତୁ। ଅତି କମରେ ୪ ରୁ ୫ କିଲୋମିଟର ପର୍ଯ୍ୟନ୍ତ ଦୌଡିବାକୁ ପ୍ରୟାସ କରନ୍ତୁ। ଏହା ଫଳରେ ଶରୀରର ଶକ୍ତି ବୃଦ୍ଧି ପାଇଥାଏ। ଦିନ ସାରା ଶରୀର ଫୁର୍ତ୍ତି ରହିଥାଏ। ଦୌଡିବା ବ୍ୟତୀତ ଆପଣ ସାଇକ୍ଲିଂ ମଧ୍ୟ କରିପାରିବେ। ଜିମ ଯାଉଥିଲେ ମଧ୍ୟ କିଛି ସମୟ ଦୌଡିବାକୁ ଚେଷ୍ଟା କରନ୍ତୁ। ଏହା ସହିତ ୧୫ ରୁ ୨୦ ମିନିଟ ବ୍ୟାୟାମ କରିବାକୁ ମଧ୍ୟ ପ୍ରୟାସ କରନ୍ତୁ। 

ସକାଳ ଜଳପାନ
ଗୋଟିଏ ସୁସ୍ଥ ଜୀବନ ପାଇଁ ସକାଳ ଜଳପାନ ଅତ୍ୟନ୍ତ ଜରୁରୀ। ଆପଣ ଯଦି କର୍ମକ୍ଷେତ୍ରକୁ ଯାଇଥାଆନ୍ତି ତେବେ ଘରେ ସକାଳର ଜଳଖିଆ ଖାଇକରି ଯାଆନ୍ତୁ। ଜଳଖିଆରେ ହେଲଦି ଫୁଡ଼କୁ ସାମିଲ କରନ୍ତୁ। ଫଳ, କ୍ଷୀର, ସାଲାଡ, ପନୀର ଆଦିକୁ ସାମିଲ କରିବାକୁ ଚେଷ୍ଟା କରନ୍ତୁ। ମସଲାଜାତୀୟ ଖାଦ୍ୟକୁ ଜଳଖିଆରୁ ଦୁରେଇ ରଖନ୍ତୁ। 

 

Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।