ରତ୍ନ ଭଣ୍ଡାରର ମରାମତି, ପୁନରୁଦ୍ଧାର ଏବଂ ସଂରକ୍ଷଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଅନୁରୋଧ କରିଛନ୍ତି।
Trending Photos
ପୁରୀ: ସରକାରୀ କାର୍ଯ୍ୟରେ ଦିଲ୍ଲୀ ଗସ୍ତରେ ଆସି ଆଜି ଏ.ଏସ୍. ଆଇ. ମହାନିର୍ଦ୍ଦେଶକ ଡକ୍ଟର ୟଦୁବୀର ସିଂ ରାୱତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ । ଏହି ଅବସରରେ ରତ୍ନ ଭଣ୍ଡାରର ପ୍ରାଥମିକ ନିରୀକ୍ଷଣ ଏବଂ ବୈଷୟିକ ସର୍ବେକ୍ଷଣରେ ସହାୟତା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏଥି ସହ ରତ୍ନ ଭଣ୍ଡାରର ମରାମତି, ପୁନରୁଦ୍ଧାର ଏବଂ ସଂରକ୍ଷଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଅନୁରୋଧ କରିଛନ୍ତି। ଏହି ଆଲୋଚନା ସମୟରେ ଏଏସଆଇ (ASI)ର ଉପ- ମହାନିର୍ଦ୍ଦେଶକ ଶ୍ରୀ ଜାନୱିଜ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ପାଢୀ ଡିଜିଟାଲ୍ କୃଷି ମିସନ୍ ଜାତୀୟ ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀ ଗସ୍ତରେ ଅଛନ୍ତି ।
Also Read- ବାଲେଶ୍ବର ବନ୍ୟା କ୍ଷତିଗ୍ରସ୍ତ ମାନଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Also Read- Top 10 News Today: ଆସନ୍ତା ୨୭ ଏବଂ ୨୮ରେ ଜିଲ୍ଲାପାଳ ସମ୍ମିଳନୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର