Rift in Goa Congress: ସେପ୍ଟମ୍ବର ୭ ତାରିଖ ବୁଧବାର କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଯାଇଛି ଭାରତ ଯୋଡ ଯାତ୍ରା। ଦଳର ପୁରୁଣଆ ଗୌରବ ଫେରାଇ ଆଣିବା ଲକ୍ଷ୍ୟରେ କଂଗ୍ରେସ ଆୟୋଜନ କରିଛି ଏହି ଯାତ୍ରା। ମାତ୍ର ଭାରତ ଯୋଡ଼ ଯାତ୍ରା ବେଳେ ଦଳକୁ ଲାଗିପାରେ ଜୋରଦାର ଝଟକା। କାରଣ ଦଳର ବିଧାୟକ ଏବେ ଦଳ ଛାଡି଼ବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି। ଯଦି ଏପରି ହୁଏ ତାହେଲେ ଏହା ଦ୍ୱାରା କଂଗ୍ରେସକୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିପାରେ।


COMMERCIAL BREAK
SCROLL TO CONTINUE READING

ବିପୁଳ ପରିମାଣର ଟଙ୍କା ସହ ଝାଡଖଣ୍ଡର ୩ ଜଣ କଂଗ୍ରେସ ବିଧାୟକ ପଶ୍ଚିମବଙ୍ଗରେ ଧରା ପଡ଼ିବାକୁ ନେଇ ହେଉଥିବା ଚର୍ଚ୍ଚା ଥମିନାହିଁ। ହେଲେ ଅନ୍ୟପଟେ ଗୋଆରେ ଦଳୀୟ ବିଧାୟକ ଦଳ ଛାଡିବା ନେଇ ପ୍ରସ୍ତୁତ ହେଉଛନ୍ତି। ଗୋଆ କଂଗ୍ରେସ ବିଧାୟକ ପୁଣି ଥରେ ପଟ୍ଟ ପରିବର୍ତ୍ତନ କରିବା ଆଗ୍ରହୀ ରହିଥିବା ଚର୍ଚ୍ଚା ହେଉଛି। ଏନେଇ କୁହାଯାଉଛି ଯେ ଦଳର ଅନେକ ବିଧାୟକ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ଆଶା ଛାଡି ନାହାଁନ୍ତି। ବିରୋଧି କଂଗ୍ରେସ ବିଧାୟକ ଶାସକ ବିଜେପି ହାତ ଧରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଆବଶ୍ୟକ ଦୁଇ-ତୃତୀୟାଂଶ ସମର୍ଥନ ଯୋଗାଡ଼ କରିପାରି ନଥିଲେ।


ଗତ ୨୦୧୯, ୧୦ ଜୁଲାଇରେ ବିରୋଧୀ ଦଳର ନେତା ଚନ୍ଦ୍ରକାନ୍ତ କଭଲେକରଙ୍କ ସହ ୧୦ ଜଣ କଂଗ୍ରେସ ବିଧାୟକ ଦଳ ଛାଡ଼ି ବିଜେପି ହାତ ଧରିଥିଲେ। ମାତ୍ର ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ​​କଭଲେକରଙ୍କ ସମେତ ଅନ୍ୟ ୬ ବିଧାୟକ ପରାସ୍ତ ହୋଇଥିଲେ। ୨୦୨୨ ନିର୍ବାଚନରେ ନିର୍ବାଚିତ ନୂତନ ଚେହେରା ସହିତ କଂଗ୍ରେସର କିଛି ପୁରୁଣା ଚେହେରା ୧୦ ଜୁଲାଇରେ ଦଳ ବଦଳାଇବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ଏହି ଉଦ୍ୟମ ଗଣେଶ ପୂଜା ବେଳେ ବିଫଳ ହୋଇଥିଲା। ଯଦିଓ ଗଣେଶ ଉତ୍ସବ ବେଳେ ଦ୍ୱିତୀୟ ଥର ଲାଗି ସେମାନେ ଦଳ ବଦଳାଇବାକୁ ଚେଷ୍ଟା କରିଥିଲେ ମାତ୍ର ୮ ଜଣ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିପାରି ନଥିଲେ। ବର୍ତ୍ତମାନ ଗୋଆ ବିଧାନସଭା ୧୧ ଜଣ କଂଗ୍ରେସ ବିଧାୟକ ଅଛନ୍ତି। ଦୁଇ-ତୃତୀୟାଂଶ ସମର୍ଥନ ଲାଗି  ୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ।  


Goa Congress Crisis: ଦଳ ଛାଡି଼ ବିଜେପି ହାତ ଧରିବେ ୯ କଂଗ୍ରେସ ବିଧାୟକ!


ଦଳୀୟ ବିଧାୟକଙ୍କ ଦଳ ପରିବର୍ତ୍ତନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜଣେ କଂଗ୍ରେସ ନେତା କହିଛନ୍ତି ସଂଖ୍ୟାବଳ କମ ହେବା କାରଣରୁ ସେମାନଙ୍କର ଦଳ ବଦଳ ଉଦ୍ୟମ ବିଫଳ ହୋଇଥିଲା। ଦଳ ଛାଡିବାକୁ ଚାହୁଁଥିବା  ଦଳୀୟ ବିଧାୟକ ଦଳରେ ରୁହନ୍ତୁ ବୋଲି କଂଗ୍ରେସ ନେତୃତ୍ୱ ଚାହୁଁଛନ୍ତି। କେବଳ କଂଗ୍ରେସ ନୁହେଁ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କ ମନ୍ତ୍ରୀ ମଧ୍ୟ ଚାହୁଁଛନ୍ତି ଯେ, କଂଗ୍ରେସ ବିଧାୟକ ସେମାନଙ୍କ ଦଳ ନ ଛାଡନ୍ତି। କାରଣ ସେମାନଙ୍କୁ ଏକ ଡର ଘାରୁଛି। ତାହା ହେଉଛି ଯଦି କଂଗ୍ରେସ ବିଧାୟକ ଦଳରେ ସାମିଲ ହୁଅନ୍ତି ତାହେଲେ ସେମାନଙ୍କୁ ସେମାନଙ୍କର ମନ୍ତ୍ରୀ ପଦ ଛାଡି ବାକୁ ପଡି଼ପାରେ ବୋଲି ସନ୍ଦେହ କରୁଛନ୍ତି ବିଜେପି ମନ୍ତ୍ରୀ।    


କଂଗ୍ରେସ ବିଧାୟକ ଦିଗମ୍ବର କାମାତ ଏବଂ ମାଇକେଲ ଲୋବୋ ଯାହାଙ୍କ ବିରୋଧରେ ଦଳ ବିଭାଜନ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଅଣାଯାଇ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ  ନୋଟିସ ପଠାଯାଇଥିଲା। ସେମାନେ ବିଜେପି ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଠାରେ ଡେରା ପକାଇଥିଲେ। ହେଲେ ଉଭୟ ଦଳ ବିଭାଜନକୁ ଅସ୍ୱୀକାର କରୁଛନ୍ତି। ଏପରିକି ଗତ ଜୁଲାଇ ୯ ତାରିଖରେ କିଛି କଂଗ୍ରେସ ବିଧାୟକ ଦିଲ୍ଲୀ ଠାରେ ପହଞ୍ଚିଥିଲେ। ସେତେବେଳେ ସେମାନେ ବିଜେପି ନେତାଙ୍କୁ ଭେଟି ଦଳ ବଦଳାଇ ବାବଦରେ ଚର୍ଚ୍ଚା କରୁଥଲେ। 
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି  ଗୋଆ କଂଗ୍ରେସ ଦାୟିତ୍ୱରେ ଥିବା ଦୀନେଶ ଗୁଣ୍ଡୁ ରାଓ କହିଥିଲେ ଏହା କେବଳ ଏକ ଗୁଜବ। କଂଗ୍ରେସ ବିଧାୟକ ଦଳରେ ଦୁଇ-ତୃତୀୟାଂଶ ବିଭାଜନ ସୃଷ୍ଟି କରିବାକୁ ବିଜେପି ଚେଷ୍ଟା କରୁଛି ବୋଲି ଦୀନେଶ ଗୁଣ୍ଡୁ ରାଓ ୧୦ ଜୁଲାଇରେ ଦାବି କରିଥିଲେ। ବିପୁଳ ପରିମାଣର ଅର୍ଥ ଦିଆଯିବା ସତ୍ତ୍ୱେ ଆମର ୬ ଜଣ ବିଧାୟକ ଦଳ ସହ ଠିଆ ହୋଇଥିଲେ। ମୁଁ ସେମାନଙ୍କ ପାଇଁ ବହୁତ ଗର୍ବିତ। କଂଗ୍ରେସ ବିଧାୟକ ଦଳରେ ଦୁଇ ତୃତୀୟାଂଶ ବିଭାଜନ ସୃଷ୍ଟି କରିବାକୁ ବିଜେପି ଯେଉଁ ଚେଷ୍ଟା କରୁଛି ସେଥିପାଇଁ ୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। 


ମାତ୍ର ଜୁଲାଇ ୧୧ ତାରିଖରେ ଗୋଆ ବିଜେପି କଂଗ୍ରେସ ପକ୍ଷରୁ କରାଯାଉଥିବା ଅଭିଯୋଗକୁ ଖାରଜ କରିଥିଲା। ପୂର୍ବରୁ  ଗୋଆ ବିଜେପି ପ୍ରଭାରୀ ସିଟି ରବି କହିଥିଲେ ଯେ, ବିରୋଧ ଦଳର ୫ ଜଣ  ବିଧାୟକ ଶାସକ ଦଳରେ ମିଶିବାକୁ ଚହୁଁଛନ୍ତି। ଗତ ୧୧ ଜୁଲାଇରେ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ ଏବଂ ମାଇକେଲ ଲୋବୋଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବିଧାନସଭା ବାଚସ୍ପତିଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ କରିଥିଲା। ଯାହା ଦର୍ଶାଉଛି ଯେ ଗୋଆ କଂଗ୍ରେସରେ ସବୁ ତିଛି ଠିକ ଠାକ ଚାଲି ନାହିଁ। ଦଳୀୟ ବିଧାୟକଙ୍କ ଉପରେ ଦଳର କୌଣସି ବିଶ୍ୱାସ ନାହିଁ। କଂଗ୍ରେସ ନେତା ମୁକୁଲ ୱାସନିକଙ୍କ ସହ ଦୀନେଶ ଗୁଣ୍ଡୁ ରାଓ ସେପ୍ଟେମ୍ବର ୧୧ କିମ୍ବା ୧୨ ତାରିଖରେ ଗୋଆ ଗସ୍ତରେ ଯାଇ ବିରୋଧୀ ଦଳର ନେତା ଚୟନ କରିବେ ଏବଂ ରାଜ୍ୟର ରାଜନୈତିକ ପରିସ୍ଥିତିର ଅନୁଧ୍ୟାନ କରିବେ।