Goa Congress Crisis: ଦଳ ଛାଡି଼ ବିଜେପି ହାତ ଧରିବେ ୯ କଂଗ୍ରେସ ବିଧାୟକ!
Advertisement
Article Detail0/zeeodisha/odisha1251760

Goa Congress Crisis: ଦଳ ଛାଡି଼ ବିଜେପି ହାତ ଧରିବେ ୯ କଂଗ୍ରେସ ବିଧାୟକ!

Goa Congress Crisis: ବର୍ତ୍ତମାନ ଗୋଆରେ ୧୧ ଜଣ କଂଗ୍ରେସ ବିଧାୟକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ବିଧାୟକ ବିଜେପି ହାତ ଧରୁଥିବା ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 

Goa Congress Crisis: ଦଳ ଛାଡି଼ ବିଜେପି ହାତ ଧରିବେ ୯ କଂଗ୍ରେସ ବିଧାୟକ!

Goa Congress Crisis: ମହାରାଷ୍ଟ୍ର ପରେ ଏବେ ଗୋଆ ରାଜନୀତିରେ ସୃଷ୍ଟି ହୋଇଛି ହଟଚମଟ। ଏବେ ବିଭାଜନ ଆଡକୁ ମୁହାଁଉଛି ଗୋଆ କଂଗ୍ରେସ। ଏନେଇ କୁହାଯାଉଛି ଯେ ୯ ଜଣ କଂଗ୍ରେସ ବିଧାୟକ ଦଳ ଛାଡି଼ ବିଜେପି ହାତ ଧରି ପାରନ୍ତି। ବର୍ତ୍ତମାନ ନାରାଜ ବିଧାୟକଙ୍କୁ ମନାଇବା ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ। କଂଗ୍ରେସ ନେତା ଦୀନେଶ ଗୁଣ୍ଡୁ ରାଓ ଦଳ ବଦଳକୁ ରୋକିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ହେଲେ ବର୍ତ୍ତମାନ ବିଧାୟକଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଅସମ୍ଭବ ବୋଲି କୁହାଯାଉଛି।

ବର୍ତ୍ତମାନ ଗୋଆରେ ୧୧ ଜଣ କଂଗ୍ରେସ ବିଧାୟକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ବିଧାୟକ ବିଜେପି ହାତ ଧରୁଥିବା ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଯଦି ଏହା ଘଟେ ତାହେଲେ ଦଳ ଭାଙ୍ଗିଯିବ। ଦଳ ପରିବର୍ତ୍ତନ କରିଥିବା ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ। କାରଣ ସେମାନଙ୍କ ସଂଖ୍ୟା ମୋଟ ବିଧାୟକଙ୍କ ସଂଖ୍ୟାଠାରୁ ବହୁତ ଅଧିକ। ଯାହା ଫଳରେ ଦଳ ବଦଳ ନିରୋଧ ଆଇନ ଆଧାରରେ ଦଳ ପରିବର୍ତ୍ତନ କରିବାକୁ ଯାଉଥିବା କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇ ପାରିବ ନାହିଁ।   

ଦଳ ବିରୋଧରେ ବିଦ୍ରୋହ କରୁଥିବା କଂଗ୍ରେସ ବିଧାୟକଙ୍କ ତାଲିକାରେ ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଦିଗମ୍ବର କାମାତ ମଧ୍ୟ ସାମିଲ ଅଛନ୍ତି। ଯିଏ ବିଜେପି ହାତ ଧରିବା ନେଇ ଚର୍ଚ୍ଚା ହେଉଛି। ଏହାପୂର୍ବରୁ ଗତ ୨୦୧୯ ବର୍ଷରେ ମଧ୍ୟ ବହୁ କଂଗ୍ରେସ ବିଧାୟକ ଦଳ ଛାଡି଼ ବିଜେପି ହାତ ଧରିଥିଲେ। ଯାହା ପରେ ପୁଣି ଥରେ ସେହି ପୁରୁଣା ଇତିହାସ ଦୋହରାଇକୁ ପ୍ରସ୍ତୁତି ଚାଲିଛି। 

ଦଳ ଛାଡିବାକୁ ଯାଉଥିବା କଂଗ୍ରେସ ବିଧାୟକ ହେଉଛନ୍ତି 

  • ଦିଗମ୍ବର କାମାତ 
  • ମାଇକେଲ ଲୋବୋ 
  • ୟୁରୀ ଆଲେମାଓ ସାଙ୍କଲପ ଆମୋନକର 
  • ଡେଲାଇଲା ଲୋବୋ 
  • ଆଲେକ୍ସ ସିକେରୋ 
  • କେଦାର ନାୟକ
  • ରାଜେଶ ଫଲଦେଶାଇ

ଦଳ ଛାଡ଼ି ବିଜେପି ହାତ ଧରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ତଥା ରାଜ୍ୟର ପୂର୍ବତନ ବିଧାୟକ ଦିଗମ୍ବର କାମାତ କହିଛନ୍ତି ଯେ ଦୀର୍ଘ ଦିନ ଧରି ଏପରି ଚର୍ଚ୍ଚା ଚାଲିଛି। ବର୍ତ୍ତମାନ ମୁଁ ମୋ ଦଳରେ ଅଛି। ଗୋଆ କଂଗ୍ରେସ ଦାୟିତ୍ୱରେ ଥିବା ଦୀନେଶ ଗୁଣ୍ଡୁରାଓ ବର୍ତ୍ତମାନ ରାଜ୍ୟରେ ଉପସ୍ଥିତ ଅଛନ୍ତି। ବିଧାୟକଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି।

ଏହା ପୂର୍ବରୁ ଗୋଆ କଂଗ୍ରେସ ଦାୟିତ୍ୱରେ ଥିବା ଦୀନେଶ ଗୁଣ୍ଡୁ ରାଓ ସୋମବାର ଠାରୁ ରାଜ୍ୟ ବିଧାନସଭା ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଶନିବାର ବିଧାୟକ ଦଳ ବୈଠକ ଡାକିଥିଲେ। ଏହି ବୈଠକରେ ଦଳର ସମସ୍ତ ବିଧାୟକ ଯୋଗ ଦେଇଥିଲେ। କ କୌତୁହଳର ବିଷୟ ହେଉଛି ଯେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଏହାର ଦଳୀୟ ପ୍ରାର୍ଥୀଙ୍କୁ ବିଭିନ୍ନ ଧାର୍ମିକ ସ୍ଥାନକୁ ନେଇ ଦଳ ପ୍ରତି ବିଶ୍ୱସ୍ତ ରହିବାକୁ ଶପଥ କରିବାକୁ କହିଥିଲା।

Also Read: Loksabha Election 2024: ମିଶନ ୧୩୦ ଲାଗି ଦକ୍ଷିଣ ମୁହାଁ ବିଜେପି ରଥ