Congress Leaders Controversy: ସେପ୍ଟମ୍ବର ୭ ତାରିଖ ବୁଧବାର ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି କଂଗ୍ରେସ। ଯାହା କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ କାଶ୍ମୀର ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ଏହି ଯାତ୍ରା  କେରଳ ଠାରେ 
ପହଞ୍ଚିଛି। ପ୍ରାୟ ୧୮ ଦିନ ଧରି କେରଳରେ ଚାଲିବ ଭାରତ ଯୋଡ଼ ଯାତ୍ରା। କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଯାତ୍ରାକୁ ସପ୍ତାହେ ପୂରଣ ହୋଇଛି।


COMMERCIAL BREAK
SCROLL TO CONTINUE READING

ଦଳ (Congress) ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ବେଳେ ନିଜର କାରନାମା ପାଇଁ ବିବାଦୀୟ ହୋଇ ପଡ଼ିଛନ୍ତି କଂଗ୍ରେସ ନେତା (Kerala Congress Leader)। ସେମାନଙ୍କର କାରନାମାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। କେରଳ କୋଲାମ ସହରରେ (Kerala Kollam City) ଘଟିଯାଇଛି ଏଭଳି ଘଟଣା। 


ଭାରତ ଯୋଡ଼ ଯାତ୍ରା ସମୟରେ ଜଣେ ପରିବା ବ୍ୟବସାୟୀଙ୍କ ଠାରୁ କଂଗ୍ରେସ ନେତା ଜବରଦସ୍ତ ଚାନ୍ଦା ଆଦାୟ (Extortion Collection of Congress Leader) କରିବାର ଅଭିଯୋଗ ହୋଇଛି। ଏହି ଘଟଣା ଭିଡ଼ିଓ (Kerala Congress Leaders Controversial Video) ଭାଇରାଲ ହେବା ପରେ ବିଜେପି (BJP) ଏହି ପ୍ରସଙ୍ଗରେ କଂଗ୍ରେସ ବିରୋଧରେ ବର୍ଷିଛି। 


Also Read: Bharat Jodo Yatra: ଗାନ୍ଧୀଙ୍କ ମାଟିରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରା, ଏଠାରେ ହେବ ଶେଷ


କୋଲାମ ସହରରୁ ମିଳିଥିବା ଖବର ଅନୁସାରେ ଯେତେବେଳେ ଜଣେ ପରିବା ବିକ୍ରେତା କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡା ଯାତ୍ରା ପାଇଁ ଚାନ୍ଦା ଦେଇନଥିଲେ, ସେତେବେଳେ କେବଳ ତାଙ୍କ ଉପରେ ଆକ୍ରମଣ କରାଯାଇ ନଥିଲା ବରଂ ତାଙ୍କ ଦୋକାନରେ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। କେବଳ ଏତିକି ନୁହେଁ ପୀଡିତା ପରିବା ବିକ୍ରେତା ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ଭାରତ ଯୋଡ଼ ଯାତ୍ରା ଖର୍ଚ୍ଚ ପାଇଁ ୨ ହଜାର ଟଙ୍କା ଦାନ କରିବାକୁ ମନା କରିଦେଇଥିଲେ ସେତେବେଳେ ତାଙ୍କ ଉପରେ ଆକ୍ରମଣ କରାଯିବା ସହ ଜୀବନରୁ ମାରି ଦେବାକୁ ଧମକ ଦିଆ ଯାଇଥିଲା।


ଏକ ପରିବା ଦୋକାନ ଚଳାଉଥିବା ଏସ.ଫୱାଜ ଏହି ଘଟଣାରେ କୁନ୍ନିକୋଡ ଥାନାରେ ଅଭିଯୋଗ କରିଛନ୍ତି। ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦୋକାନରେ ପହଞ୍ଚିଥିବା ୫ ଜଣ କଂଗ୍ରେସ କର୍ମୀ ତାଙ୍କ ସହ ଅସଦାଚରଣ କରିଛନ୍ତି। ସେମାନେ ତାଙ୍କୁ ମାଡ଼ ମାରିବା ସହ ଧମକାଇବା, ଗାଳି ଗୁଲଜ କରିଛନ୍ତି। ଏହି ଘଟଣାରେ କେରଳ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଅନିଶ ଖାନ ମଧ୍ୟ ସାମିଲ ରହିଥିବା କହିଛନ୍ତି ପରିବା ବ୍ୟବସାୟୀ ଫୱାଜ।


କଂଗ୍ରେସ କର୍ମକର୍ତ୍ତା ଦୋକାନରେ କାମ କରୁଥିବା ଲୋକଙ୍କୁ ମାଡ ମାରିବା ସହ ସେମାନଙ୍କ ପନିପରିବା ଫିଙ୍ଗି ଦେଇଥିବାର ଅଭିଯୋଗ ମଧ୍ୟ ହୋଇଛି। ବ୍ୟବସାୟୀ ଫୱାଜ କହିଛନ୍ତି କଂଗ୍ରେସ କର୍ମକର୍ତ୍ତା ମୋତେ ୨୦୦୦ ହଜାର ଟଙ୍କା ଚାନ୍ଦା ମାଗିଥିଲେ। ହେଲେ ମୁଁ ମାତ୍ର ୫୦୦ ଟଙ୍କା ଦେବାକୁ ସକ୍ଷମ ହୋଇଥିଲି। ସେଥିପାଇଁ ସେମାନେ ପ୍ରଥମେ ମୋତେ ପିଟିଲେ ଏବଂ ପରେ  ମୋ ଦୋକାନରେ ହଙ୍ଗମା କରିବା ସହ ଭଙ୍ଗାରୁଜା କରିଥିଲେ।  ଘଟଣାସ୍ଥଳରେ ଲୋକ ଏକାଠି ହୋଇଯିବା ପରେ କଂଗ୍ରେସ କର୍ମକର୍ତ୍ତା ସେଠାରୁ ପଳାୟନ କରିଥିଲେ।