Congress Bharat Jodo Yatra: କଂଗ୍ରେସ ନେତା ଜୟରାମ ରମେଶ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡ଼ ଯାତ୍ରାର କୌଣସି ସମ୍ପର୍କ ଗୁଜୁରାଟ କିମ୍ବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ହେବାକୁ ଦଳୀୟ ପ୍ରଚାର ସହ ନାହିଁ।
Trending Photos
Bharat Jodo Yatra Second Phase: ସେପ୍ଟମ୍ବର ୭ ତାରିଖ ବୁଧବାର ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି କଂଗ୍ରେସ। ଯାହା କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ କାଶ୍ମୀର ପର୍ଯ୍ୟନ୍ତ ଚାଲିବ। ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଯାତ୍ରା ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। ଏନେଇ କହିଛନ୍ତି ଯେ ଯଦି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଚାଲିବାକୁ ଥିବା ଭାରତ ଯୋଡା ଯାତ୍ରା ସଫଳ ହୁଏ ତାହେଲେ ଦଳ ଗୁଜରାଟ ଠାରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଆଉ ଏକ ଯାତ୍ରା ଆରମ୍ଭ କରିବ। କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡି ଯାତ୍ରାର ଅଷ୍ଟମ ଦିନରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ନେତା ଶୁକ୍ରବାର ଦିନ କୋଲାମ ଠାରେ ଏକ ପଦଯାତ୍ରା ଆରମ୍ଭ କରିଛନ୍ତି।
କଂଗ୍ରେସ ନେତା ଜୟରାମ ରମେଶ (Congress Leader Jairam Ramesh) ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡ଼ ଯାତ୍ରାର (Bharat Jodo Yatra) କୌଣସି ସମ୍ପର୍କ ଗୁଜୁରାଟ (Gujarat Assembly Election 2022) କିମ୍ବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ (Himachal Pradesh Assembly Election 2022) ଲାଗି ହେବାକୁ ଦଳୀୟ ପ୍ରଚାର ସହ ନାହିଁ। ଏଆଇସିସି ସାଧାରଣ ସମ୍ପାଦକ କୋଲାମ ଠାରେ କହିଛନ୍ତି ଦ୍ୱିତୀୟ ପର୍ଯ୍ୟାୟରେ ଆମେ ୧୫୦ ଦିନରେ ପ୍ରାୟ ୩୧୦୦ କିଲୋମିଟର ଦୂରତା ଅତିକ୍ରମ କରିବୁ। ଏହା ହେଉଛି ବିଶ୍ୱର କୌଣସି ରାଜନୈତିକ ଦଳ ଦ୍ୱାରା ଆୟୋଜିତ ହୋଇଥିବା ଦୀର୍ଘତମ ପଦଯାତ୍ରା। ଏହାପୂର୍ବରୁ ଚୀନ୍ ନେତା ମାଓ ସେତୁଙ୍ଗ (Chinese Leader Mao Tse Tung) ଦ୍ୱାରା ଏପରି ଯାତ୍ରା ତାଙ୍କ ଦେଶରେ କରାଯାଇଥିଲା। ଯଦି କନ୍ୟାକୁମାରୀ ଠାରୁ କାଶ୍ମୀର (Kanyakumari to Kashmir) ପର୍ଯ୍ୟନ୍ତ ଯାତ୍ରା ସଫଳ ହୁଏ, ତାହେଲେ ଆମେ ଗୁଜୁରାଟ ଠାରୁ ଅରୁଣାଚଳ ପ୍ରଦେଶ (Gujarat to Arunachal Pradesh) ଅଭିମୁଖେ ଯାତ୍ରା କରିବୁ।
Also Read: Congress: ଭାରତ ଯୋଡ଼ ଯାତ୍ରାକୁ କାହିଁକି ଚିନ୍ତିତ ହୋଇଉଠିଛି ବିଜେପି? ସେମାନଙ୍କ ପାଖରେ କୌଣସି କାମ ନାହିଁ?
କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡ଼ ଯାତ୍ରାକୁ ନେଇ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି ଦେଶର ଅନ୍ୟ ବିରୋଧି ଦଳ। ଏନେଇ କଂଗ୍ରେସ ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରି ବିରୋଧି କହିଛନ୍ତି ଯେ, ଏହି ଯାତ୍ରା କାହିଁକି ସେହି ରାଜ୍ୟରେ ଅନୁଷ୍ଠିତ ହେଉଛି ଯେଉଁଠି ବିଜେପି ଏକ ମୁଖ୍ୟ ଶକ୍ତି ନୁହେଁ। ଏନେଇ କେରଳରେ କ୍ଷମତାସୀନ ଏଲଡିଏଫ ସରକାରର (Kerala LDF Govt) ନେତୃତ୍ୱ ନେଉଥିବା ସିପିଏମ୍ (CPM) ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଏହା ଭାରତ ଯୋଡ଼ ଯାତ୍ରା ନା ସିଟ୍ ଯୋଡ ଯାତ୍ରା? ଭାରତ ଯୋଡ଼ ଯାତ୍ରା କେରଳରେ (Kerala) ୧୮ ଦିନ ହେଉଥିବା ବେଳେ ଉତ୍ତର ପ୍ରଦେଶରେ (Uttar Pradesh) କେବଳ ୨ ଦିନ ଲାଗି ହେଉଛି। ବିଜେପି-ଆରଏସଏସ (BJP0-RSS) ସହିତ ଲଢେଇ କରିବାର ଏହା ହେଉଛି ଏକ ଅଜବ ଉପାୟ।
Also Read: Rahul Gandhi: କାହିଁକି ଭାରତ ଯୋଡ଼ ଯାତ୍ରା ଆରମ୍ଭ କଲା କଂଗ୍ରେସ?
ଦେଶରେ କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ବାମପନ୍ଥୀ ସରକାର (Leftist Govt) କ୍ଷମତାସୀନ ରହିଛି। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ (West Bengal Assembly Election 2021) ସିପିଏମ-କଂଗ୍ରେସ ମଧ୍ୟରେ ମେଣ୍ଟ (CPM Congress Alliance) ହୋଇଥିବା ବେଳେ କେରଳ ବିଧାନସଭା ନିର୍ବାଚନରେ ( Kerala Assembly Election 2021) ଉଭୟ ଦଳ ପରସ୍ପରର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ (CPM Congress Fight) ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ।
ସିପିଏମ ପକ୍ଷରୁ କରାଯାଇ ଥିବା ଟ୍ୱିଟ ଉପରେ ଜବାବ ରଖି କଂଗ୍ରେସ ନେତା ଜୟରାମ ରମେଶ ଆପଣଙ୍କ ହୋମ ୱାର୍କ ଭଲ ଭାବରେ କର। ମୋଦିଙ୍କ ମାଟିରେ ବିଜେପିର ଏ-ଟିମ ଦଳ ମୂର୍ଖ ସମାଲୋଚନା କରୁଛି।
Also Read: Political Trip: ରାଜନେତାଙ୍କ ଭାଗ୍ୟ ବଦଳାଇ ଦେଇଛି ରାଜନୈତିକ ଯାତ୍ରା, ରାହୁଲ ଗାନ୍ଧୀଙ୍କୁ ମିଳିବ ଲାଭ?
ଭାରତ ଯୋଡ଼ ଯାତ୍ରାର ସପ୍ତମ ଦିନରେ ରାହୁଲ ଗାନ୍ଧୀ (Rahul Gandhi) କୋଲାମ ଜିଲ୍ଲାର ଚାଥନ୍ନୁର ଠାରେ ଛାତ୍ରଙ୍କ ସହ କଥାବାର୍ତ୍ତା କରିଥିଲେ। ଏନେଇ କଂଗ୍ରେସ କହିଛି, ଯେହେତୁ ଆମେ ଭାରତ ଯୋଡ ଯାତ୍ରାର ପ୍ରଥମ ସପ୍ତାହ ସମାପ୍ତ କରୁଛୁ, ଯାତ୍ରା ବେଳେ ଆମେ ଯେତେ ଦୂରତା ଅତିକ୍ରମ କରିଛୁ ଏବଂ କେତେ ଲୋକଙ୍କ ସହ ଯୋଡି ହୋଇଛୁ ତାହା ଆମର ପ୍ରତିବଦ୍ଧତାକୁ ଦୃଢ କରିପାରିଛି। ଆମର ଲକ୍ଷ୍ୟ ସ୍ପଷ୍ଟ ଏବଂ ଆମ ପରିବାର ମଧ୍ୟ ବୃଦ୍ଧି ପାଇଛି। ଏହା ହେଉଛି ସତ୍ୟର ଶକ୍ତି ଏକତାର ଶକ୍ତି।