ଭୁବନେଶ୍ୱର: ଗତ କିଛି ଦିନର ଜୋରଦାର ଆକ୍ରୋଶ ପରେ ବିରୋଧୀ ଟିକେ ନରମିଛନ୍ତି।  ଅଣ୍ଡାମାଡ ବଦଳରେ ବିଜେପି ନେତାଙ୍କୁ ଏବେ ବିକ୍ଷୋଭ ପ୍ରଦର୍ଶନ କରି ବିଜେଡି ଓ କଂଗ୍ରେସ କର୍ମୀ ବିରୋଧ ପ୍ରଦର୍ଶନ କରିଛନ୍ତି। ସାଂସଦ ଅପରାଜିତା ଷଡଙ୍ଗୀ ୱାର୍ଡ ବୁଲି ପଦଯାତ୍ରା କରୁଥିବା ବେଳେ ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡି କର୍ମୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ସେପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବେରୋଜଗାର ଓ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା କହି କଳା ପତାକା ପ୍ରଦର୍ଶନ କରିଛନ୍ତି। ନିଜକୁ ଅସୁରକ୍ଷିତ କହୁଥିବା ସାଂସଦ କିନ୍ତୁ ଆଜିର ପୋଲିସ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ଭାଜନ କରିଛନ୍ତି। ତାଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣିଥିବା ଭଳି ମନେ  ହେଉଥିବା ଅପରାଜିତା କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

କିଛି ଦିନର ଅଣ୍ଡାମାଡ ବିରୋଧ ପରେ ଏବେ ବିରୋଧୀ ବିରୋଧ କରିବାର ଢଙ୍ଗ ପୁଣି ବଦଳାଇଥିବା ଭଳି ମନେ ହେଉଛି। ଅଣ୍ଡାମାଡ ବଦଳରେ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଦଯାତ୍ରା ବେଳେ ହେଉବା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉତ୍କଳ ବିଶ୍ବ ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ହୋଇ ଆସିବା! ପଦଯାତ୍ରାରେ ବିଜେଡି ଗ୍ୟାସ ଦରକୁ ନେଇ ସାଂସଦଙ୍କୁ ଘେରିଥିବା ବେଳେ ବେରୋଜଗାର ଓ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛାତ୍ର କଂଗ୍ରେସ କଳା ପତାକା ଦେଖାଇଛି।


Also Read: BJP ପରେ କଂଗ୍ରେସ ମୁକ୍ତ ଭାରତ ଅଭିଯାନରେ ସାମିଲ ହୋଇଛି କି TMC? ଚାଲିଯିବକି ବିରୋଧି ଦଳ ପଦ?


ଗତ ଦିନରେ ଯେଉଁଭଳି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜେଡି ମନ୍ତ୍ରୀଙ୍କୁ ହେଉବା ଭୁବନେଶ୍ବର ସାଂସଦଙ୍କୁ ଅଣ୍ଡାମାଡ କରାଯାଇଥିଲା ତାହାକୁ ନେଇ ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସବୁ ବର୍ଗ, ଦଳ ଏଭଳି କାର୍ଯ୍ୟକୁ ନିନ୍ଦା କରିଥିବା ବେଳେ ଦୁଇ ଦିନ ତଳେ ବିଜେପି ବିଜେଡି ମୁହାଁମୁହିଁ ହୋଇଥିଲେ। ଏତେ ହେବା ପରେ ବି ବିରୋଧ କରିବା ଗଣତାନ୍ତ୍ରିକ ଅଧିକାର ରହିଛି। ଏଣୁ ବିରୋଧ ଜାରି ରହିବ ବୋଲି ଆନ୍ଦୋଳନକାରୀ ତଥା ଛାତ୍ର କଂଗ୍ରେସ ନେତା, ଅଖିଳେଶ ଯାଦବ କହିଛନ୍ତି।  


ରାଜ୍ୟରେ ମହିଳା ଅସୁରକ୍ଷିତ କହି ମୁଖ୍ୟମନ୍ତ୍ରୀଙ୍କ ଉପରେ ସାଂସଦ ଅପରାଜିତା ଷଡଙ୍ଗୀ ଚାପ ପକାଇବାକୁ ଚେଷ୍ଟା କରିଥିଲେ। ଭୁବନେଶ୍ବର ବିଭିନ୍ନ ୱାର୍ଡ ବୁଲି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ସାଂସଦଙ୍କ ପଦଯାତ୍ରା ବେଳେ ବିଜେଡି କର୍ମୀ ଗ୍ୟାସ ଦର ବୃଦ୍ଧି ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବା ଅଭିଯୋଗ କରିଥିଲେ। କିଛି ସମୟ ଧରି ଏହାକୁ ନେଇ ବିଜେପି, ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ହେଲେ ବିରୋଧୀଙ୍କ ଏଭଳି ବିରୋଧକୁ ଅଭିମାନ ଅପରାଜିତା ବୋଲି କହିଛନ୍ତି। ସବୁ ପ୍ରକାର ସମର୍ଥନ ଓ ବିରୋଧକୁ ସେ ସ୍ବଗତ କରୁଛନ୍ତି। ଆଉ ନିଜେ ଅସୁରକ୍ଷିତ ଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣି ପୋଲିସ ସୁରକ୍ଷା ବ୍ୟବସ୍ଥା ବଢାଇଥିବା ଭଳି ମନେ ହେଉଛି ବୋଲି ସେ କହିଛନ୍ତି। 


Also Read: ଆଜିର ରାଶିଫଳ; ଜାଣନ୍ତୁ, କେମିତି କଟିବ ରବିବାର, ମିଳିପାରେ ମିଶ୍ରିତ ଫଳ


ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଏଭଳି ଏକ ପଦଯାତ୍ରା ବେଳେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଅଣ୍ଡା ଓ ଢେଲାମାଡ କରାଯାଇଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା। ଏହାର ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରକୁ ଅଣ୍ଡାମାଡ କରିବାକୁ ଆନ୍ଦୋଳନକାରୀ ଚେଷ୍ଟା କରିଥିଲେ। ଲୋକଙ୍କୁ ଜଣାଇବା ପାଇଁ ଭିଡିଓ ମଧ୍ୟ ସୁଟ୍ କରିଥିଲେ। କିଛି ଦିନ ଧରି ବିରୋଧ ପ୍ରଦର୍ଶନ କରିବାର ଏଭଳି ଶୈଳୀକୁ ସବୁ ଆଡୁ ନିନ୍ଦା କରିବା ପରେ ଏବେ ଆନ୍ଦୋଳନର ଢଙ୍ଗ ବଦଳିଥିବା ମନେ ହେଉଛି।