BJP ପରେ କଂଗ୍ରେସ ମୁକ୍ତ ଭାରତ ଅଭିଯାନରେ ସାମିଲ ହୋଇଛି କି TMC? ଚାଲିଯିବକି ବିରୋଧି ଦଳ ପଦ?
Advertisement

BJP ପରେ କଂଗ୍ରେସ ମୁକ୍ତ ଭାରତ ଅଭିଯାନରେ ସାମିଲ ହୋଇଛି କି TMC? ଚାଲିଯିବକି ବିରୋଧି ଦଳ ପଦ?

ଆଗାମୀ ୨୦୧୪ ଲୋକସଭା ନିର୍ବାଚନରେ ଯଦି କଂଗ୍ରେସ ପାଖରୁ ଟିଏମସି ମୁଖ୍ୟ ବିରୋଧି ଦଳ ଆସନ ଛଡ଼ାଇ ନେବାରେ ସଫଳ ହୁଏ ତାହେଲେ ଦଳର ଗୁରୁତ୍ୱ ବଢିବ। 

BJP ପରେ କଂଗ୍ରେସ ମୁକ୍ତ ଭାରତ ଅଭିଯାନରେ ସାମିଲ ହୋଇଛି କି TMC? ଚାଲିଯିବକି ବିରୋଧି ଦଳ ପଦ?

ନୂଆଦିଲ୍ଲୀ: ଗତ ୨୦୧୪ ଲୋକସଭା ନର୍ବାଚନରେ କଂଗ୍ରେସ ମୁକ୍ତ ଭାରତ ନାରା ଦେଇ କେନ୍ଦ୍ରରେ ସରକାର ଗଠନ କରିଥିଲା ବିଜେପି। ଦେଶକୁ କଂଗ୍ରେସ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନକୁ ଆଗେଇ ନେବା ପାଇଁ ବିଜେପି ବିଭିନ୍ନ ରଣନୀତି ପ୍ରସ୍ତୁତି କରିବା ସହ ଏହାକୁ ରାଜନୀତିରେ କାର୍ଯ୍ୟକାରୀ କରିଥିଲା।  

ବିଜେପି (BJP) ପରେ ଏହି ଅଭିଯାନରେ ତୃ଼ଣମୂଳ କଂଗ୍ରେସ (Trinamool Congress) ସାମିଲ ହୋଇଥିବା ମନେ ହେଉଛି। କାରଣ ଚଳିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ହାସଲ କରି ରାଜ୍ୟରେ କ୍ରମାଗତ ଭାବେ ତୃତୀୟ ତର ଲାଗି ସରକାର ଗଠନ କରିଥିଲା ତୃଣମୂଳ କଂଗ୍ରେସ ଟିଏମସି। ଏହି ନିର୍ବାଚନ ସରିବା ପରେ ଚୁପ ହୋଇ ବସିନାହାଁନ୍ତି ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee)। 

ଜାତୀୟ ରାଜନୀତିରେ ପ୍ରତିଷ୍ଠିତ ହେବା ପାଇଁ ସେ ଟିଏମସି ସଙ୍ଗଠନୁ ମଜବୁତ କରିବାରେ ଲାଗି ପଡିଛନ୍ତି ଦଳର ସୁପ୍ରିମୋ। ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ସେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ନେତାଙ୍କୁ ଦଳରେ ସାମିଲ କରାଇବାରେ ଲାଗି ପଡି଼ଛନ୍ତ। ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ହରିୟାଣା ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଶୋକ ତୱଁର, ପୂର୍ବତନ କଂଗ୍ରେସ ସାଂସଦ ସୁଷ୍ମିତା ଦେବ, କଂଗ୍ରେସ ନେତା କୀର୍ତ୍ତି ଆଜାଦ ଏବଂ ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଲୁଇଜିନ୍ହୋ ଫ୍ଲେରିଓ। ଏହି ସମସ୍ତ କଂଗ୍ରେସ ନେତା ଦଳ ଛାଡି଼ ଟିଏମସି ହାତ ଧରିଛନ୍ତି। 

Also Read: Meghalaya Politics: କଂଗ୍ରେସକୁ ଲାଗିଲା ଶକ୍ତ ଝଟକା, ଦଳ ଛାଡି TMC ହାତ ଧରିଲେ ୧୨ ବିଧାୟକ

ସେହିପରି ମେଘାଳୟ ବିଧାନସଭାରେ ବିରୋଧି ଦଳ ଆସନରେ ବସିଥିବା କଂଗ୍ରେସର (Congress) ୧୮ ଜଣ ବିଧାୟକଙ୍କ ମଧ୍ୟରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସଙ୍ଗମାଙ୍କ ସମେତ ୧୨ ଜଣ ଦଳୀୟ ବିଧାୟକ ଦଳ ଟିଏମସି ହାତ ଧରିଥିଲେ। କଂଗ୍ରେସ ବିଧାୟକ ଦଳ ଛାଡି଼ବା ପରେ ଏବେ ଏହି ରାଜ୍ୟର ବିଧାନସଭାରେ ମୁଖ୍ୟ ବିରୋଧି ଦଳ ଆସନକୁ ଦଖଲ କରିନେଇଛି ଟିଏମସି। ବର୍ତ୍ତମାନ ଦେଶରେ ପଶ୍ଚିମବଙ୍ଗ ପରେ ମେଘାଳୟ ହେଉଛି ଦ୍ୱିତୀୟ ରାଜ୍ୟ ଏତେ ବଡ଼ ସଂଖ୍ୟାରେ ଟିଏମସି ବିଧାୟକ ଅଛନ୍ତି। 

ଯଦି ଜାତୀୟ ରାଜନୀତି ଦୃଶ୍ୟପଟରେ ଟିଏମସି ଭଳି ଦଳର ସାଙ୍ଗଠନିକ ସମ୍ପ୍ରସାରଣକୁ ବିଚାର କରାଯାଏ ତାହେଲେ ବର୍ତ୍ତମାନ ରାଜନୈତିକ ମହଲରେ ଏକ ପ୍ରଶ୍ନ ଏକ ପ୍ରଶ୍ନ ଉଠିଛି ଯେ କ'ଣ କଂଗ୍ରେସ ପାଖରୁ ମୁଖ୍ୟ ବିରୋଧି ଦଳ ଟିଏମସି ଛଡାଇ ନେବ? ଯଦିଓ ଏ ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ କୌଣସି ସ୍ପଷ୍ଟ ଉତ୍ତର ରଖିନାହାଁନ୍ତି। ହେଲେ ଦଳର ଏହି ବିସ୍ତାରବାଦୀ ନୀତି ସେମାନଙ୍କ ରାଜନୈତିକ ଅଭିଳାଷକୁ ପ୍ରତିଫଳିତ କରୁଛି।

ନିର୍ବାଚନ ଫଳାଫଳ ଉପର ପୂର୍ବାନୁମାନ କରିବା ସର୍ବଦା ବିପଜ୍ଜନକ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ବହୁତ ଦୂରରେ ରହିଛି। ଏହି ଚେତାବନୀ ଟିଏମସି କଂଗ୍ରେସ ଅପେକ୍ଷା ଅଧିକ ଲୋକସଭା ଆସନ ପାଇବା ନେଇ ଏକ ଯୁକ୍ତିଯୁକ୍ତ ପରିବେଶ ସୃଷ୍ଟି ହୋଇଛି। ଲୋକସଭା ନିର୍ବାଚନରେ ​​ଟିଏମସି ଭଳି ଆଞ୍ଚଳିକ ଦଳର ସର୍ବୋତ୍ତମ ପ୍ରଦର୍ଶନ ୨୦୧୪ ନିର୍ବାଚନରେ ହୋଇଥିଲା ଯେତେବେଳେ ଦଳ ରାଜ୍ୟର ମୋଟ ୪୨ ଆସନରୁ ୩୪ ସିଟ୍ ହାତେଇଥିଲା। ସେହିପରି ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦଳ ୪୮.୫% ଭୋଟ ସହ ୨୧୧ ଆସନ ପାଇଥିଲା। ଯଦି ଏହି ଦୁଇ ନିର୍ବାଚନକୁ ତୁଳନା କରାଯାଏ ତାହେଲେ ଦଳ ରାଜ୍ୟର ୪୨ ଲୋକସଭା ସିଟ୍ ମଧ୍ୟରୁ ୩୨ ଆସନରେ ଆଗୁଆ ଥିଲା। ଯଦି ଜାତୀୟ ରାଜନୀତିରେ ଟିଏମସି ମୁଖ୍ୟ ବିରୋଧି ଦଳ ଆସନରେ ବସିବାକୁ ଚାହୁଁଥାଏ ତାହେଲେ ଦଳକୁ ୨୦୧୯ ତୁଳନାରେ ୨୦୨୪ ଲୋକସଭା ନିର୍ବାଚନରେ ତୁଳନାତ୍ମକ ଭାବେ ଉତ୍ତମ ପ୍ରଦର୍ଶନ କରିବାକୁ ହେବ। ଗତ ୨୦୧୯ ଲୋକସଭା ନିର୍ବାଚନରେ ଟିଏମସି ୨୨ ଏବଂ କଂଗ୍ରେସ ୨ ଆସନ ପାଇଥିଲା।   

Also Read: ନିର୍ବାଚନ ପୂର୍ବରୁ ଦଳ ଛାଡି ପଳାୟନ କରୁଛନ୍ତି Congress ବିଧାୟକ, ବୈଠକ କଲେ ଦଳର ଅଧ୍ୟକ୍ଷ

ଗତ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ୫୨ ଆସନ ଜିତିବାରେ ସଫଳ ହୋଇଥିଲା। ଏହା ମଧ୍ୟରୁ ୩୧ ଆସନ କେବଳ ତିନୋଟି ରାଜ୍ୟରୁ ଆସିଥିଲା। ତାହା ହେଉଛି କେରଳ ୧୫, ପଞ୍ଜାବ ୮ ଏବଂ ତାମିଲନାଡୁ ୮। ୨୦୨୧ କେରଳ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ତାମିଲନାଡୁରେ ଦଳର ଭାଗ୍ୟ ମେଣ୍ଟ ସହଯୋଗୀ ଡିଏମକେ ସହିତ ସିଟ୍ ବୁଝାମଣା ସୂତ୍ର ଉପରେ ନିର୍ଭର କରିବ। କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଭଳି ବରିଷ୍ଠ ନେତା କଂଗ୍ରେସ ଛାଡି ଦଳ ପଞ୍ଜାବରେ ବିଭାଜନର ସମ୍ମୁଖୀନ ହୋଇଛି। ଆସାମରେ କଂଗ୍ରେସ ୨୦୧୯ ଲୋକସଭା ଲୋକସଭା ଆସନ ୩ଟି ଜିତିଥିଲା। ହେଲେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଦଳ ସହ ମେଣ୍ଟ କରି ସଫଳ ହୋଇପାରିନଥିଲା। 

ଲୋକସଭା ଆସନ ଅନୁଯାୟୀ ଯଦି ଟିଏମସି କଂଗ୍ରେସ ଭଳି ଜାତୀୟ ଦଳକୁ ଅତିକ୍ରମ କରିବାରେ ସଫଳ ହେଲେ ମଧ୍ୟ ପ୍ରାଥମିକ ବିରୋଧି ଦଳ ଭାବରେ ମାନ୍ୟତା ପାଇବା ଦାବି ବିଶ୍ୱସଯୋଗ୍ୟ ହେବ ନାହିଁ। ଏହାର କାରଣ ହେଉଛି ସଙ୍କଟ ସମୟରେ ମଧ୍ୟ ଟିଏମସି ଅପେକ୍ଷା ଜାତୀୟ ସ୍ତରରେ କଂଗ୍ରେସର ଏକ ବଡ଼ ସ୍ଥାନ ରହିଛି। ଭୋଟ୍ ଅଂଶୀଦାର ଦୃଷ୍ଟିରୁ ଏହା ସର୍ବୋତ୍ତମ ଦେଖାଯାଏ। ୨୦୧୯ ସାଧାରଣ ନିର୍ବାଚନରେ ​​କଂଗ୍ରେସକୁ ସର୍ବଭାରତୀୟ ସ୍ତରରେ ୧୯.୫% ପ୍ରତିଶତ ଭୋଟ ମିଳିଥିଲା। ୨୦୧୪ ସାଧାରଣ ନିର୍ବାଚନରେ ​​ଯେତେବେଳେ ଟିଏମସି ସର୍ବୋତ୍ତମ ପ୍ରଦର୍ଶନ କରିଥିଲା ସେତେବେଳେ ଦଳର ଜାତୀୟ ଭୋଟ୍ ଅଂଶ ମାତ୍ର ୪.୧% ରହିଥିଲା। 

Also Read: Manipur Politics: କଂଗ୍ରେସ ଫେଲ, ବହୁମତ ପରୀକ୍ଷାରେ ବିଜେପି ପାସ

୨୦୨୪ ଲୋକସଭା ନିର୍ବାଚନରେ ତୃତୀୟ ଥର ପାଇଁ ବିଜେପିକୁ ନିର୍ବାଚନ ​​ଜିତିବାରୁ ରୋକିବା ଦାୟିତ୍ୱ ମୁଖ୍ୟତଃ ଉତ୍ତରପ୍ରଦେଶ, ବିହାର ଏବଂ ଝାଡଖଣ୍ଡ ଭଳି ରାଜ୍ୟର ରାଜନୀତିରେ ସକ୍ରିୟ ଥିବା ଆଞ୍ଚଳିକ ଦଳ ଏବଂ କଂଗ୍ରେସ ଉପରେ ନିର୍ଭରଶୀଳ। ଗତ ୨୦୧୯ ନିର୍ବାଚନରେ ବିଜେପି ହାତେଇଥିବା ୩୦୩ ଲୋକସଭା ମଧ୍ୟରୁ ୧୧୫ ଆସନରେ ସିଧାସଳଖ ମୁକାବିଲା କଂଗ୍ରେସ ସହ ହୋଇଥିଲା। ବାକି ୯୦ ଆସନରେ ଏହି ରାଜ୍ୟରେ ସକ୍ରିୟ ଥିବା ଆଞ୍ଚଳିକ ଦଳ ସହ ହୋଇଥିଲା। ଏଥରୁ ସ୍ପଷ୍ଟ ଯେ ଜାତୀୟ ରାଜନୀତିରେ ମୁଖ୍ୟ ବିରୋଧି ଦଳ ଆସନ ହାତେଇବା ଟିଏମସି ଲାଗି ସେତେ ସହଜ ନୁହେଁ। 

ମମତା ବାନାର୍ଜୀ ୧୯୯୬ ସୋକସଭା ନିର୍ବାଚନରେ ସୃଷ୍ଟି ହୋଇଥିବା ମୁହୂର୍ତ୍ତକୁ ପ୍ରତ୍ୟାବର୍ତ୍ତନ କରିବାର କଳ୍ପନା କରୁଛନ୍ତି, ଯେତେବେଳେ ବିଜେପି ଏକକ ବୃହତ୍ତମ ଦଳ ଭାବେ ହୋଇଥିଲା ମାତ୍ର ବହୁମତ ହାସଲ କରିବାରେ ବିଫଳ ହୋଇଥିଲା। ସେତେବେଳେ ଏପରି ମେଣ୍ଟ ସହଯୋଗୀ ଦଳଙ୍କ ସମର୍ଥନ ଲୋଡୁଥିଲା ଯିଏ ସଂସଦରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ ସହାୟକ ହୋଇପାରିବେ। ମାତ୍ର ସେତେବେଳେ ମାତ୍ର ୧୩ ଦିନ ପାଇଁ କ୍ଷମତାରେ ରହିବା ପରେ ବିଜେପି ସରକାରର ପତ୍ତନ ହୋଇଥିଲା। ସେତେବେଳେ ବିରୋଧି ଦଳ ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ ବାମପନ୍ଥୀ ନେତା ଜ୍ୟୋତି ବସୁଙ୍କୁ ପ୍ରଧାନମନ୍ତ୍ରୀ ପଦ ପ୍ରଦାନ କରିଥିଲେ। ଆଉ ଏହାକୁ ସେ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ। ମାତ୍ର ତାଙ୍କ ନିଜ ଦଳ ଏହା ବିରୁଦ୍ଧରେ ଯାଇଥିଲା।

୧୯୯୬ ମସିହାରେ ସରକାର ଗଠନ କରିବା ପାଇଁ କଂଗ୍ରେସ ଦାବି ନକରିବାର ସବୁଠାରୁ ବଡ କାରଣଥିଲା ଦଳର ନେତୃତ୍ୱ ସଙ୍କଟ। ୧୯୯୨ ମସିହାରେ ହୋଇଥିବା ବାବ୍ରି ମସଜିଦ ଭାଙ୍ଗିବା ଏବଂ ୧୯୯୬ ଲୋକସଭା ନିର୍ବାଚନରେ ​​ଦଳର ପରାଜୟ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ରାଜନୀତିରେ ସେତେ ପ୍ରଭାବଶାଳୀ ନଥିଲେ। ସେତେବେଳେ ପ୍ରଥମେ କଂଗ୍ରେସ ସଭାପତି ଦାୟିତ୍ୱ ଗ୍ରହଣ କରିଥାନ୍ତି ସୋନିଆ ଗାନ୍ଧୀ। ଏହି  କାରଣରୁ କଂଗ୍ରେସ ସେତେବେଳେ କେନ୍ଦ୍ରରେ ସରକାର ଗଠନ କରିବାରେ ସଫଳ ହୋଇନଥିଲା। ବର୍ତ୍ତମାନ କଂଗ୍ରେସ ଭଳି ଜାତୀୟ ଦଳ ଯେଉଁ ଅବସ୍ଥାରେ ରହିଛି ତାହାକୁ ନେଇ ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ଅନେକ ପ୍ରଶ୍ନ ଉଠିଛି।

Also Read: Manipur Assembly Floor Test: ସୋମବାର କ୍ଷମତାସୀନ ବିଜେପି ସରକାରଙ୍କ ଭାଗ୍ୟ ପରୀକ୍ଷା

ଆଗାମୀ ୨୦୧୪ ଲୋକସଭା ନିର୍ବାଚନରେ ଯଦି କଂଗ୍ରେସ ପାଖରୁ ଟିଏମସି ମୁଖ୍ୟ ବିରୋଧି ଦଳ ଆସନ ଛଡ଼ାଇ ନେବାରେ ସଫଳ ହୁଏ ତାହେଲେ ଜାତୀୟ ରାଜନୀତିରେ ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ଗୁରୁତ୍ୱ ବଢିବ। ଯଦି କଂଗ୍ରେସ ଆସନ୍ତା ସାଧାରଣ ନିର୍ବାଚନରେ ମୁଖ୍ୟ ବିପକ୍ଷ ଦଳ ଭାବେ ଉଭା ହୁଏ ତାହେଲେ ଜାତୀୟ ରାଜନୀତିରେ ଦଳର ଉପସ୍ଥିତିକୁ ମଜବୁତ କରିବା ପାଇଁ ଟିଏମସି ସୁପ୍ରିମୋ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହା ସ୍ୱପ୍ନରେ ରହିଯିବ।