Bihar MLC Election 2022: ବିହାର ବିଧାନ ପରିଷଦ ନିର୍ବାଚନରେ ପ୍ରାର୍ଥୀ ଚୟନ କରିବାକୁ ନେଇ ବିରୋଧି ମେଣ୍ଟରେ ସୃଷ୍ଟି ହୋଇଛି ଫାଟ। ଏହି ନିର୍ବାଚନ ଲାଗି ବିହାର ବିଧାନ ମଣ୍ଡଳର ମୁଖ୍ୟ ବିରୋଧି ଦଳ ଆରଜେଡି ପକ୍ଷରୁ କରାଯାଇଥିବା ପ୍ରାର୍ଥୀ ଘୋଷଣା କରିବାକୁ ନେଇ ପ୍ରଶ୍ନ ଉଠାଇଛି ମେଣ୍ଟ ସହଯୋଗୀ ସିପିଆଇଏମଏଲ। ଏନେଇ କୁହାଯାଇଛି ପ୍ରାର୍ଥୀ ଚୟନ ନିଷ୍ପତ୍ତି ମେଣ୍ଟ ଧର୍ମ ବିରୋଧି। 


COMMERCIAL BREAK
SCROLL TO CONTINUE READING

ବିଧାନ ପରିଷଦ ନିର୍ବାଚନରେ ପ୍ରାର୍ଥୀ ଘୋଷଣା କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସିପିଆଇଏମଏଲ ରାଜ୍ୟ ସଚିବ କୁଣାଳ କହିଛନ୍ତି ଆରଜେଡି ପକ୍ଷରୁ ଏକତରଫା ପ୍ରାର୍ଥୀ ଘୋଷଣା କରାଯାଇଛି। ଯାହା ମେଣ୍ଟ ବିରୋଧି। ଏହି ନିର୍ବାଚନକୁ ନେଇ କଥାବାର୍ତ୍ତା ଜାରି ରହିଥିଲା। ବିଧାନ ପରିଷଦରେ ଆମକୁ ଗୋଟିଏ ଆସନ ଛାଡ଼ିବା ଲାଗି  ଦୀର୍ଘ ଦିନ ଧରି ଆମ ପକ୍ଷରୁ ଦାବି କରାଯାଇ ଆସୁଥିଲା। ଏନେଇ ଆମ ପକ୍ଷରୁ ରଖାଯାଇଥିବା ପ୍ରସ୍ତାବ ଉପରେ ଆରଜେଡି଼ ସମ୍ମତି ଜଣାଇଥିଲା। ଆରଜେଡି ନେତୃବୃନ୍ଦ ପ୍ରାର୍ଥୀ ଚୟନ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ସହ ସିପିଆଇଏମଏଲ ଦାବି ଉପରେ ସକରାତ୍ମକ ନିଷ୍ପତ୍ତି ନିଅନ୍ତୁ। ପ୍ରତିଶୃତି ଅନୁସାରେ ବିଧାନ ପରିଷଦରେ ଆରଜେଡି ସିପିଆଇଏମଏଲ ଲାଗି ଗୋଟିଏ ଆସନ ଛାଡୁ। ଏହି ମର୍ମରେ ସିପିଆଇଏମଏଲ ପକ୍ଷରୁ ଆରଜେଡି ଉଦ୍ଦେଶ୍ୟରେ ଏକ ପତ୍ର ଲେଖାଯାଇଛି।      


ବିହାର ବିଧାନ ପରିଷଦ ନିର୍ବାଚନ ୨୦୨୨ ଲାଗି ରାଜ୍ୟର ମୁଖ୍ୟ ବିରୋଧ ଦଳ ଆରଜେଡି ପକ୍ଷରୁ ୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ସେମାନେ ହେଉଛନ୍ତି ମହମ୍ମଦ କାରୀ ସାହେବ, ମୁତ୍ରୀ ରଜକ,  ଅଶୋକ କୁମାର ପାଣ୍ଡେ। ଏହି ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରାଯିବା ପରେ ବିହାର ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂହ କହିଛନ୍ତି ଯେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପରାମର୍ଶ ତଥା ବିଧାନସଭାରେ ​​ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ନିର୍ଦ୍ଦେଶ ଅନୁଯାୟୀ ଦଳୀୟ ପ୍ରାର୍ଥୀଙ୍କ ତାଲିକା ଜାରି କରାଯାଇଛି। 


ଆସନ୍ତା ଜୁଲାଇରେ ବିହାର ବିଧାନ ପରିଷଦର ୭ ଆସନରେ ନିର୍ବାଚନ ହେବାକୁ ଯାଉଛି। ଏହି ୭ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଜୁନ ୨ ତାରିଖରୁ  ଆରମ୍ଭ ହେବ। ଜୁନ୍ ୨୦ ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଏହା ପରେ ତୁରନ୍ତ ଭୋଟ୍ ଗଣନା କରାଯିବ। ଯଦି ବିହାର ବିଧାନସଭାରେ ବିଭିନ୍ନ ଦଳର ବିଧାୟକ ସଂଖ୍ୟା ଗଣନା କରାଯାଏ ତାହେଲେ ୭ ଆସନରେ ହେବାକୁ ଯାଉଥିବା ବିଧାନ ପରିଷଦ ନିର୍ବାଚନରେ ୨-୨ ସିଟ୍ ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ ଜେଡିୟୁ ଏବଂ ବାକି ୩ ଆସନ ମିଳିତ ବିରୋଧ ଦଳ ଖାତାକୁ ଯିବ।


Also Read: ରାଜ୍ୟସଭା ଆସନକୁ ନେଇ JDU ଦଳରେ ଫାଟ; ମୁହିାଁମୁହିଁ କେନ୍ଦ୍ରମନ୍ତ୍ରୀ-ଦଳୀୟ ଅଧ୍ୟକ୍ଷ