ରାଜ୍ୟସଭା ଆସନକୁ ନେଇ JDU ଦଳରେ ଫାଟ; ମୁହିାଁମୁହିଁ କେନ୍ଦ୍ରମନ୍ତ୍ରୀ-ଦଳୀୟ ଅଧ୍ୟକ୍ଷ
Advertisement

ରାଜ୍ୟସଭା ଆସନକୁ ନେଇ JDU ଦଳରେ ଫାଟ; ମୁହିାଁମୁହିଁ କେନ୍ଦ୍ରମନ୍ତ୍ରୀ-ଦଳୀୟ ଅଧ୍ୟକ୍ଷ

ରାଜା ମହେନ୍ଦ୍ରଙ୍କ ନିଧନ ପରେ  ଖାଲି ପଡିଥିବା  ଏହି  ଆସନ ଲାଗି  ଦଳୀୟ ପ୍ରାର୍ଥୀ ଭାବେ ଅନିଲ ହେଗଡେଙ୍କ ନାମ ଘୋଷଣା କରିଥିଲେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ  ସିଂହ।  ଅନ୍ୟପଟେ  ଦଳୀୟ  କୋଟା  ଆଧାରରେ ଜେଡିୟୁ ପାଖରେ ଗୋଟିଏ ଆସନ ରହିଛି।

ରାଜ୍ୟସଭା  ଆସନକୁ ନେଇ JDU  ଦଳରେ ଫାଟ;  ମୁହିାଁମୁହିଁ କେନ୍ଦ୍ରମନ୍ତ୍ରୀ-ଦଳୀୟ ଅଧ୍ୟକ୍ଷ

Tussle  in  JDU   for  Rajya  Sabha:  ରାଜ୍ୟସଭା  ନିର୍ବାଚନକୁ ନେଇ  ବିହାରରେ କ୍ଷମତାସୀନ  ଶାସକ ଜନତା ଦଳ ୟୁନାଇଟେଡ ରେ  ଦେଖାଦେଇଛି ଫାଟ।  ଏହି  ନିର୍ବାଚନରେ ପ୍ରାର୍ଥୀ  କିଏ  ହେବ  ସେ ନେଇ  ଦଳ  ପକ୍ଷରୁ ନିଷ୍ପତ୍ତି  ନିଆଯାଇ ନଥିବା ବେଳେ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଆରସିପି  ସିଂହଙ୍କୁ ପୁନର୍ବାର ରାଜ୍ୟସଭା ପଠାଯିବ ନା ନାହିଁ  ସେ ନେଇ  କୌଣସି ନିଷ୍ପତ୍ତି ନେଇନାହାଁନ୍ତି ଜେଡିୟୁ ନେତୃତ୍ୱ। 

ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଜନତା ଦଳ ୟୁନାଇଟେଡ (Janata  Dal  United) ଜେଡିୟୁ (JDU)  ପକ୍ଷରୁ ଏକମାତ୍ର ମନ୍ତ୍ରୀ ହେଉଛନ୍ତି ଆରସିପି  ସିଂହ (RCP Singh)। ରାଜ୍ୟସଭା  ସାଂସଦ  ଭାବେ  ତାଙ୍କ କାର୍ଯ୍ୟକାଳ ଆସନ୍ତା  ଜୁଲାଇ ୭ ତାରିଖରେ ଶେଷ ହେଉଛି।   

ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ  (JDU National President )  ଲଲନ ସିଂହ (Lalan  Singh)  ସୋମବାର  ଦଳୀୟ ରାଜ୍ୟସଭା ପ୍ରାର୍ଥୀ ଭାବେ  ଅନିଲ ହେଗଡେଙ୍କ ନାମ ଘୋଷଣା କରିଥିଲେ।  ମାତ୍ର ଅନ୍ୟ ଏକ ଆସନ ଲାଗି କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନାହିଁ।  ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତଥା  ଦଳର ମଙ୍ଗୁଆଳ ଲଲନ  ସିଂହଙ୍କ ସମେତ ଜେଡିୟୁ ଶୀର୍ଷ ନେତୃତ୍ୱ ଆରସିପି  ସିଂହଙ୍କୁ ପୁନର୍ବାର ରାଜ୍ୟସଭା  ପଠାଇବା ସପକ୍ଷରେ ନାହାଁନ୍ତି।  ଯେତେବେଳେ ଦଳୀୟ ରାଜ୍ୟସଭା ପ୍ରାର୍ଥୀଙ୍କ  ନାମ  ଘୋଷଣା କରିବା କଥା ଉଠେ ସେତେବେଳେ ଜେଡିୟୁ ନେତା  ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଏହି ଦାୟିତ୍ୱ ହସ୍ତାନ୍ତର  କରିଦିଅନ୍ତି।  ମାତ୍ର ସେ ଏବେ କୌଣସି ଦଳୀୟ ନିଷ୍ପତ୍ତି ନେବା ଲାଗି ଆଗକୁ  ଆସୁନାହାଁନ୍ତି।  

Also Read: Bihar Politics: ମହାଗଠବନ୍ଧନରେ ଫାଟ, ଉପନିର୍ବାଚନରେ ଫାଇଦା ଉଠାଇପାରେ NDA

ରାଜା ମହେନ୍ଦ୍ରଙ୍କ ନିଧନ ପରେ  ଖାଲି ପଡିଥିବା  ଏହି  ଆସନ ଲାଗି  ଦଳୀୟ ପ୍ରାର୍ଥୀ ଭାବେ ଅନିଲ ହେଗଡେଙ୍କ ନାମ ଘୋଷଣା କରିଥିଲେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ  ସିଂହ।  ଅନ୍ୟପଟେ  ଦଳୀୟ  କୋଟା  ଆଧାରରେ ଜେଡିୟୁ ପାଖରେ ଗୋଟିଏ ଆସନ ରହିଛି। ହେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେପରି  ଭାବେ ଏହି ପ୍ରସଙ୍ଗରୁ ଦୂରେଇ ଯାଉଛନ୍ତି ଏଥିରୁ ଜଣାପଡୁଛି ଯେ ସେ ଆରସିପି ସିଂହଙ୍କ ଭାଗ୍ୟ ପରୀକ୍ଷା କରିବା ଦାୟିତ୍ୱ  ଲଲନ ସିଂହଙ୍କୁ  ପ୍ରଦାନ କରିଛନ୍ତି।

ଉଭୟ ଲଲନ ସିଂହ ଏବଂ  ଆରସିପି ସିଂହଙ୍କ ମଧ୍ୟରେ ସମ୍ପର୍କ ସେତେବେଳେ ଖରାପ ହୋଇଥିଲା ଯେତେବେଳେ  ଆରସିପି ସିଂହ ଜେଡିୟୁ ଅଧ୍ୟକ୍ଷ ଥିଲେ।  ମୋଦି ସରକାରଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ମନ୍ତ୍ରୀ ପଗ ପାଇବାକୁ ନେଇ  ଆରସିପି ସିଂହ ନିଜେ ଆଗକୁ ବାହାରିଥିଲେ।  ଅନ୍ୟପଟେ ବିଜେପି ପାଖରୁ ୨ କ୍ୟାବିନେଟ ଏବଂ ୨ ରାଷ୍ଟ୍ରମନ୍ତ୍ରୀ ପଦ  ପାଇବାକୁ ନେଇ  ବୁଝାମଣା କରିବା ଦାୟିତ୍ୱ ଦଳ ତାଙ୍କୁ ପ୍ରଦାନ  କରିଥିଲା।

Also Read: ଉପନିର୍ବାଚନକୁ ନେଇ ସରଗରମ ବିହାର ରାଜନୀତି: ମୈଦାନରେ ମୁହାଁମୁହିଁ ଦୁଇ ମୁଖ୍ୟମନ୍ତ୍ରୀ

ମାତ୍ର ଆରସିପି ସିଂହ ନିଜେ ମନ୍ତ୍ରୀ ହେବାକୁ ନିଷ୍ପତ୍ତି ନେଇଥିଲେ। ଏହି ଅବସରରେ ଲଲନ ସିଂହ ମୋଦି ସରକାରରେ କ୍ୟାବିନେଟ ମନ୍ତ୍ରୀ ପଦ  ପାଇବା ଉପରେ ନଜର ରଖିଥିଲେ।  ଆରସିପି ସିଂହ କେନ୍ଦ୍ରମନ୍ତ୍ରୀ ହେବା ପରେ ନୀତିଶ କୁମାର  ଲଲନ ସିଂହଙ୍କୁ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରିଥିଲେ।   ଆରସିପି ସିଂହଙ୍କ ଲାଗି ଏହି ଜାଣିବା ଜରୁରୀ ଯେ କେତେଜଣ ବିଧାୟକ ତାଙ୍କୁ ସମର୍ଥନ କରୁଛନ୍ତି।  ଯଦି ସେ ଦଳର ଶୀର୍ଷ ନେତୃତ୍ୱ ଆଗରେ  ଶକ୍ତି ପ୍ରଦର୍ଶନ କରିବାରେ ସଫଳ ହୁଅନ୍ତି ତାହେଲେ  ଏହା ନୀତୀଶ କୁମାର ଏବଂ ଲଲନ  ସିଂହଙ୍କ ସହ ବୁଝାମଣାରେ ହୋଇପାରେ। 

Also Read: ରାଜ୍ୟସଭାର ୭୨ ସାଂସଦଙ୍କୁ ଦିଆଗଲା ବିଦାୟ; ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ଶେଷ ହେଉଛି କାର୍ଯ୍ୟକାଳ