Lalan Singh on RCP Singh: ବିହାର ରାଜନୀତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହଙ୍କୁ ନେଇ ଜାରି ରହିଛି ବୟାନବାଜି। ଦୁର୍ନୀତି ଅଭିଯୋଗ ଆସିବା ପରେ  ଗତ ଶନିବାର ଜେଡିୟୁ ଛାଡି ଦେଇଥିଲେ ଆରସିପି ସିଂହ। କିଛି ଜେଡିୟୁ ନେତା ତାଙ୍କ ବିରୋଧରେ ବେଆଇନ ସମ୍ପତ୍ତି ଅର୍ଜନ କରିଥିବାର ଅଭିଯୋଗ ଆଣିଥିଲେ। ବେଆଇନ ସମ୍ପତ୍ତି ମାମଲାରେ ଜେଡିୟୁ ପକ୍ଷରୁ ଆରସିପି ସିଂହଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ତୁରନ୍ତ ଜବାବ ଦାଖଲ କରିବାକୁ କୁହାଯାଇଥିଲା। ମାତ୍ର ଦଳୀୟ ନୋଟିସ ଉପରେ ଜବାବ ରଖିବା ପରିବର୍ତ୍ତେ ଆରସିପି ସିଂହ ଜେଡିୟୁ ଛାଡି ଛାଡ଼ି ଦେଇଥିଲେ। ଜେଡିୟୁ ଛାଡିବା ପରେ ସେ ଦଳର ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଥିଲେ। ବର୍ତ୍ତମାନ ଜେଡିୟୁ ଜାତୀୟ ସଭାପତି ଲଲନ ସିଂହ  ନାଁ ନ ନେଇ ଆରସିପି ସିଂହଙ୍କୁ ଜବାବ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଏନେଇ ପ୍ରତିକ୍ରିୟା ରଖି ଜେଡିୟୁ ଜାତୀୟ ସଭାପତି ଲଲନ ସିଂହ (JDU President Lalan Singh) କହିଛନ୍ତି ଦଳର ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ (Bihar CM Nitish Kumar) ଭାବମୂର୍ତ୍ତିକୁ ଖରାପ କରିବା ପାଇଁ କିଛି ଲୋକ ଷଡଯନ୍ତ୍ର କରୁଛନ୍ତି। ଜେଡିୟୁ (JDU) ଦଳକୁ କାହିଁକି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅନ୍ତର୍ଭୂକ୍ତ କରାଯିବା? ଗତ ୨୦୧୯ ଲୋକସଭା ନିର୍ବାଚନରେ (Lok Sabha Elction 2019) ନିଜେ ଏକ ସହମତି ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସ୍ପଷ୍ଟ କରିଛନ୍ତି ଯେ ଆମେ କେନ୍ଦ୍ର ସରକାରରେ ଯୋଗଦେବୁ ନାହିଁ। ବର୍ତ୍ତମାନ ଆମେ ଦଳର ଏହି ନିଷ୍ପତ୍ତି ସହ ଦୃଢ ଭାବେ ଛିଡ଼ା ହୋଇଛୁ।


ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନ (Bihar Assembly Election 2020) ଉପରେ ପ୍ରତିକ୍ରିୟା ରଖି ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି। ସେଥିପାଇଁ ଆମେ ଦଳ କେବଳ ୪୩ ଆସନ ପାଇଥିଲା। ହେଲେ ବର୍ତ୍ତମାନ ଆମେ ସତର୍କ ହୋଇଉଠିଛୁ। ଗତ ୨୦୨୦ ବିଧାନସଭା ନିର୍ବାଚନରେ ଗୋଟିଏ ମଡେଲ ଚିରାଗ ପାସୱାନଙ୍କ ନାମରେ ଦେଖାଦେଇଥିବାବେଳେ ବର୍ତ୍ତମାନ ଅନ୍ୟ ଏକ ମଡ଼େଲ ନିର୍ମାଣ ହେଉଛି। 


Also Read: Bihar Politics: ଜାରି ହୋଇଛି ନୋଟିସ, ଜବାବ ଦେବ କିଏ?


ଜେଡିୟୁ ଛାଡି଼ବା ପରେ ଦଳକୁ ଏକ ବୁଡ଼ି ଯାଉଥିବା ଜାହାଜ ବୋଲି କହିଥିଲେ ଆରସିପି ସିଂହ (RCP Singh)। ତାଙ୍କର ଏହି ବୟାନ ଉପରେ ଜବାବ ରଖି ଲଲନ ସିଂହ କହିଛନ୍ତି ଯେ ଜେଡିୟୁ ବୁଡ଼ି ଯାଉଥିବା ଜାହାଜ ନୁହେଁ। କିଛି ଲୋକ ଏହାକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁମାନେ ଏହାକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିଲେ ଦଳର ନେତା ନୀତୀଶ କୁମାର (JDU Leader Nitish Kumar) ସେମାନଙ୍କୁ ଚିହ୍ନଟ କରିଛନ୍ତି ଏବଂ ଏହାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି।


Also Read: Bihar Politics: କ'ଣ ସେହି ଅଭିଯୋଗ? ଯେଉଁଥିପାଇଁ ଜେଡିୟୁ ଛାଡିଲେ ଆରସିପି ସିଂହ


ଜେଡିୟୁ ଛାଡିବା ଆରସିପି ସିଂହ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ପ୍ରତିଷ୍ଠାତା ନୀତିଶ କୁମାରଙ୍କ ବାବଦରେ ପ୍ରତିକ୍ରିୟା ରଖି କହିଥିଲେ ଜେଡିୟୁ ଭଳି ଦଳରେ ଶୂନ୍ୟ ସହନଶୀଳତାର କଥାବାର୍ତ୍ତା କେବଳ ବୟାନବାଜି ମଧ୍ୟରେ ସୀମିତ ରହିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କିଛି ଲୋକ ଘେରି ରହିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାମ କେବଳ ମୁଢି ଖାଇବା। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ୱାରା କେବଳ ୨୦୧୦ ପର୍ଯ୍ୟନ୍ତ ବିକଶିତ ହୋଇଥିଲା। ହେଲେ ଏହା ପର ଠାରୁ ନୀତୀଶ କୁମାର କେବଳ ଅନାବଶ୍ୟକ କାମରେ ଜଡିତ ହୋଇଥିଲେ।


Also Read: Bihar Politics: ଜେଡିୟୁ ଛାଡ଼ିବା ପରେ ନୀତିଶ କୁମାରଙ୍କ ବାବଦରେ କ'ଣ କହିଲେ ଆରସିପି ସିଂହ?


ଜେଡିୟୁ ସଙ୍ଗଠନ (JDU Organization) କେବଳ ପାଟନା ମଧ୍ୟରେ ସୀମିତ ରହିଛି। ବିଗତ ବର୍ଷେ ମଧ୍ୟରେ ଜିଲ୍ଲା ସ୍ତରରେ କୌଣସି କାର୍ଯ୍ୟକ୍ରମ ଆୟୋଜିତ ହୋଇନାହିଁ। ସାତ ଜନ୍ମରେ ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ମୁଁ ଏହି କଥା ପବନରେ ଉଡିଲା ଭଳି କହୁନାହିଁ। ଯେଉଁ ଦଳର ଦଳୀୟ ସଙ୍ଗଠନ କିମ୍ବା ନୀତି ନାହିଁ ସେହି ଦଳର ନେତା କିପରି ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖି ପାରିବେ?