RCP Singh leaves JDU: ଅଗଷ୍ଟ ୬ ତାରିଖ ଶନିବାର ଜେଡିୟୁ ଛାଡିଛନ୍ତି ଦଳର ଜଣାଶୁଣା ନେତା ଆରସିପି ସିଂହ। ଦଳ ଛାଡିବା ପୂର୍ବରୁ ତାଙ୍କ ବିରୋଧରେ ଆସିଥିଲା ଗୁରୁତର ଅଭିଯୋଗ। ଶନିବାର ଦଳ ପକ୍ଷରୁ ତାଙ୍କୁ ତାଙ୍କର ସମ୍ପତ୍ତି ମାମଲାରେ ଅସଙ୍ଗତି ରହିଥିବ ଦର୍ଶାଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ଶୀଘ୍ର ଏହାର ଜବାବ ରଖିବାକୁ କୁହାଯାଇଥିଲା। ଗତ ଜୁଲାଇ ୬ ତାରିଖରେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସେ। ନାଳନ୍ଦା ଜିଲ୍ଲାରେ ଦୁଇ ଜଣ ଜେଡିୟୁ ସହଯୋଗୀଙ୍କ ପ୍ରମାଣ ସହିତ ଆରସିପି ସିଂହଙ୍କ ବିରୋଧରେ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା ଯେ ୨୦୧୩-୨୨ ବର୍ଷରୁ ଆରସିପି ସିଂହ ଏବଂ ତାଙ୍କ ପରିବାର ନାମରେ ପଞ୍ଜୀକୃତ ହୋଇଥିବା ଅସ୍ଥାବର ସମ୍ପତ୍ତିରେ ଅସଙ୍ଗତି ରହିଛି। ଜେଡିୟୁ ନେତା ରାକେଶ କୁମାର ଦଳୀୟ ନେତୃତ୍ୱଙ୍କୁ କହିଛନ୍ତି ଯେ ଆରସିପି ସିଂ ନାଲନ୍ଦା ଜିଲ୍ଲାର ଆସ୍ଥାୱାଁ ବ୍ଲକରେ ୪୦ ବିଘା, ଇସଲାମପୁର ବ୍ଲକରେ ୩୦ ବିଘା, ରାଜଗିର ଏବଂ ବିହାର ବ୍ଲକରେ ତାଙ୍କ ନାମରେ କିମ୍ବା ତାଙ୍କ ପରିବାର ନାମରେ ୨୦୧୦ ବର୍ଷରୁ ୨୦୨୨ ମଧ୍ୟରେ ଜମି କିଣିଛନ୍ତି। ଏହି ଅଭିଯୋଗ ଉପରେ ଜେଡିୟୁ ପକ୍ଷରୁ ଆରସିପି ସିଂହଙ୍କୁ ନୋଟିସ ଜାରି କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଆରସିପି ସିଂହଙ୍କ (RCP Singh) ଲାଗି ଜେଡିୟୁ (JDU) ପକ୍ଷରୁ ନୋଟିସ ଜାରି କରାଯାଇ କୁହାଯାଇଥିଲା ଯେ ଆପଣ ଦଳର ନେତା ନୀତୀଶ କୁମାରଙ୍କ (JDU Leader Nitish Kumar) ସହ ଜଣେ ଅଧିକାରୀ ତଥା ଦଳୀୟ କର୍ମକର୍ତ୍ତା ଭାବେ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିଲେ। ଦଳର ନେତା ଆପଣଙ୍କୁ ଦୁଇ ଦୁଇ ଥର ରାଜ୍ୟସଭା ସାଂସଦ, ଦଳର ସାଧାରଣ ସମ୍ପାଦକ, ଦଳର ଜାତୀୟ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ରହି ସାରିଛନ୍ତି। ଦଳର ନେତା ନୀତୀଶ କୁମାର ଦୁର୍ନୀତି ପ୍ରସଙ୍ଗରେ ଶୂନ୍ୟ ସହନଶୀଳତା (Zero Tolerance for Corruption) ନୀତି ଅବଲମ୍ବନ କରନ୍ତି। ଆପଣ ଏ ବାବଦରେ ଅବଗତ ଅଛନ୍ତି। ଏତେ ବର୍ଷ ଧରି ସାଧାରଣ ଜୀବନରେ ରହିବା ସତ୍ତ୍ୱେ ତାଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ। 


Also Read: Bihar Politics: ଜେଡିୟୁ ଛାଡ଼ିବା ପରେ ନୀତିଶ କୁମାରଙ୍କ ବାବଦରେ କ'ଣ କହିଲେ ଆରସିପି ସିଂହ?


ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ (Bihar CM Nitish Kumar) ପ୍ରଶଂସା କରି କୁହାଯାଇଛି ଯେ ସେ ଦୁର୍ନୀତି ପ୍ରସଙ୍ଗରେ ଶୂନ୍ୟ ସହନଶୀଳତା ନୀତି ଆଧାରରେ କାର୍ଯ୍ୟ କରୁଛନ୍ତି। ଅଭିଯୋଗ ଉପରେ ତୁରନ୍ତ ଜବାବ ଦେବାକୁ ଜେଡିୟୁ ଆରସିପି ସିଂହଙ୍କୁ କହିଛି। ଦଳ ପକ୍ଷରୁ ଜାରି ହୋଇଥିବା ନୋଟିସ ଉପରେ ପ୍ରତିକ୍ରିୟା ରଖି ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ (JDU Parliamentary Board Chairman) ଉପେନ୍ଦ୍ର କୁଶୱାହା (Upendra Kushwaha) କହିଛନ୍ତି ଯେ ଦଳ ଏହି ପ୍ରସଙ୍ଗରେ ତାଙ୍କ ଆଭିମୁଖ୍ୟ ଜାଣିବାକୁ ଚାହୁଁଛି। ଏହି ମାମଲା ସମସ୍ତଙ୍କ ସାମ୍ନାରେ ରହିଛି। ଦଳ ତାଙ୍କ ବାବଦରେ କିଛି ସୂଚନା ପାଇଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏକ ଦୁର୍ନୀତି ମାମଲା ବୋଲି ଜଣାପଡିଛି। ଦଳ ବର୍ତ୍ତମାନ ତାଙ୍କ ପକ୍ଷ ଜାଣିବାକୁ ଚାହୁଁଛି। ଆବଶ୍ୟକ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମେ ତାଙ୍କ ଉତ୍ତରକୁ ଅପେକ୍ଷା କରି ରହିଛୁ।