Giriraj Singh taegets Tejashwi Yadav: ଲମ୍ବା ଚୁଟିକୁ ନେଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦେଇଥିବା ବୟାନ ଉପରେ ପାଲଟା ଜବାବ ଦେଇଛନ୍ତି ରାଜ୍ୟର ବେଗୁସରାୟ ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କରି ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗୋଟିଏ ଫୁଚ ଲମ୍ବର ଚୁଟି ରଖିବା ଦ୍ୱାରା ଜଣେ କେହି ବୁଦ୍ଧିମାନ ହୋଇଯାଏ ନାହିଁ। ଉପମୁଖ୍ୟମନ୍ତ୍ରୀଙ୍କ ଏହି କଟାକ୍ଷ ପରେ ତାଙ୍କୁ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।   


COMMERCIAL BREAK
SCROLL TO CONTINUE READING

ଲମ୍ବା ଚୁଟିକୁ ନେଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ (Bihar Deputy Chief Minister Tejashwi Yadav) ଦେଇଥିବା ବୟାନ ଉପରେ ତାଙ୍କୁ ପାଲଟା ଜବାବ ଦେଇ ରାଜ୍ୟର ବେଗୁସରାୟ ଲୋକସଭା ସାଂସଦ (Begusarai Lok Sabha MP) ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ (Union Minister Giriraj Singh) କହିଛନ୍ତି. "ତେଜସ୍ୱୀ ଯାଦବ ହେଉଛନ୍ତି ଜଣେ ଯୁବରାଜ। ହେଲେ ମୁଁ ଜଣେ କୃଷକର ପୁଅ। ଚୁଟି ରଖିବା ଏବଂ ଟିକା ଲଗାଇବା ହେଉଛି ଭାରତୀୟ ସଂସ୍କୃତି। ଏହାକୁ ଅପମାନିତ କରନ୍ତୁ ନାହିଁ। ଅନ୍ୟ ଧର୍ମର ଲୋକଙ୍କ ଦାଢି କିମ୍ବା ଟୋପି ଉପରେ ଆପଣ କିଛି କହିପାରିବେ ନାହିଁ। ଯଦି କୁହନ୍ତି ତାହେଲେ ଆପଣଙ୍କୁ ଏହାର ପରିଣାମର ସାମ୍ନା କରିବାକୁ ହେବ। ଭାରତୀୟ ସଂସ୍କୃତିକୁ ଅପମାନିତ କରିବାରେ ତାଙ୍କର କୌଣସି ଅଧିକାର ନାହିଁ। " 


ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Bihar CM Nitish Kumar) ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଉଦ୍ଦେଶ୍ୟରେ ପ୍ରତିକ୍ରିାୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ମିଥ୍ୟା ପ୍ରତିଶୃତି ଦେବାକୁ ନେଇ ଉଭୟଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଚାଲିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଚାକିରି ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ହେଲେ ଏବେ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଗକୁ ଯାଇ ୨୦ ଲକ୍ଷ ଚାକିରି ଦେବା କଥା କହିଛନ୍ତି। ଦଳ ପରିବର୍ତ୍ତନ କରିବାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ରେକର୍ଡ ସ୍ଥାପନ କରିଛନ୍ତି। ସେ ପ୍ରାୟ ୨୦ ବର୍ଷ ଧରି ସରକାର ଚଳାଇଛନ୍ତି। ମାତ୍ର ସବୁବେଳେ ଅନ୍ୟ ଲୋକଙ୍କ ଉପରେ ନିର୍ଭରଶୀଳ ରହିଥିଲେ। ନିଜେ କେବେ ନିଦ ଦମ ବଳରେ କ୍ଷମତାକୁ ଆସିନଥିଲେ। ଉଭୟ ପ୍ରଥମ ଏବଂ ଶେଷ ଥର ପାଇଁ ବିଜେପି ନୀତୀଶ କୁମାରଙ୍କୁ ବିନା ବହୁମତରେ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିଥିଲା। 


Also Read: Bihar Politics: ଟ୍ୱିଟର ୱାର କୁ ନେଇ ମୁହାମୁହିଁ କେନ୍ଦ୍ରମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ


ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜନୀତିରେ ସେ ଏକ ମହାଦ୍ରୁମ ହୋଇପାରିଲେ ନାହିଁ। ନୀତୀଶ କୁମାରଙ୍କ ଦକ୍ଷତା ସେତେବେଳେ ପ୍ରମାଣିତ ହୋଇପାରିବ ଯେତେବେଳେ ସେ ନିଜ ଦମ ବଳରେ ନିଜେ ଛିଡା ହୋଇପାରିବ। ଯେପରି ନିର୍ମୁଳି ଲତା ଅନ୍ୟ ଗଛରେ ଝୁଲି ରହିଥାଏ ଏବଂ ଏହାର ପତ୍ରକୁ ଘୋଡାଇ ରଖି ଏହାର ରଙ୍ଗ ଦେଖାଇଥାଏ। କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ପଛରେ ଏକ ଅର୍ଥ ରହିଛି। ତାହା ହେଉଛି ଆବଶ୍ୟକୀୟ ବହୁମତ ନ ଥାଇ ନୀତିଶ କୁମାର ଅନ୍ୟ ଦଳର ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ ଗାଦି ହାତେଇ ନେଉଛନ୍ତି। ଅନ୍ୟ ଦଳ ତାଙ୍କ ଅଧିକ ସିଟ୍ ପାଇବା ପରେ ମଧ୍ୟ ତାଙ୍କ ନେତୃତ୍ୱ ଗ୍ରହଣ କରୁଛି।