Bihar Politics: ଟ୍ୱିଟର ୱାର କୁ ନେଇ ମୁହାମୁହିଁ କେନ୍ଦ୍ରମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ
Advertisement

Bihar Politics: ଟ୍ୱିଟର ୱାର କୁ ନେଇ ମୁହାମୁହିଁ କେନ୍ଦ୍ରମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ

Twitter War in Bihar Politics: ଜେଡିୟୁ-ଆରଜେଡି ମେଣ୍ଟ ସରକାର ଗଠନ କରିବା ପରେ ଆରମ୍ଭ ହୋଇଯାଇଛି ଆରୋପ-ପ୍ରତ୍ୟାରୋପ। ଏହିକ୍ରମରେ ବିହାର ବେଗୁସରାୟ ଲୋକସଭା ଆସନର ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏବଂ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁହାଁମୁହିଁ ହୋଇଛନ୍ତି। 

Bihar Politics: ଟ୍ୱିଟର ୱାର କୁ ନେଇ ମୁହାମୁହିଁ କେନ୍ଦ୍ରମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ

Giriraj Singh vs Tejashwi Yadav: ବିହାର ରାଜନୀତିରେ ପୁନର୍ବାର ଜେଡିୟୁ-ଆରଜେଡି ମେଣ୍ଟ ସରକାର ଗଠନ କରିବା ପରେ ଆରମ୍ଭ ହୋଇଯାଇଛି ଆରୋପ-ପ୍ରତ୍ୟାରୋପ। ଏହିକ୍ରମରେ ବିହାର ବେଗୁସରାୟ ଲୋକସଭା ଆସନର ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏବଂ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ତେଜସ୍ୱୀ ଯାଦବ ଗଣମାଧ୍ୟମକୁ ସାକ୍ଷାତକାର ଦେଉଛନ୍ତି। ସେ ଏହି ସାକ୍ଷାତକାରର ଏକ ଅଂଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ରେ ପୋଷ୍ଟ କରାଯାଇଛି। ଯେଉଁଥିରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହୁଛନ୍ତି ଆମେ ୧୦ ଲକ୍ଷ ଚାକିରି ଯୋଗାଇଦେବାକୁ ଦେଇଥିବା ପ୍ରତିଶୃତି ପୂରଣ କରିବୁ। 

ଗଣମାଧ୍ୟମକୁ ଦେଇଥିବା ଏହି ସାକ୍ଷାତକାରକୁ ନେଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ (Bihar Deputy Chief Minister Tejashwi Yadav) କଟାକ୍ଷ କରିଥିଲେ ରାଜ୍ୟର ବେଗୁସରାୟ ଲୋକସଭା ସାଂସଦ (Begusarai Lok Sabha MP) ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ (Union Minister Giriraj Singh)। କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ ଉପରେ ଜବାବ ଦେବାକୁ ଆଗେଇ ଆସିଥିଲେ ଉପମୁଖ୍ୟମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ, "ଆଜ୍ଞା ଆପଣ ଏତେ ନିର୍ଜ ହୁଅନ୍ତୁ ନାହିଁ। ଆପଣଙ୍କ ଭଳି ଲମ୍ୱା ଚୁଟି ରଖିବା ଦ୍ୱାରା କେହି ଜଣେ ଜ୍ଞାନୀ ହୋଇଯାଏ ନାହିଁ। ଆପଣଙ୍କ ଭଳି ନେତାଙ୍କ ଏଭଳି ବୟାନବାଜି କାରଣରୁ ବିଜେପିର ଏଭଳି ଅବସ୍ଥା ହୋଇଛି। ଆପଣଙ୍କର ବିହାରରେ କୌଣସି ଚେହେରା ନାହିଁ। "

Also Read: Bihar Politics: କ୍ଷମତା ପରିବର୍ତ୍ତନ ପରେ ନୀତିଶ କୁମାରଙ୍କୁ ଚ୍ୟାଲେଞ୍ଜ ଦେଲେ ପୂର୍ବତନ ସହଯୋଗୀ

ତେଜସ୍ୱୀ ଯାଦବଙ୍କ ଜବାବ ଉପରେ ପାଲଟା ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଥିଲେ ଗୋଖ୍ୟାଦ୍ୟ ଦୁର୍ନୀତିରେ ଜଡ଼ିତ ଚୋରର ପୁଅ କେବେ ମହାତ୍ମା ହୋଇପାରିବ ନାହିଁ। ସେ କେବଳ ଚିଡି଼ଆଖାନାରୁ ମାଟି ଆଣି ମଲ ମଧ୍ୟରେ ଭର୍ତ୍ତି କରିବ। ଏହା ପରେ ପଲଟୁରାମ ଚାଚା ନୀତୀଶ କୁମାର ଦୁର୍ନୀତି ଅଭିଯୋଗରେ ସମଗ୍ର ପରିବାରକୁ ବରଖାସ୍ତ କରିବେ। ବିହାରର ଧର୍ମନିରପେକ୍ଷ ସରକାରର ବରିଷ୍ଠ ନେତା ହିନ୍ଦୁ ପ୍ରତୀକ ଟିକାକୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି।

ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ନୀତୀଶ କୁମାରଙ୍କୁ ଟାର୍ଗେଟ କରି କହିଥିଲେ ପଲଟୁରାମ ଦେଶର ପ୍ରଧାନମନ୍ତ୍ରୀ କିମ୍ବା ଉପରାଷ୍ଟ୍ରପତି ହେବାକୁ ଚାହୁଁଥିଲେ। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାରଙ୍କୁ (Nitish Kumar) କଟାକ୍ଷ କରି କେନ୍ଦ୍ରମନ୍ତ୍ରୀଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ (RJD Supremo Lalu Yadav) ପୁରୁଣା ଟ୍ୱିଟ୍ ରିଟ୍ୱିଟ କରି କହିଛନ୍ତି ଯେ ସାପ ଆପଣଙ୍କ ଘରେ ପ୍ରବେଶ କରିଛି। ଏହି ଟ୍ୱିଟ୍ ଗତ ୨୦୧୭ ବର୍ଷରେ ହୋଇଥିଲା। ଯେତେବେଳେ ନୀତୀଶ କୁମାର ମହାମେଣ୍ଟରୁ (Bihar Grand Alliance) ଅଲଗା ହୋଇ ଯାଇଥିଲେ। ଏହା ପରେ ଲାଲୁ  ଯାଦବ ଟ୍ୱିଟ୍ କରି କହିଥିଲେ ଯେ ନୀତୀଶ କୁମାର ହେଉଛନ୍ତି ଜଣେ ସାପ। ଯେପରି ସାପ କାତି ଏହାର କାତି ଛଡାଇ ଥାଏ ଠିକ ସେପରି ନୀତୀଶ କୁମାର ରାଜନୀତିରେ କାତି ଛାଡିଥାନ୍ତି। ସାପ ଯେପରି ପ୍ରତି ୨ ବର୍ଷରେ ଥରେ ଏହାର କାତି ଛଡାଇ ନୂଆ ଚମଡା ଧାରଣ କରିଥାଏ ଠିକ ସେପରି ନୀତିଶ କୁମାର ନିଜର ସହଯୋଗୀ ବଦଳାଇଥାନ୍ତି।

Also Read: Union Minister Giriraj Singh: 'ବିହାର ରାଜନୀତିର ନୀତିଶ କୁମାର ହେଉଛନ୍ତି ଜଣେ ସାପ'

ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବାହାରିଯିବା ପରେ ତାଙ୍କୁ ପଲ୍ଟୁ ରାମ ବୋଲି କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଏନେଇ ସେ କହିଥିଲେ ଆମେ ସବୁବେଳେ ମେଣ୍ଟ ଧର୍ମ ପାଳନ କରିଆସିବା ସହ ମେଣ୍ଟର ସମ୍ମାନ ରକ୍ଷା କରିଆସିଛୁ। ଯେତେବେଳେ ଆମର ୪୩ ଜଣ ବିଧାୟକ ଥିଲେ ଏବଂ ସେମାନଙ୍କ ପାଖେ ୩୬ ଜଣ ବିଧାୟକ ଥିଲେ ହେଲେ ତଥାପି ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛୁ। ନିଜ ଦଳ ବିଜେପି ସହ ମେଣ୍ଟ ଭାଙ୍ଗିଥିବାରୁ ଜେଡିୟୁ ନେତା ନୀତିଶ କୁମାରଙ୍କୁ ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବାକୁ ତାଙ୍କର ଇଚ୍ଛା ତାଙ୍କୁ ଏହି ମେଣ୍ଟ ଭାଙ୍ଗିବାକୁ ବାଧ୍ୟ କରିଛି। ବିଗତ ୪ ଦଶନ୍ଧି ଧରି ତାଙ୍କର ରାଜନୈତିକ ଜୀବନରେ ଜେଡିୟୁ ନେତା ତାଙ୍କର ଅନେକ ସହଯୋଗୀ ବଦଲାଇଛନ୍ତି। ମୁଁ ଏକଥାକୁ ନେଇ ଦୁଃଖିତ ନୁହେଁ ଯେ ବିହାର ରାଜନୀତିରେ ବିଜେପି-ଜେଡିୟୁ ମେଣ୍ଟ ଆଉ ନାହିଁ। ବିଜେପି କାହା ପାଖେ ଆତ୍ମ ସମର୍ପଣ କରେନାହିଁ। ଦଳ ସର୍ବଦା ଏହାର ସିଦ୍ଧାନ୍ତ ସାମ୍ନାରେ ଆତ୍ମସମର୍ପଣ କରେ। ବିଜେପି ଉପରେ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ ଯେ ଦଳ ମେଣ୍ଟ ଧର୍ମ ପାଳନ କରିନାହିଁ।