Odisha Rajya Sabha candidate : ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡି ୪ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ରବିବାର ନବୀନ ସରକାରଙ୍କ ପଞ୍ଚମ ପାଳିକୁ ୩ ବର୍ଷ ପୂରଣ ହୋଇଛି। ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ଚାରି ଜଣ ପ୍ରାର୍ଥୀଙ୍କୁ ମନୋନିତ କରିଛନ୍ତି। ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ପୂର୍ବତନ ସାଂସଦ ସସ୍ମିତ ପାତ୍ର, ଦଳ ମୁଖପାତ୍ର ସୁଲତା ଦେଓ, ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶିଙ୍କ ନାମ ରହିଛି।

COMMERCIAL BREAK
SCROLL TO CONTINUE READING

ସସ୍ମିତ ପାତ୍ର:

ପୁଣିଥରେ ବିଜେଡିର ବରିଷ୍ଠ ନେତା ସସ୍ମିତ ପାତ୍ର, ରଜ୍ୟସଭାକୁ ଯିବେ। ୨୦୧୯ରୁ ସେ ରାଜ୍ୟସଭାର ସଦସ୍ୟ ଅଛନ୍ତି। ଜୁଲାଇ ମାସରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିବା ବେଳେ ବିଜେଡି ପୁଣିଥରେ ତାଙ୍କୁ ସଂସଦକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ସସ୍ମିତ ପାତ୍ର ସବୁ ବେଳେ ଦିଲ୍ଲୀ ଦରବାରରେ ଓଡିଶାବାସୀଙ୍କ ଦାବି ଉପସ୍ଥାପନ କରି ଚର୍ଚ୍ଚାରେ ରହିଆସିଛନ୍ତି।

ସୁଲତା ଦେଓ:

ସୁଲତା ଦେଓ ଦ୍ୱିତୀୟ ମହିଳା ଭାବେ ରାଜ୍ୟସଭାରେ ଓଡିଶାକୁ ପ୍ରତିନିଧିତ୍ୱ କରିବେ। ମୋଟ ଦଶଟି ଆସରୁ ବର୍ତ୍ତମାନ ମମତା ମହନ୍ତ ଜଣେ ମାତ୍ର ମହିଳା ସଦସ୍ୟ ଅଛନ୍ତି। ଏବେ ବିଜେଡି ମୁଖପାତ୍ର ସୁଲତା ଦେଓ ରାଜ୍ୟ ସଭା ଯିବେ। ଏହା ପରେ ଉପର ସଦନରେ ଓଡିଆ ମହିଳା ସାଂସଦଙ୍କ ସଂଖ୍ୟା ଦୁଇକୁ ପହଞ୍ଚିବ।

ମାନସ ମଙ୍ଗରାଜ:

ଦୀର୍ଘ ଦୁଇ ଦଶନ୍ଧୀରୁ ରାଜ୍ୟ ରାଜନୀତିରେ ସକ୍ରୀୟ ଥିବା ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା ପଠାଇବାକୁ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେଇଛନ୍ତି। ମାନସ ମଙ୍ଗରାଜ ବର୍ତ୍ତମାନ ବିଜେଡିର ଗଣମାଧ୍ୟମ ଉପଦେଷ୍ଟା ଅଛନ୍ତି। 

Odisha Rajya Sabha candidate : ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡି ୪ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ରବିବାର ନବୀନ ସରକାରଙ୍କ ପଞ୍ଚମ ପାଳିକୁ ୩ ବର୍ଷ ପୂରଣ ହୋଇଛି। ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ଜଣେ ମହିଳାଙ୍କ ସମେତ ଚାରି ଜଣ ପ୍ରାର୍ଥୀଙ୍କୁ ମନୋନିତ କରିଛନ୍ତି। ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ପୂର୍ବତନ ସାଂସଦ ସସ୍ମିତ ପାତ୍ର, ଦଳ ମୁଖପାତ୍ର ସୁଲତା ଦେଓ, ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶିଙ୍କ ନାମ ରହିଛି।

ସସ୍ମିତ ପାତ୍ର:

ପୁଣିଥରେ ବିଜେଡିର ବରିଷ୍ଠ ନେତା ସସ୍ମିତ ପାତ୍ର, ରଜ୍ୟସଭାକୁ ଯିବେ। ୨୦୧୯ରୁ ସେ ରାଜ୍ୟସଭାର ସଦସ୍ୟ ଅଛନ୍ତି। ଜୁଲାଇ ମାସରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିବା ବେଳେ ବିଜେଡି ପୁଣିଥରେ ତାଙ୍କୁ ସଂସଦକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ସସ୍ମିତ ପାତ୍ର ସବୁ ବେଳେ ଦିଲ୍ଲୀ ଦରବାରରେ ଓଡିଶାବାସୀଙ୍କ ଦାବି ଉପସ୍ଥାପନ କରି ଚର୍ଚ୍ଚାରେ ରହିଆସିଛନ୍ତି।

ସୁଲତା ଦେଓ:

ସୁଲତା ଦେଓ ଦ୍ୱିତୀୟ ମହିଳା ଭାବେ ରାଜ୍ୟସଭାରେ ଓଡିଶାକୁ ପ୍ରତିନିଧିତ୍ୱ କରିବେ। ମୋଟ ଦଶଟି ଆସରୁ ବର୍ତ୍ତମାନ ମମତା ମହନ୍ତ ଜଣେ ମାତ୍ର ମହିଳା ସଦସ୍ୟ ଅଛନ୍ତି। ଏବେ ବିଜେଡି ମୁଖପାତ୍ର ସୁଲତା ଦେଓ ରାଜ୍ୟ ସଭା ଯିବେ। ଏହା ପରେ ଉପର ସଦନରେ ଓଡିଆ ମହିଳା ସାଂସଦଙ୍କ ସଂଖ୍ୟା ଦୁଇକୁ ପହଞ୍ଚିବ।

ମାନସ ମଙ୍ଗରାଜ:

ଦୀର୍ଘ ଦୁଇ ଦଶନ୍ଧୀରୁ ରାଜ୍ୟ ରାଜନୀତିରେ ସକ୍ରୀୟ ଥିବା ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା ପଠାଇବାକୁ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେଇଛନ୍ତି। ମାନସ ମଙ୍ଗରାଜ ବର୍ତ୍ତମାନ ବିଜେଡିର ଗଣମାଧ୍ୟମ ଉପଦେଷ୍ଟା ଅଛନ୍ତି। 

ନିରଞ୍ଜନ ବିଶି:

ନିରଞ୍ଜନ ବିଶି, ପଶ୍ଚିମ ଓଡିଶାର ଜଣେ ଜଣାଶୁଣା ଆଦିବାସୀ ନେତା। ଅନେକ ସମୟରେ ନିରଞ୍ଜନ କୃଷକ, ଆଦିବାସୀ ଓ ଦଳିତଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିଲେ। କିନ୍ତୁ ସେ ରାତିଅଧିଆ ବିଜେଡିରେ ମିଶିଥିବା ଅଭିଯୋଗ ହେଉଛି। ତେବେ ସେ ଯାହାବି ହେଉ, ନିରଞ୍ଜନ ବିଶିଙ୍କୁ ଏବେ ସରକାର ଭରସା କରି ରାଜ୍ୟସଭା ପଠାଉଛନ୍ତି।