Dhamnagar Bypoll 2022, ଭୁବନେଶ୍ୱର: ଧାମନଗର ପାଇଁ ବିଜେଡି ତାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି ତାଲିକାରେ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟ ଷ୍ଟାର ପ୍ରଚାରକ ଭାବେ ରାଖାଯାଇଛି। ସାଙ୍ଗଠାନୀକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମେତ ୮ ମନ୍ତ୍ରୀ, ୪ ସାଂସଦ ଓ ଅନ୍ୟନ୍ୟ ସେଲିବ୍ରିଟି ଏଥିରେ ସାମିଲ ଅଛନ୍ତି। ଧାମନଗର ଉପର ନିର୍ବାଚନକୁ ନେଇ ରାଜ୍ୟ ଉଠପଡ ହେଉଥିବା ବେଳେ ବିଜେଡିକୁ ଛାଡି ଅନ୍ୟ ଦଳମାନେ ସଲେମାନଙ୍କ ପ୍ରରଚାରକ ତାଲିକା ବହୁ ପୂର୍ବରୁ ଜାରି କରିଛନ୍ତି। ବିଜେଡି ଏବେ ଅଙ୍କକଷା କରି ରିକ୍ସ ନ ନେଇ କିଛି ବିବାଦୀୟ ମନ୍ତ୍ରୀ ସାଂସଦକୁ ବାଦ ଦେଇ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି।


COMMERCIAL BREAK
SCROLL TO CONTINUE READING

ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପ୍ରମୂଖ ବ୍ୟକ୍ତିମାନେ ହେଲେ, ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ବିଞ୍ଝାରପୁରର ପ୍ରମିଳା ମଲ୍ଲିକ, ମନ୍ତ୍ରୀ ରାଜା ସ୍ୱାଇଁ, ଅତୁନ ସବ୍ୟସାଚୀ ନାୟକ, ପ୍ରତାପ କେଶରୀ ଦେବ, ଅଶ୍ୱିନୀ ପାତ୍ର ଓ ରାଜେନ୍ଦ୍ର ଢୋଲକିଆଙ୍କ ନା ରହିଛି। ସହିଭଳି ତାଲିକାରେ ଥିବା ୪ ସଂସଦ ହେଲେ- ଯାଜପୁରର ସୁଲତା ଦେଓ, ଶର୍ମିଷ୍ଠା ସେଠୀ, ମୁନା ଖାଁ ଓ ମଞ୍ଜୁଲତା ମଣ୍ଡଳ। ଧାମନଗର ନିର୍ବାଚନ ମଣ୍ଡଳୀଟି ଯାଜପୁରର ପଡୋଶୀ  ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏଠାରେ ଯାଜପୁର ଅଞ୍ଚଳର ବିଧାୟକ ଓ ମନ୍ତ୍ରୀଙ୍କ ପ୍ରାଦୁର୍ଭାବ ଅଧିକ ରହିଥିାଏ। ଏହି ପରିସ୍ଥିତିରେ ଯାଜପୁରର ବବି ଦାଶ, ପ୍ରୀତିରଞ୍ଜନ ଘଡାଇ ଏବଂ ପ୍ରମିଳା ମଲ୍ଲିକ ପ୍ରମୂଖ ଏହି ରାଜନୀତି ରଣାଙ୍ଗନରେ ପ୍ରମୂଖ ଭୂମିକା ଗ୍ରହଣ କରିବେ।


Also Read: Dhamnagar Bypoll 2022: ଆଜି ନାମାଙ୍କନର ଶେଷ ଦିନ, BJDର ଚିନ୍ତା ବଢ଼ାଇଲେ ଅସନ୍ତୁଷ୍ଟ ରାଜୁ ଦାସ


ନିର୍ବାଚନ ମଇଦାନରେ ରାଜୁ ଦାସ ବିଜଡିର କୌଣସି ଲିବିକୁ ଖାତିର ନ କରି ନିଜେ ସ୍ୱାଧିନଭାବେ ନାମାଙ୍କନ ଭରି ଏହି ମହାଯୁଦ୍ଧରେ ଦଳର ନିଦ ହଜାଇ ଦେଇଛନ୍ତି। ରାଜୁ ଦାସଙ୍କ ନାମାଙ୍କନ ପରେ ଧାମନଗର ଉପନିର୍ବାଚନ ବର୍ତ୍ତମାନ ରୋମାଞ୍ଚୋକ ସ୍ଥିତିରେ ପହଞ୍ଚିଛି। ଧାମନଗର ସିଟକୁ ଚୁଟକିରେ ବିଜେଡି ହାତେଇ ନେବାକୁ ଯୋଜନା କରିଥିବାବଳେ, ରାଜୁ ଦାସଙ୍କ ନାମାଙ୍କନ ଶାସକ ଦଳ ପାଇଁ ପାଚେରୀ ଭଳି ଠଆ ହୋଗଲା। ତେଣୁ ବର୍ତ୍ତମାନ ପରିସ୍ଥିତରି ବିଜଡି ନିଜ କୌଶଳରୁ ଦୃଢିଭୁତ କରିବା ସହିତ ନିର୍ବାଚନକୁ ଗମ୍ଭୀରତା ସହିତ ନେଇ ପ୍ରଚାରକୁ ଜୋରଦାର କରିବାକୁ ଏକ ଜବରଦସ୍ତ ଲିଷ୍ଟ ପ୍ରସ୍ତୁତ କରିଛି। ଏଥିରୁ ବିବାଦୀୟ ମନ୍ତ୍ରୀ ସମୀର ଦାସ ଓ ସାଂସଦ ଅନୁଭବ ମହାନ୍ତିଙ୍କୁ ବାଦ ଦିଆଯାଇଛି। ତେବେ ବିଗତ ନିର୍ବାଚନ ଗୁଡିକରେ ମଧ୍ୟ ଅନୁଭବଙ୍କ ନାଁ ଶୁଣିବାକୁ ମିଳିନାହିଁ।


ଅନ୍ୟପଟେ ଯୁବକମାନଙ୍କୁ ଆକୃଷ୍ଟ କରିବା ପାଇ ବିଜେଡି ଏକ ସ୍ୱତନ୍କ୍ର ରଣନୀତି ପ୍ରସ୍ତୁତ କରିଛି। ଯେଉଁଥିରେ, ଛାତ୍ର ସଙ୍ଗଠନର ସଭପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ସହିତ ଯୁବ ମୋର୍ଚ୍ଚାର ସଭାପତି ବ୍ୟୋମକେଶ ରାୟଙ୍କୁ ମଧ୍ୟ ଷ୍ଟାର ପ୍ରଚାରକ ଲିଷ୍ଟରେ ସାମିଲ କରାଯାଇଛି। ଯାହାକି ଯୁବ ଭୋଟଙ୍କୁ ଆକ୍ରଷ୍ଟ କରିବ। ସେହିପରି ମହିଳା ଭୋଟର ଆକୃଷ୍ଟ କରବା ପାଇଁ ବିଜେଡିର ଏଲିନା ଦାଶ, ଶ୍ରୀମୟୀ ମିଶ୍ର, ମୋହିଳା ମର୍ଚ୍ଚର ସ୍ନେହାଙ୍ଗିନୀ ଛୁରିଆ ଭଳି ପ୍ରମୁଖ ନାରୀ ନେତ୍ରୀଙ୍କୁ ଲିଷ୍ଟରେ ସାମିଲ କରାଯାଇଛି। ତେବେ ଏହି ଉପନିର୍ବାଚନର ଫଳାଫଳକୁ ଅନୁଧ୍ୟାନ କରି ୨୦୨୪ ନିର୍ବାଚନ ସହିତ ଯଡାଯିବ। ତେଣୁ ଏହା ବିଜେଡି ପାଇଁ ଏକ ବଡ ପରୀକ୍ଷାଠୁ କମ ନୁହଁ ବୋଲି କହିଲେ ଅଚ୍ୟୁକ୍ତି ହେବ ନାହିଁ।


Also Read: Dhamnagar Bypoll 2022: କଂଗ୍ରେସ ପ୍ରାର୍ଥୀ ହେଲେ ହେଲେ ହରେକୃଷ୍ଣ ସେଠୀ


ଧାମନଗର ଉପନିର୍ବାଚନ ପାଇଁ ବିଜେପି ମଧ୍ୟ ୪୦ ଜଣିଆ ଷ୍ଟାର ପ୍ରଚାରକ ଲିଷ୍ଟ ଜାରି କରିଛି। ତାଲିକାରେ ସଭାପତି ସମୀର ମହାନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ଓ ଅଶ୍ୱିନୀ ବୈଷ୍ଣବ ଅଛନ୍ତି। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବ ଭାରତ ପ୍ରଭାରୀ ସୁନୀଲ ବଂଶଲ, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ବିଜୟପାଲ ସିଂହ ତୋମାର, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମଧ୍ୟ ଧାମନଗର ଉପନିର୍ବାଚନରେ ପ୍ରଚାର ଦାୟିତ୍ୱ ଦିଆଯାଇଛି। ସେହିପରି କଂଗ୍ରେସର ୩୦ ଜଣିଆ ତାଲିକାରେ ପ୍ରଭାରୀ ଚେଲା କୁମାର, ସହପ୍ରଭାରୀ ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା ଭକ୍ତ ଦାସ, ସାଂସଦ ସପ୍ତଗିରି ଉଲ୍ଲାକା ଅଛନ୍ତି। ବିଧାୟକ ସୁର ରାଉତରାୟ, ତାରା ବାହିନୀପତି ସମେତ ୮ ବିଧାୟକ ଷ୍ଟାର ପ୍ରଚାରକ ଲିଷ୍ଟରେ ଥିବା ବେଳେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ବାଦ ଦିଆଯାଇଛି।