Dhamnagar Bypoll 2022: ଆଜି ନାମାଙ୍କନର ଶେଷ ଦିନ, BJDର ଚିନ୍ତା ବଢ଼ାଇଲେ ଅସନ୍ତୁଷ୍ଟ ରାଜୁ ଦାସ
Advertisement

Dhamnagar Bypoll 2022: ଆଜି ନାମାଙ୍କନର ଶେଷ ଦିନ, BJDର ଚିନ୍ତା ବଢ଼ାଇଲେ ଅସନ୍ତୁଷ୍ଟ ରାଜୁ ଦାସ

Dhamnagar Bypoll 2022: ଧାମନଗର ଉପନିର୍ବାଚନର ନାମାଙ୍କନ ଦାଖଲ ପାଇଁ ଆଜି ଶେଷ ଦିନ। ଉଭୟ ବିଜେଡି ଓ ବିଦ୍ରୋହି ନେତା କରିପାରନ୍ତି ନାମାଙ୍କନ। ବିଜେଡିର ଅସନ୍ତୁଷ୍ଟ ନେତା ରାଜେନ୍ଦ୍ର ଦାସ ସ୍ୱାଧିନଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି।

Dhamnagar Bypoll 2022: ଆଜି ନାମାଙ୍କନର ଶେଷ ଦିନ, BJDର ଚିନ୍ତା ବଢ଼ାଇଲେ ଅସନ୍ତୁଷ୍ଟ ରାଜୁ ଦାସ

Dhamnagar Bypoll 2022, ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପ୍ରାର୍ଥୀପତ୍ର ଦାଖଲ ପରେ ଏବେ ଜୋରଦାର ପ୍ରଚାର ଓ ରାଜନୈତିକ ଲଢେଇ  ଆରମ୍ଭ ହୋଇଛି। ବିଜେଡି, ଜିତିବା ନେଇ ସ୍ପଷ୍ଟ ଭାବେ କହିଥିବା ବେଳେ ଦ୍ଵିତୀୟ ତୃତୀୟ ସ୍ଥାନ ପାଇଁ ବିଜେପି ଓ କଂଗ୍ରେସର ଲଢେଇ ହେବ ବୋଲି କହିଛି। ସେପଟେ ବିଜେଡିର ଅନ୍ୟତମ ଆଶାୟୀ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଦଳ ପାଇଁ ଅଡ଼ୁଆ ସାଜିଛନ୍ତି। ଅସନ୍ତୁଷ୍ଟ ରାଜେନ୍ଦ୍ର, ସ୍ୱାଧିନ ଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ତେବେ ଶୁକ୍ରାବର ନାମାଙ୍କନ ଭରିବାର ଶେଷ ଦିନରେ ରାଜୁ ନାମାଙ୍କନ ଭରିବାର ସମ୍ଭାବନା ରହିଛି। ତେବେ ନାମାଙ୍କ ପ୍ରତ୍ୟାହାର ତାରିଖ ଆସିଲେ ସବୁ ସ୍ପଷ୍ଟ ହୋଇଯିବ।

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଚାଲିଛି। ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଉ କେଇ ଘଣ୍ଟା ବାକି ଅଛି। କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଦଳର ବରିଷ୍ଠ ନେତାଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶୁକ୍ରବାର ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପ୍ରାର୍ଥୀପତ୍ର ଦାଖଲ କରିବେ। ଏହା ସହ ବିଜେଡିର ରାଜେନ୍ଦ୍ର ଦାସ ମଧ୍ୟ ସ୍ୱାଧିନ ଭାବେ ନାମାଙ୍କନ ଭରିବା ସମ୍ଭାବନା ଅଛି। ରାଜେନ୍ଦ୍ରଙ୍କ ସ୍ୱାଧିନ ଭାବେ ନିର୍ବାଚନ ଲଢିବା ନିଷ୍ପତ୍ତି ଦଳ ପାଇଁ ଅଡୁଆ ସାଜିଛି। ଦଳିୟ ଟିକଟ ନ ମିଳିବାରୁ ରାଜେନ୍ଦ୍ର ଅସନ୍ତୁ ହୋଇ ଦଳରେ ବିଦ୍ରୋହ କରିଛନ୍ତି। ଗୁରୁବାର ଏକ ପ୍ରେସକନ୍ଫରେନ୍ସରେ ସେ ଏହା ସ୍ପଷ୍ଟ କରିଛନ୍ତି। ତେବେ ଗଣମାଧ୍ୟମକୁ ସମ୍ବୋଧନ କରୁଥିବା ବେଳେ ସେ ଭାବବିହୋଳ ହୋଇଯାଇଥିଲେ।

Also Read: Dhamnagar Bypoll 2022: କଂଗ୍ରେସ ପ୍ରାର୍ଥୀ ହେଲେ ହେଲେ ହରେକୃଷ୍ଣ ସେଠୀ

ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ଅନ୍ୟତମ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କୁ ଟିକଟ ନ ଦେଇ ମହିଳା କାର୍ଡ ଖେଳିବାକୁ ଅବନ୍ତୀ ଦାସଙ୍କୁ ପାର୍ଥୀ କରିଥିବା ନେଇ ଚର୍ଚ୍ଚା ହେଉଛି। ଏଥିରେ ରାଜେନ୍ଦ୍ର ଦାସ ଅସନ୍ତୁଷ୍ଟ ହୋଇଛନ୍ତି। ସେ ସ୍ୱାଧିନ ଭାବେ ନିର୍ବାଚନ ଲଢିବାକୁ ଘୋଷଣା କରିବା ପରେ ଦଳ ପକ୍ଷରୁ ତାଙ୍କୁ ମନେଇବାକୁ ଉଦ୍ୟମ ହେଉଛି। ବୁଧବାର ଅବନ୍ତୀଙ୍କୁ ସମର୍ଥନ କରିବେ ବୋଲି ରାଜୁ କହିଥିବା ବେଳେ ଗୁରୁବାର ୟୁଟର୍ଣ୍ଣ ନେଇଛନ୍ତି। ଏବେ ରାଜୁଙ୍କ ଏକ ନାଲି କାଳିରେ ଲେଖା ହୋଇଥିବା ଓ ଲୁହରେ ଭିଜିଥିବା ଚିଠିକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଆବେଗଭରା ଚିଠିକୁ କିଏ ଲେଖିଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଚିଠିରେ ରାଜୁ ସ୍ୱାଧିନ ଭାବେ ଲଢିବାକୁ ସମର୍ଥକଙ୍କ ପରାମର୍ଶ ଲୋଡିଥିବା କୁହାଯାଉଛି।

ଧାମନଗର ଉପନିର୍ବାଚନକୁ ନେଇ ରାଜନୈତିକ ବୟାନ ବାଜି ତୀବ୍ର ହୋଇଛି। ବିଜେପି ଓ କଂଗ୍ରେସ ତୃତୀୟ ସ୍ଥାନରେ କିଏ ରହିବ ସେ ନେଇ ପ୍ରତିଯୋଗିତା ଚାଲିଛି ବୋଲି ବିଜେଡି କହିଛି। "ଧାମନଗରବାସୀ ବିଜୁ ଜନତା ଦଳ ସହ ଅଛନ୍ତି। ବିଜୟ ବ୍ୟବଧାନ କେତେ ଅଧିକ ହେବ ସେ ନେଇ ଦଳ କାମ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ସବୁ ନିର୍ବାଚନରେ ବିଜେଡି ବିଜୟ ଲାଭ କରିଛି। କାରଣ ବିଜେଡି ଓଡ଼ିଶାବାସୀଙ୍କ ଦଳ। ବିଜେପି ଦଳ ଯେଉଁ ବାହାସ୍ପଟ ମାରୁଛି ତାହା ବ୍ରଜରାଜନଗର ଉପ ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି । ବିଜେପି ତୃତୀୟ ସ୍ଥାନକୁ ଚାଲିଯାଇଛି। ବାଲେଶ୍ବର ଆସନ ବିଜେପି ଜିତିଥିଲା, ସେଠି ବି ବିଜେଡ଼ିକୁ ଲୋକେ ସମର୍ଥନ କରି ଜିତାଇଲେ। ଧାମନଗରରେ ବି ବିଜେଡିର ଜିତାପଟ ହେବ" ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।

Also Read: Dhamnagar Bypoll: ଦିଲ୍ଲୀ ଦରବାରରେ କଂଗ୍ରେସର 'ସ୍ୱୟଂବର', ଧାମନଗରରୁ ଗଲା ତିନୋଟି ନାମ

ସେପଟେ ବିଜେଡିର ପ୍ରାର୍ଥୀ ଚୟନ ଓ ମନ୍ତବ୍ୟକୁ ବିଜେପି କଡା ସମାଲୋଚନା କରିଛି। "ବିଜେଡ଼ିରେ ଅଯୋଗ୍ୟତା ସବୁବେଳେ ଯୋଗ୍ୟତା ହୁଏ। କାହା ଦୁର୍ବଳତା ବିଜେପି ପାଇଁ ସବଳତା ନୁହେଁ। ଯେଉଁ ସମାଜରେ ମହିଳାଙ୍କୁ ଦେବୀର ଦର୍ଜା ଦିଆଯାଇଛି, ସେଠି ଭେଦଭାବର ପ୍ରଶ୍ନ ଉଠୁନାହିଁ" ବୋଲି ବିଜେପି କହିଛି। ରାଜେନ୍ଦ୍ର ଦାସଙ୍କ ବିଦ୍ରୋହ ଯୋଗୁ ବିରୋଧିଙ୍କୁ ଲାଭ ମିଲିବ ବୋଲି ବିଜେପି ଆଶା ରଖିଛି। ଏପରିକି ସବୁ ଜାଗାରେ ବ୍ରଜରାଜନଗର ଭଳି ସ୍ଥିତି ହୁଏ ନାହିଁ। କିନ୍ତୁ ଧାମନଗରରେ ତାର ପୁନରାବୃତ୍ତି ହେବ ନାହିଁ। ବୁଥ୍ ଲେଭଲ, ୱାର୍ଡ ଲେଭଲରେ ବିଜେପିର ସଙ୍ଗଠନ ଅଛି। ଓଡିଶାର ତିନି କେନ୍ଦ୍ର ମନ୍ତ୍ରୀ ପ୍ରଚାର କରିବେ। ଅର୍ଥ ବଳ, ବାହୁ ବଳ ଓ ସରକାରୀ କଳକୁ ନେଇ ବିଜେଡ଼ି ନିର୍ବାଚନ ଜିତୁଛି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି। 

ଧାମନଗରରେ ବିଜେଡି ସହିତ କଂଗ୍ରେସ କଡା ଫାଇଟ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ଧାମନଗରରେ ନିଶ୍ଚିତ ରୂପେ ବିଜୟଲାଭ କରିବ। ବିଜେଡି, ବିଜେପିର କୌଣସି ପ୍ରଭାବ କଂଗ୍ରେସ ଉପରେ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।