Dhamnagar Bypoll 2022: କଂଗ୍ରେସ ପ୍ରାର୍ଥୀ ହେଲେ ହେଲେ ହରେକୃଷ୍ଣ ସେଠୀ
Advertisement
Article Detail0/zeeodisha/odisha1391825

Dhamnagar Bypoll 2022: କଂଗ୍ରେସ ପ୍ରାର୍ଥୀ ହେଲେ ହେଲେ ହରେକୃଷ୍ଣ ସେଠୀ

Dhamnagar By Election 2022: ଧାମ ନଗରରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।  

Dhamnagar Bypoll 2022: କଂଗ୍ରେସ ପ୍ରାର୍ଥୀ ହେଲେ ହେଲେ ହରେକୃଷ୍ଣ ସେଠୀ

Dhamnagar Congress Candidate: ଧାମ ନଗରରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଏହି ଆସନରେ ଦଳ ହରେକୃଷ୍ଣ ସେଠୀଙ୍କୁ ଟିକେଟ ଦେଇଛି। ଏଠାରେ କଂଗ୍ରେସ ପକ୍ଷରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଲାଗି ରହିଥିଲା ଚର୍ଚ୍ଚା। ଯାହା ଉପରେ ବର୍ତ୍ତମାନ ପଡ଼ିଛି ପୂର୍ଣ୍ଣଚ୍ଛେଦ। 

ଧାମନଗର ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି (Odisha Pradesh Congress Committee) ପକ୍ଷରୁ ୩ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା। ପ୍ରାର୍ଥୀ ତାଲିକାରେ ଜଣେ ପୂର୍ବତନ ବିଧାୟକ ଏବଂ ଅନ୍ୟ ଜଣେ ବିଧାୟକ ପ୍ରାର୍ଥୀଙ୍କ ନାମ ରହିଥିବାର ଖବର ମିଳିଥିଲା। ପିସିସି (Odisha PCC) ସେହି ନାମକୁ ଏଆଇସିସି (AICC) ପାଖକୁ ପଠାଇଥିଲା। କଂଗ୍ରେସ ପ୍ରାର୍ଥୀ ତାଲିକାରେ (Congress Candidate List) ରହିଥିବା ଆଶାୟୀ ହେଉଛନ୍ତି ବାବା ହରେକୃଷ୍ଣ ସେଠୀ (Baba Harekrushna Sethi), ପଞ୍ଚାନନ ମଣ୍ଡଳ (Panchanan Mandal) ଏବଂ ହୃଦାନନ୍ଦ ସେଠୀ (Hrudananda Sethy)। ହେଲେ କଂଗ୍ରେସ ହାଇକମାଣ୍ଡ (Congress High Command) ବାବାଙ୍କ ନାମରେ ମୋହର ମାରିଛନ୍ତି। 

ହରେକୃଷ୍ଣ ସେଠୀ ପେଶାରେ ଜଣେ ଓକିଲ ଓ ସମାଜ ସେବୀ। ତାଙ୍କ ପତ୍ନୀ ଧାମନଗର ଏନଏସି ଅଧକ୍ଷା ପାଇଁ ନିର୍ବାଚନ ଲଢିଥିଲେ। ଦ୍ୱିତୀୟ ନାମ ପଞ୍ଚାନନ ମଣ୍ଡଳଙ୍କ ରହିଛି। ପଞ୍ଚାନନ, ଭଣ୍ଡାରିପୋଖରୀର (Bhandaripokhari Assembly Constituency) ପୂର୍ବତନ ବିଧାୟକ। ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ଧାମନଗର ଆସନରୁ (Dhamnagar Assembly Constutuency) ନିର୍ବାଚନ ଲଢିଥିବା ହୃଦାନନ୍ଦ ସେଠୀ ମଧ୍ୟ ତାଲିକାରେ ଅଛି। ତେବେ ଏହି ୩ଟି ନାମ ଭିତରେ ବାବା ହରେକୃଷ୍ଣ ସେଠୀଙ୍କୁ ନାମ ଆଗରେ ରହିଥିବାର କୁହାଯାଉଥିଲା।

ଧାମନଗର ଉପନିର୍ବାଚନ ଲାଗି କଂଗ୍ରେସ ଟିକଟ ପାଇବା ପାଇଁ ଜୋରଦାର ଲବି ହେଉଥିଲା। ଟିକଟ ପାଇଁ ଅନନ୍ତ ସେଠୀ (Anata Sethy) ଏବଂ ତାଙ୍କ ଝିଅ ଅନିତା ସେଠୀ ମଧ୍ୟ ଲବି କରୁଥିବା କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି। ହେଲେ ଉଭୟଙ୍କ ମଧ୍ୟରୁ କାହା ନାଁ କଂଗ୍ରେସ ହାଇକମାଣ୍ଡ ପାଖକୁ ସୁପାରିଶ କରାଯାଇନାହିଁ। ପ୍ରାର୍ଥୀ ଚୟନ ପାଇଁ ଚାରୋଟି କମିଟି ଗଠନ କରିଥିଲା ଦଳ। ପର୍ଯ୍ୟବେକ୍ଷକଙ୍କୁ ନେଇ ଏକ ନ୍ୟୁଟ୍ରାଲ କମିଟି ତୃଣମୂଳ ସ୍ତରକୁ ଯାଇ ଆଶାୟୀ ପ୍ରାର୍ଥୀଙ୍କ ଆଚାର ବ୍ୟବହାର, ଭଦ୍ରତା, ଲୋକପ୍ରିୟତା, ଜନସମର୍ଥନ ଏବଂ ବିଜୟ ଆଶା ପରଖିଥିଲେ। ଦ୍ୱିତୀୟ ଟିମ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ନେତୃତ୍ୱରେ ଯାଞ୍ଚ କରିଥିଲେ। ସେହିପରି ଅନ୍ୟ ଦୁଇଟି ଟିମରେ ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ପ୍ରମୁଖ ସ୍ଥିତି ସମୀକ୍ଷା କରିଥିଲେ।