ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀରେ ଫାଟ, ପୁଣି ଭାଙ୍ଗିବ ସରକାର!
Maharashtra Politics: ଏହି ମେଣ୍ଟରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲେ ମଧ୍ୟ ବିଜେପି ହିଁ ଫ୍ରଣ୍ଟ ଫୁଟରେ ଖେଳୁଥିବାର ନଜରକୁ ଆସୁଛି । ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରଶେଖର ବାୱାନକୁଲେ କହିଛନ୍ତି ଯେ, ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ (Devendra Fadnavis) ହେବେ ।
ମୁମ୍ୱାଇ: Maharashtra Politics: ମହାରାଷ୍ଟ୍ରରେ ଗତ କିଛି ଦିନ ହେବ ଭାରତୀୟ ଜନତା ପାର୍ଟି (BJP) ଓ ଏକନାଥ ସିନ୍ଦେ ଗୋଷ୍ଠୀ (Eknath Shinde Camp) ମଧ୍ୟରେ କଳହ ଲାଗି ରହିଛି । କ'ଣ କୌଣସି ନୂତନ ମେଣ୍ଟ ପାଇଁ ଏହି ଲଢ଼େଇ ସ୍ୱାଭାବିକ କଥା ଓ ଆଗାମୀ ଦିନରେ ଦୁଇ ଦଳ ମଧ୍ୟରେ କଥା ଆହୁରି ବିଗିଡି଼ପାରେ । ଏହା ଏପରି ଏକ ପ୍ରଶ୍ନ ଯେ, ମହାରାଷ୍ଟ୍ରର ରାଜନୈତିକ ବିଶେଷଜ୍ଞଙ୍କ ପାଇଁ ମଧ୍ୟ ଉତ୍ତର ଦେବା ସମ୍ଭବ ହୋଇପାରୁ ନାହିଁ । ଏହି ମେଣ୍ଟରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲେ ମଧ୍ୟ ବିଜେପି ହିଁ ଫ୍ରଣ୍ଟ ଫୁଟରେ ଖେଳୁଥିବାର ନଜରକୁ ଆସୁଛି ।
ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରଶେଖର ବାୱାନକୁଲେ କହିଛନ୍ତି ଯେ, ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ (Devendra Fadnavis) ହେବେ । ଏହି ବୟାନର ଗୋଟିଏ ଦିନ ପରେ ବିଜେପିର ବୁଲଢାନା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି । ପ୍ରତାପ ଯାଦବ ବର୍ତ୍ତମାନ ଏଠାରୁ ସାଂସଦ ଅଛନ୍ତି ଓ ସିନ୍ଦେ ଗୋଷ୍ଠୀରେ ଥିବା ୧୨ ଶିବସେନା ସାଂସଦଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ । କେନ୍ଦ୍ର ଶ୍ରମ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭୁପେନ୍ଦ୍ର ଯାଦବ ଖୁବ ଶୀଘ୍ର ବୁଲଢାନା ନିର୍ବାଚନମଣ୍ଡଳୀ ଗସ୍ତ କରିପାରନ୍ତି । ବିଜେପିର ୧୬ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ଗୋଟିଏ ହେଉଛି ବୁଲଢାନା । ଆସନ୍ତା ଲୋକସଭା ନିର୍ବାଚନରେ ୪୫ଟି ଆସନର ଲକ୍ଷ୍ୟ ହାସଲ କରିବାକୁ ବିଜେପି ଏଠାରୁ ଜିତିବା ଆବଶ୍ୟକ ବୋଲି ମନେ କରୁଛି । ଏଥି ସହିତ, ସିନ୍ଦେ ଶିବିରର ନେତାମାନେ ମନେ କରନ୍ତି ଯେ, ବାୱାନକୁଲେ ସେମାନଙ୍କ ସହ କଥାବାର୍ତ୍ତା ନକରି ବୁଲଢାନା ବିଷୟରେ ଏତେ ବଡ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ ମେଣ୍ଟ ମଧ୍ୟରେ କଥା ମଧ୍ୟ ବିଗିଡ଼ି ପାରେ ।
ରାଜ୍ୟରେ ବିଧାନ ପରିଷଦରେ ଆସନ ବଣ୍ଟନ ନେଇ ବିଜେପି ଓ ସିନ୍ଦ ଗୋଷ୍ଠୀ ମଧ୍ୟରେ ବିବାଦ ମଧ୍ୟ ଜାରି ରହିଛି । ବିଧାନ ପରିଷଦର ୧୨ଟି ଆସନରେ ଯେଉଁଠାରେ ମୁକାବିଲା ହେବାକୁ ଯାଉଛି, ବିଜେପି ସିନ୍ଦେ କ୍ୟାମ୍ପକୁ ମାତ୍ର ୨ଟି ଆସନ ପ୍ରଦାନ କରୁଛି । ଏହିପରି ଭାବେ ଉଭୟ ପକ୍ଷ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ସହମତ ହୋଇପାରିନାହିଁ । ସେହିଭଳି ଆଗାମୀ ମ୍ୟୁନିସିପାଲିଟି ନିର୍ବାଚନରେ ଆସନ ବଣ୍ଟନ ପ୍ରସଙ୍ଗ ମଧ୍ୟ ଅଟକି ରହିଛି । ମ୍ୟୁନିସିପାଲିଟି ନିର୍ବାଚନରେ ଯଦି ଅଧିକ ନୁହେଁ ତ ବିଜେପି ଭଳି ଅତିକମରେ ସମାନ ସଂଖ୍ୟକ ଆସନ ମିଳିବା ଉଚିତ ବୋଲି ସିନ୍ଦେ ଦାବି କରୁଛନ୍ତି । କିନ୍ତୁ ଏପରି ଘଟୁଥିବାର ମନେ ହେଉନାହିଁ ।
ଏହା ବି ପଢ଼ନ୍ତୁ:-ଆଫଗାନିସ୍ତାନରେ ପୁଣି ଦେଖାଦେବ ସଙ୍କଟ! ଜାତିସଂଘର ସୁରକ୍ଷା ପରିଷଦକୁ ଧମକ ଦେଲା ତାଲିବାନ, ଜାଣନ୍ତୁ କ'ଣ ରହିଛି କାରଣ
ଏହା ବି ପଢ଼ନ୍ତୁ:-'ପିଏମ ମୋଦିଙ୍କ ପାଇଁ ୨୦୨୪ର ଖେଳ ହେବନାହିଁ ସହଜ', ଅଶୋକ ଗେହଲୋଟ୍ କହିଲେ ସବୁଠୁ ବଡ଼ ଚ୍ୟାଲେଞ୍ଜ ବିଷୟରେ...
ଏହା ବି ପଢ଼ନ୍ତୁ:-କିଏ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ, ନଡ୍ଡାଙ୍କ କ’ଣ ହେବ? ଜାଣନ୍ତୁ କ'ଣ ରହିଛି ରାଜନୈତିକ ସମୀକରଣ
ମ୍ୟୁନିସିପାଲିଟି ନିର୍ବାଚନରେ ଆସନ ବଣ୍ଟନ ନେଇ ବିଜେପିର ମୁମ୍ବାଇ ମୁଖ୍ୟ ଆଶିଷ ଶେଲାର କିଛି ଦିନ ପୂର୍ବରୁ ଏକ ବଡ଼ ବୟାନ ଦେଇଥିଲେ । ମୁମ୍ବାଇର ପରବର୍ତ୍ତୀ ମେୟର ବିଜେପିରୁ ଆସିବେ ବୋଲି ସେ ଦାବି କରିଛନ୍ତି । ନିଶ୍ଚିତ ଭାବରେ ଏହି ବୟାନ ମଧ୍ୟ ସିନ୍ଦେ ଗୋଷ୍ଠୀକୁ କ୍ଷତି ପହଞ୍ଚାଇବାକୁ ଯାଉଛି । ତେବେ ସିଏମ ସିନ୍ଦେଙ୍କ ନେତୃତ୍ୱରେ ଅନ୍ୟ ନେତାମାନେ ଏହାର ପ୍ରତିକ୍ରିୟା ନଦେବାକୁ ନିଷ୍ପତ୍ତି ନେଇଥିଲେ । ଏଥିରୁ ସ୍ପଷ୍ଟ ଯେ ବିଜେପି ଓ ସିନ୍ଦେ କ୍ୟାମ୍ପର ନେତାମାନେ ଯେଉଁ ପ୍ରକାରର ବୟାନ ଦେଉଛନ୍ତି ଓ ଯେଉଁଭଳି ଭାବେ ମେଣ୍ଟ ମଧ୍ୟରେ କଥା ବିଗିଡ଼ିବାରେ ଲାଗୁଥିବାର ନଜରକୁ ଆସୁଛି । ଏହା ମହାରାଷ୍ଟ୍ରରେ ଖୁବ୍ ଶୀଘ୍ର କିଛି ବଡ଼ ଘଟିବାର ସଙ୍କେତ ମଧ୍ୟ ହୋଇପାରେ ।