ଆଫଗାନିସ୍ତାନରେ ପୁଣି ଦେଖାଦେବ ସଙ୍କଟ! ଜାତିସଂଘର ସୁରକ୍ଷା ପରିଷଦକୁ ଧମକ ଦେଲା ତାଲିବାନ, ଜାଣନ୍ତୁ କ'ଣ ରହିଛି କାରଣ
Advertisement

ଆଫଗାନିସ୍ତାନରେ ପୁଣି ଦେଖାଦେବ ସଙ୍କଟ! ଜାତିସଂଘର ସୁରକ୍ଷା ପରିଷଦକୁ ଧମକ ଦେଲା ତାଲିବାନ, ଜାଣନ୍ତୁ କ'ଣ ରହିଛି କାରଣ

Taliban: ତାଲିବାନ (Taliban) ଆଫଗାନିସ୍ତାନ (Afghanistan) କୁ ନିୟନ୍ତ୍ରଣ କରିବା ଦିନଠାରୁ ସେଠାରେ ଥିବା ଲୋକଙ୍କ ଅଧିକାରର କଥା ସାମ୍ନାକୁ ଆସୁଛି । ଏହି ସମୟରେ ତାଲିବାନ ସରକାର (Taliban government) ମିଳିତ ଜାତିସଂଘ ସୁରକ୍ଷା ପରିଷଦ (United Nations Security Council) କୁ ଧମକ ଦେଉଛି । ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ତାଲିବାନ ଅଧିକାରୀମାନ

ଆଫଗାନିସ୍ତାନରେ ପୁଣି ଦେଖାଦେବ ସଙ୍କଟ! ଜାତିସଂଘର ସୁରକ୍ଷା ପରିଷଦକୁ ଧମକ ଦେଲା ତାଲିବାନ, ଜାଣନ୍ତୁ କ'ଣ ରହିଛି କାରଣ

କାବୁଲ: Taliban: ତାଲିବାନ (Taliban) ଆଫଗାନିସ୍ତାନ (Afghanistan) କୁ ନିୟନ୍ତ୍ରଣ କରିବା ଦିନଠାରୁ ସେଠାରେ ଥିବା ଲୋକଙ୍କ ଅଧିକାରର କଥା ସାମ୍ନାକୁ ଆସୁଛି । ଏହି ସମୟରେ ତାଲିବାନ ସରକାର (Taliban government) ମିଳିତ ଜାତିସଂଘ ସୁରକ୍ଷା ପରିଷଦ (United Nations Security Council) କୁ ଧମକ ଦେଉଛି । ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ତାଲିବାନ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ସୁରକ୍ଷା ପରିଷଦ (UNSC) ର ନିଷ୍ପତ୍ତି ତାଲିବାନ ସପକ୍ଷରେ ନିଆ ନ ଯାଏ, ତେବେ ଏହା ଭଲ ହେବ ନାହିଁ ଏବଂ ଏହା କାହାର ହିତରେ ବିଚାର କରାଯିବ ନାହିଁ ।

ପ୍ରକୃତରେ, ଖବର ସରବରାହ ସଂସ୍ଥା ANI ସୂତ୍ରରୁ ପ୍ରକାଶ ଯେ, ତାଲିବାନ ସରକାର (Taliban government) ଯାତ୍ରା ପ୍ରତିବନ୍ଧକରେ ରିହାତି ସମ୍ୱନ୍ଧରେ ଜାତିସଂଘ ସୁରକ୍ଷା ପରିଷଦ (UNSC) ସଦସ୍ୟ ରାଷ୍ଟ୍ର ମଧ୍ୟରେ ଅସହମତି ପରେ ଏହି ସଂସ୍ଥାକୁ ଚେତାବନୀ ଦେଇଛନ୍ତି । ତାଲିବାନ କହିଛି ଯେ, ଯଦି ସେମାନେ ଯାତ୍ରା ପ୍ରତିବନ୍ଧକରେ ରିହାତି ପ୍ରଦାନ କରିବାକୁ ମନା କରନ୍ତି ତେବେ ଏହି ନିଷ୍ପତ୍ତି ସେମାନଙ୍କୁ ଉତ୍ତେଜିତ କରିବ । ତେବେ ଏହା ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (United Nations Security Council) ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ରିପୋର୍ଟ ଅନୁଯାୟୀ, ତାଲିବାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ କହର ବଲଖୀ ଏକ ବୟାନ ଦେଇଛି ଯେ, ଦୋହା ଚୁକ୍ତିନାମା ଅନୁଯାୟୀ ତାଲିବାନ (Taliban) ବିରୋଧରେ ହୋଇଥିବା ସମସ୍ତ ପ୍ରତିବନ୍ଧକକୁ ରଦ୍ଦ କରାଯିବା ଉଚିତ । ଏଥିସହ ତାଲିବାନ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଯାତ୍ରା ପ୍ରତିବନ୍ଧକରେ ରିହାତିର ବୃଦ୍ଧି କରିବାକୁ ମନା କରିଦିଆଯାଏ ତେବେ ଏହି ନିଷ୍ପତ୍ତି ଉସୁକାଇବ । ଏହା ପରେ ପୁନର୍ବାର କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇପାରେ ।

ବାସ୍ତବରେ, ଜାତିସଂଘ ସୁରକ୍ଷା ପରିଷଦର ତିନିଜଣ ସ୍ଥାୟୀ ସଦସ୍ୟ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ତାଲିବାନ ଅଧିକାରୀଙ୍କ ଉପରେ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଥିବାବେଳେ ଏହି ପରିଷଦର ଅନ୍ୟ ଦୁଇ ସ୍ଥାୟୀ ସଦସ୍ୟ ଋଷ ଓ ଚୀନ୍ ଏଥିରୁ କିଛି ତାଲିବାନ (Taliban) ଅଧିକାରୀଙ୍କୁ ଛୁଟ ଦେବା ସପକ୍ଷରେ ଅଛନ୍ତି । ସେହି ତାଲିବାନ ଅଧିକାରୀଙ୍କ ଯାତ୍ରା ରିହାତି ବୃଦ୍ଧି କରାଯିବ କି ନାହିଁ ସେ ନେଇ ପରିଷଦରେ ଏକ ଭୋଟ୍ ହେବ ।

ଏହା ବି ପଢ଼ନ୍ତୁ:-'ପିଏମ ମୋଦିଙ୍କ ପାଇଁ ୨୦୨୪ର ଖେଳ ହେବନାହିଁ ସହଜ', ଅଶୋକ ଗେହଲୋଟ୍ କହିଲେ ସବୁଠୁ ବଡ଼ ଚ୍ୟାଲେଞ୍ଜ ବିଷୟରେ...

ଏହା ବି ପଢ଼ନ୍ତୁ:-କିଏ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ, ନଡ୍ଡାଙ୍କ କ’ଣ ହେବ? ଜାଣନ୍ତୁ କ'ଣ ରହିଛି ରାଜନୈତିକ ସମୀକରଣ

ଏହା ବି ପଢ଼ନ୍ତୁ:-ଗୁଜୁରାଟ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ କେନ୍ଦ୍ର ଓ PM ମୋଦିଙ୍କ ଉପରେ ଜୋରଦାର ଆକ୍ରମଣ, କଂଗ୍ରେସ ନେତା ପଚାରିଲେ ଏହି ୪ଟି ପ୍ରଶ୍ନ

ଏକ ତଥ୍ୟ ଏହା ମଧ୍ୟ ରହିଛି ଯେ ତାଲିବାନ (Taliban) ଯେଉଁ ଅଧିକାରୀଙ୍କ ପାଇଁ ଏହି ଦାବି କରୁଛି, ସେଥିରେ ୧୩ ଜଣଙ୍କ ନାମ ସାମିଲ ରହିଛି । କେବଳ ଏତିକି ନୁହେଁ, ଏହି ଆଫଗାନିସ୍ତାନ ତାଲିବାନ (Taliban) ଅଧିକାରୀଙ୍କ ପାଇଁ ଯାତ୍ରା ରିହାତି ଅଗଷ୍ଟ ୧୯ରେ ଶେଷ ହେବାର ଥିଲା । ଅନ୍ୟପକ୍ଷରେ, ଜାତିସଂଘର ସୁରକ୍ଷା ପରିଷଦ (UNSC) ଏହି ବିଷୟକୁ ନେଇ ଦ୍ୱନ୍ଦ୍ୱରେ ଅଛି ଯେ ଯାତ୍ରା ପ୍ରତିବନ୍ଧକ ଛାଡ କରାଯିବ କି ନାହିଁ ।