କିଏ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ, ନଡ୍ଡାଙ୍କ କ’ଣ ହେବ? ଜାଣନ୍ତୁ କ'ଣ ରହିଛି ରାଜନୈତିକ ସମୀକରଣ
Advertisement
Article Detail0/zeeodisha/odisha1314919

କିଏ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ, ନଡ୍ଡାଙ୍କ କ’ଣ ହେବ? ଜାଣନ୍ତୁ କ'ଣ ରହିଛି ରାଜନୈତିକ ସମୀକରଣ

BJP National President: ବିଜେପିର ସମ୍ବିଧାନର ଧାରା ୨୧ ଅନୁଯାୟୀ ଜଣେ ବ୍ୟକ୍ତି କେବଳ ୩-୩ ବର୍ଷର ଦୁଇ ଥର କାର୍ଯ୍ୟକାଳ ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରିବେ । ପ୍ରଦେଶ କାର୍ଯ୍ୟକାରିଣୀ, ପରିଷଦ, ସମିତିର ପଦାଧିକାରୀ ଏବଂ ସଦସ୍ୟଙ୍କ କାର୍ଯ୍ୟକାଳ ମଧ୍ୟ ତିନି ବର୍ଷ ପାଇଁ ସ୍ଥିର କରାଯାଇଛି ।

କିଏ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ, ନଡ୍ଡାଙ୍କ କ’ଣ ହେବ? ଜାଣନ୍ତୁ କ'ଣ ରହିଛି ରାଜନୈତିକ ସମୀକରଣ

ନୂଆଦିଲ୍ଲୀ: BJP National President: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ (BJP National President) ଜେପି ନଡ୍ଡା (JP Nadda) ଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦୨୩ରେ ଶେଷ ହେବ । ନୂତନ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଏହି ସଂଗଠନକୁ ବିଭିନ୍ନ ରାଜ୍ୟରେ ମଧ୍ୟ ବିସ୍ତାର ହେବାର ଅଛି । ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ପାଞ୍ଚ ମାସରୁ କମ୍ ସମୟ ବାକି ରହିଯାଇଛି । ଏଭଳି ପରିସ୍ଥିତିରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ ବର୍ତ୍ତମାନ ଶାସକ ଦଳର କମାଣ କିଏ ସମ୍ଭାଳିବେ? ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବ ନା ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହେବେ? ଯଦି କେହି ନୂଆ ଅଧ୍ୟକ୍ଷ ହୁଅନ୍ତି ତେବେ ଜେପି ନଡ୍ଡା କ’ଣ କରିବେ? ଚାଲନ୍ତୁ ଏହାକୁ ବୁଝିବା...

ପ୍ରଥମେ ବୁଝନ୍ତୁ କିପରି ବିଜେପିରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୁଏ?

ଭାରତୀୟ ଜନତା ପାର୍ଟି (BJP) ରେ ରାଜ୍ୟ ସଂଗଠନର ନିର୍ବାଚନ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ହୁଏ । ନିୟମ ଅନୁଯାୟୀ, ଯଦି ୫୦ ପ୍ରତିଶତ ରାଜ୍ୟରେ ଏହି ସଂଗଠନର ନିର୍ବାଚନ ହୋଇସାରିଛି, ତେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇପାରିବ । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ତିନି ବର୍ଷ ହେବ । ନଡ୍ଡା ୨୦୨୦ରେ ଦଳର ଦାୟିତ୍ୱ କମାଣ ସମ୍ଭାଳିଥିଲେ । ତାଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁଆରୀରେ ଶେଷ ହେବ ।

ଭାରତୀୟ ଜନତା ପାର୍ଟିର ସମ୍ବିଧାନର ଧାରା ୧୯ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ବ୍ୟବସ୍ଥା କରାଯାଇଛି । ସେହି ଅନୁଯାୟୀ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ବାଚନ ଏକ ନିର୍ବାଚନୀ ମଣ୍ଡଳୀ ଦ୍ୱାରା କରାଯିବ । ଏଥିରେ ଜାତୀୟ ପରିଷଦ ଓ ରାଜ୍ୟ ପରିଷଦର ଉଲ୍ଲେଖିତ ସଦସ୍ୟମାନେ ରହିଥାନ୍ତି ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ସେହି ବ୍ୟକ୍ତି ହୋଇପାରିବେ ଯିଏ ଅତି କମରେ ଚାରି ଅବଧି ଦଳର ସକ୍ରିୟ ସଦସ୍ୟ ରହିଆସିଛନ୍ତି । ଅତିକମରେ ୧୫ ବର୍ଷ ପାଇଁ ଦଳର ସଦସ୍ୟ ଅଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦର ଯୋଗ୍ୟତା ରଖିଥିବା କୌଣସି ନେତାଙ୍କ ନାମ ନିର୍ବାଚକ ମଣ୍ଡଳୀର ମୋଟ ୨୦ ଜଣ ସଦସ୍ୟ ପ୍ରସ୍ତାବିତ କରିବେ । ଏଠାରେ ମଧ୍ୟ ଆବଶ୍ୟକ ଯେ ଏହି ମିଳିତ ପ୍ରସ୍ତାବ ମଧ୍ୟ ଅତି କମରେ ପାଞ୍ଚଟି ରାଜ୍ୟରୁ ଆସିବା ଉଚିତ ଯେଉଁଠାରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।

ଏହା ବି ପଢ଼ନ୍ତୁ:-ଗୁଜୁରାଟ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ କେନ୍ଦ୍ର ଓ PM ମୋଦିଙ୍କ ଉପରେ ଜୋରଦାର ଆକ୍ରମଣ, କଂଗ୍ରେସ ନେତା ପଚାରିଲେ ଏହି ୪ଟି ପ୍ରଶ୍ନ

ଏହା ବି ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କ ଜାତକରୁ ଜାଣନ୍ତୁ ୨୦୨୪ରେ କିପରି ରହିବ କଂଗ୍ରେସର ପ୍ରଦର୍ଶନ

ଏହା ବି ପଢ଼ନ୍ତୁ:-ସର୍ଭେ: ପ୍ରଧାନମନ୍ତ୍ରୀ ଭାବରେ କେତେ ଲୋକଙ୍କ ପସନ୍ଦ କେଜ୍ରିୱାଲ, ଜାଣନ୍ତୁ ମୋଦିଙ୍କୁ କିଏ ଦେଉଛନ୍ତି ଟକ୍କର

ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନଙ୍କର କାର୍ଯ୍ୟକାଳ କ’ଣ?

ବିଜେପିର ସମ୍ବିଧାନର ଧାରା ୨୧ ଅନୁଯାୟୀ ଜଣେ ବ୍ୟକ୍ତି କେବଳ ୩-୩ ବର୍ଷର ଦୁଇ ଥର କାର୍ଯ୍ୟକାଳ ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରିବେ । ପ୍ରଦେଶ କାର୍ଯ୍ୟକାରିଣୀ, ପରିଷଦ, ସମିତିର ପଦାଧିକାରୀ ଏବଂ ସଦସ୍ୟଙ୍କ କାର୍ଯ୍ୟକାଳ ମଧ୍ୟ ତିନି ବର୍ଷ ପାଇଁ ସ୍ଥିର କରାଯାଇଛି ।

କିଏ ହେବେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ?

ଭାରତୀୟ ଜନତା ଦଳର ଜଣେ ଜାତୀୟ ନେତାଙ୍କୁ ସମାନ ପ୍ରଶ୍ନ ପଚାରା ଯାଇଥିଲା । ସେ କହିଛନ୍ତି ଯେ, "ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ଜେପି ନଡ୍ଡା ହିମାଚଳ ପ୍ରଦେଶରୁ ଆସନ୍ତି । ଚଳିତ ବର୍ଷ ହିମାଚଳ ପ୍ରଦେଶ ଓ ଗୁଜୁରାଟରେ ନିର୍ବାଚନ ଅନୁଷ୍ଠିତ ହେବ । ଏହା ପରେ ୨୦୨୩ରେ ନଅଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନ ମଧ୍ୟରୁ ତିନୋଟି ଫେବୃଆରୀ ୨୦୨୩ ସୁଦ୍ଧା ଶେଷ ହେବ । ଏଭଳି ପରିସ୍ଥିତିରେ ନଡ୍ଡାଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇପାରେ । ଏହାପୂର୍ବରୁ ଅମିତ ଶାହ ୨୦୧୮ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ, ତା’ପରେ ତାଙ୍କର କାର୍ଯ୍ୟକାଳ ମଧ୍ୟ ଏକ ବର୍ଷ ବୃଦ୍ଧି କରାଯାଇଥିଲା । ଏଭଳି ପରିସ୍ଥିତିରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ମଧ୍ୟ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇପାରେ । ଅନ୍ତତଃ ପକ୍ଷେ ୨୦୨୩ରେ ହେବାକୁ ଥିବା ତିନି-ଚାରି ରାଜ୍ୟର ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ।"

ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସିଂ କହିଛନ୍ତି ଯେ, ଜେପି ନଡ୍ଡା, ଅମିତ ଶାହ ଏବଂ ପିଏମ ମୋଦିଙ୍କ ଯୋଡ଼ି ବର୍ତ୍ତମାନ ଭଲରେ ଚାଲିଛି । ଏଭଳି ପରିସ୍ଥିତିରେ ନଡ୍ଡାଙ୍କର ଭଲ କାର୍ଯ୍ୟକାଳକୁ ଦୃଷ୍ଟିରେ ରଖି ସେ ଦ୍ୱିତୀୟ ଥର ମଧ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି ।