Vice President Election 2022: ଜୁଲାଇ ୬ ତାରିଖ ବୁଧବାର କେନ୍ଦ୍ର ସଂଖ୍ୟାଲଘୁ ବ୍ୟପାର ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ମୁଖତାର୍ ଅବ୍ବାସ ନକଭି। କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉପରାଷ୍ଟ୍ରପତି ନିର୍ବାଚନ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜୁଲାଇ ୭ ଗୁରୁବାର ତାଙ୍କର ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ଶେଷ ହେଉଛି। 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖରେ ଶେଷ ହେଉଛି। ଭାରତୀୟ ନିର୍ବାଚନ ଆୟୋଗ ଅନୁଯାୟୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ୧୯ ଜୁଲାଇ। ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେବ।
 
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ନଜମା ହେପତୁଲ୍ଲା, ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ବିଜେପି ପ୍ରାର୍ଥୀ ହୋଇପାରନ୍ତି। ଗତ ବୁଧବାର କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମୁଖତାର୍ ଅବ୍ବାସ ନକଭି ହେଉଛନ୍ତି ଏପରି ଜଣେ ମନ୍ତ୍ରୀ ଯିଏ ଅଟଳ ବିହାରୀ ବାଜପେୟୀ ଏବଂ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାରରେ ମନ୍ତ୍ରୀ ହୋଇଥିଲେ। କିଛି ସମୟ ଧରି କେନ୍ଦ୍ରରେ କ୍ଷମତାସୀନ ବିଜେପି ଉପରାଷ୍ଟ୍ରପତି ପଦ ପାଇଁ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା କରୁଛି। 


ମୁଖତାର୍ ଅବ୍ବାସ ନକଭି ୨୦୧୦-୧୬ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ଏବଂ ୨୦୧୬-୨୨ ଝାଡଖଣ୍ଡରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ। ୧୯୯୮ ମସିହାରେ ସେ ପ୍ରଥମ ଥର ପାଇଁ ରାମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାରରେ ସୂଚନା ପ୍ରସାରଣ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ଏହା ପରେ ୨୦୧୪ ମେ ୨୬ ତାରିଖରେ ସେ ମୋଦି ସରକାରରେ ସଂଖ୍ୟାଲଘୁ ବ୍ୟାପାର ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ହେଲେ ୨୦୧୬ ଜୁଲାଇ ୧୨ ତାରିଖରେ ନଜମା ହେପତୁଲ୍ଲାଙ୍କ ଇସ୍ତଫା ପରେ ତାଙ୍କୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସ୍ୱାଧିନ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ୨୦୧୯ ମେ ୩୦ ତାରିଖରେ ଦ୍ୱିତୀୟ ପାଳି ମୋଦି ସରକାରରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ହୋଇଥିଲେ।


Also Read: ରାଜ୍ୟସଭା ନୁହେଁ ଲୋକସଭା ନିର୍ବାଚନ ଲଢିବେ କେନ୍ଦ୍ରମନ୍ତ୍ରୀ ମୁଖତାର ଆବ୍ବାସ ନକଭୀ


Also Read: ହଜ୍ ସବସିଡି ପ୍ରସଙ୍ଗରେ କଂଗ୍ରେସ ବିରୋଧରେ ବର୍ଷିରେ କେନ୍ଦ୍ରମନ୍ତ୍ରୀ ମୁଖତାର ଆବ୍ବାସ ନକଭୀ


Also Read: ସଂଖ୍ୟାଲଘୁ ମନ୍ତ୍ରଣାଳୟକୁ ବନ୍ଦ କରିଦିଅନ୍ତୁ ମୋଦି ସରକାର: କଂଗ୍ରେସ ସାଂସଦ ମହମ୍ମଦ ଜାୱେଦ