ସଂଖ୍ୟାଲଘୁ ମନ୍ତ୍ରଣାଳୟକୁ ବନ୍ଦ କରିଦିଅନ୍ତୁ ମୋଦି ସରକାର: କଂଗ୍ରେସ ସାଂସଦ ମହମ୍ମଦ ଜାୱେଦ
Advertisement
Article Detail0/zeeodisha/odisha1133059

ସଂଖ୍ୟାଲଘୁ ମନ୍ତ୍ରଣାଳୟକୁ ବନ୍ଦ କରିଦିଅନ୍ତୁ ମୋଦି ସରକାର: କଂଗ୍ରେସ ସାଂସଦ ମହମ୍ମଦ ଜାୱେଦ

ମୋଦି ସରକାର କେବଳ ସଂଖ୍ୟାଲଘୁଙ୍କ ବାବଦରେ କଥା ହେଉଛନ୍ତି ହେଲେ ସେମାନଙ୍କ ପାଇଁ କିଛି କରିନାହାଁନ୍ତି। 

ସଂଖ୍ୟାଲଘୁ ମନ୍ତ୍ରଣାଳୟକୁ ବନ୍ଦ କରିଦିଅନ୍ତୁ ମୋଦି ସରକାର: କଂଗ୍ରେସ ସାଂସଦ ମହମ୍ମଦ ଜାୱେଦ

ନୂଆଦିଲ୍ଲୀ: ଆପଣଙ୍କ ପରାମର୍ଶ ପାଇଁ ଆପଣଙ୍କୁ ଧନ୍ୟବାଦ। ସଂସଦରେ ସଂଖ୍ୟାଲଘୁ ମନ୍ତ୍ରଣାଳୟ ବଜେଟ ଉପରେ ଆଲୋଚନା ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କୁ କଚାକ୍ଷ କରିଥିବା କଂଗ୍ରେସ ସାଂସଦ ମହମ୍ମଦ ଜାୱେଦଙ୍କୁ ଜବାବ ଦେଇ ଏହା କହିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରୀ ମୁଖତାର ଆବ୍ବାସ ନକଭୀ।    

ସଂସଦର ପ୍ରଶ୍ନ କାଳରେ ସଂଖ୍ୟାଲଘୁ ମନ୍ତ୍ରଣାଳୟ ବଜେଟ ଉପରେ ହୋଇଥିବା ଆଲୋଚନା ବେଳେ କେନ୍ଦ୍ର ସରକାରଙ୍କୁ କଚାକ୍ଷ କରି ଏହି ମନ୍ତ୍ରଣାଳୟକୁ ବନ୍ଦ କରିଦେବାକୁ କହିଥିଲେ କଂଗ୍ରେସ ସାଂସଦ ମହମ୍ମଦ ଜାୱେଦ। ଏହାର ଜବାବ ରଖି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରୀ (Union Minority Affairs Minister) ମୁଖତାର ଆବ୍ବାସ ନକଭୀ (Mukhtar Abbas Naqvi) କହିଛନ୍ତି ମୋଦି ସରକାର କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରର ଉତ୍ତରଦାୟିତ୍ୱ ବହନ କରୁଛି। 

ବିହାର (Bihar) କିଶନଗଞ୍ଜ ଲୋକସଭା ଆସନର (Kishanganj Lok Sabha) କଂଗ୍ରେସ ସାଂସଦ ମହମ୍ମଦ ଜାୱେଦ (Congress MP Mohammad Jawed) ସଂସଦର ପ୍ରଶ୍ନକାଳରେ ସଂଖ୍ୟାଲଘୁ ମନ୍ତ୍ରଣାଳୟର (Minority Affairs Ministry) କାର୍ଯ୍ୟ ଉପରେ ପ୍ରଶ୍ନ ପଚାରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଏନେଇ ସେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ମତକୁ ଉପସ୍ଥାପନ କରିଥିଲେ। 

ସଂସଦରେ ଟିଏମସି ସାଂସଦ ମହୁଆ ମୋଇତ୍ରା କହିଥିଲେ ୧୦ ହଜାର କୋଟି ବଜେଟ ବିଶିଷ୍ଟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ କାହିଁକି ବନ୍ଦ ହେବ ନାହିଁ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ବଜେଟ୍ ହେଉଛି ୫ ହଜାର କୋଟି। ଯେଉଁଠାରେ ଦେଶର ବଜେଟ୍ ହେଉଛି ୨୨ ଲକ୍ଷ କୋଟି ଟଙ୍କା। କେନ୍ଦ୍ର କାହିଁକି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ବିଭାଗ ବନ୍ଦ କରୁନାହିଁ।

Also Read: ସାଉଦି ଆରବ ପକ୍ଷରୁ ହଜ ବାତିଲ, ଚଳିତ ବର୍ଷ ଯାତ୍ରାରେ ସାମିଲ ହେବେନାହିଁ ଭାରତୀୟ ମୁସଲିମ

କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ ଆଣି କଂଗ୍ରେସ ସାଂସଦ ମହମ୍ମଦ ଜାବେଦ କହିଛନ୍ତି ମୋଦି ସରକାର (Modi Govt) କେବଳ ସଂଖ୍ୟାଲଘୁଙ୍କ ବାବଦରେ କଥା ହେଉଛନ୍ତି ହେଲେ ସେମାନଙ୍କ ପାଇଁ କିଛି କରିନାହାଁନ୍ତି। ଏହି ସମୟରେ ଲୋକସଭା ବାଚସ୍ପତି ଓମ ବିର୍ଲା ଏଥିରେ ହସ୍ତକ୍ଷେପ କରି କହିଛନ୍ତି କୌଣସି ଯୋଜନା ହେଉ ଅଥବା ବଜେଟ୍ ଏହା ସମସ୍ତଙ୍କ ପାଇଁ ଉପଯୋଗୀ। ଆମେ ସମସ୍ତେ ଜାତି, ଧର୍ମ, ବିକାଶ ବାବଦରେ କଥାବାର୍ତ୍ତା କରୁ ଏବଂ ବିଷୟ ଉପରେ ଧ୍ୟାନ ରଖୁ।

କଂଗ୍ରେସ ସାଂସଦଙ୍କ ଅଭିଯୋଗ ଉପରେ ଜବାବ ରଖି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରୀ  କହିଥିଲେ ଦେଶରେ ସଂଖ୍ୟାଲଘୁ ମନ୍ତ୍ରଣାଳୟ ମୋଦି ସରକାର ଗଠନ କରିନାହାଁନ୍ତି। ଆମେ ଆପଣଙ୍କ ସରକାରର ଉତ୍ତରଦାୟିତ୍ୱ ବହନ କରୁଛି।  ଆପଣ ସଂସଦରେ ଏକ ଭଲ ପରାମର୍ଶ ଦେଇଛନ୍ତି। ଏହା ଆପଣଙ୍କର ବ୍ୟକ୍ତିଗତ ପରାମର୍ଶ। ଆପଣଙ୍କ ପରାମର୍ଶ ପାଇଁ ଆପଣଙ୍କୁ ଧନ୍ୟବାଦ।

ଡିଏମକେ ସାଂସଦ ଏ.ରାଜାଙ୍କ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଜବାବ ରଖି କେନ୍ଦ୍ରମନ୍ତ୍ରୀ ନକଭୀ କହିଛନ୍ତି ଦେଶର ପ୍ରଥମେ ସଂଖ୍ୟାଲଘୁଙ୍କ ତୁଷ୍ଟିକରଣ ହେଉଥିଲା ହେଲେ ସେମାନଙ୍କର ବିକାଶ ହେଉନଥିଲା। ସଂଖ୍ୟାଲଘୁ ସମ୍ପ୍ରଦାୟର ବିକାଶକୁ ଆମେ ଦେଶର ବିକାଶ ସହିତ ଯୋଡିଛୁ। ଯଦି ଆପଣ କେନ୍ଦ୍ରୀୟ ଲୋକସେବା ଆୟୋଗ ପରୀକ୍ଷାର ଫଳାଫଳ ଦେଖନ୍ତି ତାହେଲେ ଆପଣ ଜାଣିପାରିବେ ଆମେ କେଉଁ ପ୍ରୟାସ କରିଛୁ।