ଚଳିତ ବର୍ଷ ୭୯,୨୩୭ ଭାରତୀୟ ମୁସଲିମ ହଜ୍ ଯାତ୍ରା କରିବେ। ଯେଉଁଥିରେ ୫୦% ମହିଳା ଅଛନ୍ତି।
Trending Photos
Hajj Yatra Subsidy: ହଜ୍ ସବସିଡି ପ୍ରସଙ୍ଗରେ କଂଗ୍ରେସ ବିରୋଧରେ ବର୍ଷିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରୀ ମୁଖତାର ଆବ୍ବାସ ନକଭୀ। ଏନେଇ ସେ କହିଛନ୍ତି ସବସିଡି ରଦ୍ଦ ହେବା ସତ୍ତ୍ୱେ ହଜ ତୀର୍ଥଯାତ୍ରୀଙ୍କ ଉପରେ ଆର୍ଥିକ ବୋଝ ନ ପଡ଼ିବା ଏହି କଥାର ପ୍ରମାଣ ଯେ ଦଶନ୍ଧି ଧରି ହଜ ସବସିଡି ନାମରେ ରାଜନୈତିକ ପ୍ରତାରଣା ଚାଲିଥିଲା। କୋରୋନା ମହାମାରୀ ଆସିବା ପରେ ପ୍ରଥମ ଥର ପାଇଁ ହଜ୍ ତୀର୍ଥଯାତ୍ରା ଆରମ୍ଭ ହୋଇଛି। ଯାହା ଆସନ୍ତା ଜୁନ ୪ ତାରିଖରୁ ଆରମ୍ଭ ହେବ।
୨୦୨୨ ବର୍ଷର ହଜ୍ ଯାତ୍ରା ଲାଗି ହଜ୍ ସମନ୍ୱୟକ, ହଜ୍ ସହାୟକଙ୍କ ଲାଗି ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟନ କରିବା ଅବସରରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରୀ ମୁଖତାର ଆବ୍ବାସ ନକଭୀ କହିଛନ୍ତି ମୋଦି ସରକାର ସଚ୍ଚୋଟତାର ସହ ହଜ୍ ସବସିଡି ପ୍ରଦାନ ନାମରେ ହେଉଥିବା ରାଜନୈତିକ ଠକେଇ ସମାପ୍ତ କରିଛନ୍ତି। ୨୦୨୨ ହଜ୍ ପାଇଁ ହଜ କମିଟି ମାଧ୍ୟମରେ ହଜ୍ ତୀର୍ଥଯାତ୍ରୀ (Hajj Pilgrimage) ଦେଶର ୧୦ ପ୍ରସ୍ଥାନ ସ୍ଥଳ ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଚି, ଦିଲ୍ଲୀ, ଗୌହାଟି, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ଶ୍ରୀନଗର ଠାରୁ ହଜ୍ ଯାତ୍ରା କରିବେ।
ମୋଦୀ ସରକାରଙ୍କ ଅଧିନରେ ସମଗ୍ର ହଜ୍ ପ୍ରକ୍ରିୟାରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସଂସ୍କାର ସହିତ ଗୋଟିଏ ପଟେ ହଜ୍ ଯାତ୍ରା (Hajj Pilgrim) ପ୍ରକ୍ରିୟା ସ୍ୱଚ୍ଛ ହୋଇପାରିଛି। ଅନ୍ୟ ପଟେ ୨ ବର୍ଷ ପରେ ହଜ୍ ଯାଉଥିବା ହଜ୍ ତୀର୍ଥଯାତ୍ରୀଙ୍କ ଉପରେ ଯେପରି ଅଣ ଆର୍ଥିକ ବୋଝ ନ ପଡ଼େ ତାହାର ବ୍ୟବସ୍ଥା କରାଯାଇଛି। ସମ୍ପୂର୍ଣ୍ଣ ହଜ୍ ପ୍ରକ୍ରିୟା ଶତ ପ୍ରତିଶତ ଡିଜିଟାଲ୍ ହୋଇସାରିଛି। ଯାହା ଫଳରେ ଭାରତୀୟ ମୁସଲିମଙ୍କ (Indian Muslim) ଲାଗି ହଜ୍ ଯାତ୍ରା ସୁଗମ (Is of Doing Hajj) ହୋଇପାରିଛି। ଡିଜିଟାଲ୍ ହଜ୍ (Digital Hajj) ହେଉଛି ଡିଜିଟାଲ୍ ଇଣ୍ଡିଆ (Digital India) ଅଭିଯାନର ସର୍ବୋତ୍ତମ ଉଦାହରଣ।
ହଜ୍ ଯାତ୍ରୀଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ କଲ୍ୟାଣକୁ ପ୍ରାଥମିକତା ଦେଇ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ସହିତ ୨୦୨୨ ହଜ୍ ଯାତ୍ରା କରାଯାଉଛି। ଉଭୟ ଭାରତ-ସାଉଦି ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୨୦୨୨ ହଜ୍ ଯାତ୍ରାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଯୋଗ୍ୟତା, ବୟସ, ସ୍ୱାସ୍ଥ୍ୟ ମାନଦଣ୍ଡ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କୋରୋନା ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯାଇଛି।
ଚଳିତ ବର୍ଷ ୭୯,୨୩୭ ଭାରତୀୟ ମୁସଲିମ ହଜ୍ ଯାତ୍ରା କରିବେ। ଯେଉଁଥିରେ ୫୦% ମହିଳା ଅଛନ୍ତି। ମୋଟ ଯାତ୍ରୀଙ୍କ ମଧ୍ୟରୁ ୫୬, ୬୦୧ ହଜ୍ ଯାତ୍ରୀ, ଭାରତୀୟ ହଜ୍ କମିଟି ଏବଂ ଅନ୍ୟ ୨୨, ୬୩୬ ଯାତ୍ରୀ ହଜ୍ ସଙ୍ଗଠନ ମାଧ୍ୟମରେ ହଜ୍ ଯାତ୍ରା କରିବେ। ଏହା ବ୍ୟତୀତ ବିନା ପୁରୁଷ ସହଯୋଗୀଙ୍କ ସହାୟତାରେ ୨ ହଜାର ମୁସଲିମ ମହିଳା ହଜ୍ ଯାତ୍ରା କରିବେ। ସେମାନଙ୍କୁ ଲଟେରୀ ବ୍ୟବସ୍ଥାରକୁ ବାହାର ରଖାଯାଇଛି।
କୋରୋନା ମହାମାରୀ କାରଣରୁ ବିଗତ ୨ ବର୍ଷ ଧରି ହଜ୍ ଯାତ୍ରା ଉପେ ପ୍ରତିବନ୍ଧକ ଲଗାଇଥିଲେ ସାଉଦି ଆରବ ସରକାର। ଯାହା ଫଳରେ ଭରାତୀୟ ଯାତ୍ରୀ ହଜ୍ ଯାତ୍ରା କରି ପାରିନଥିଲେ। ହେଲେ ଏଥର ସାଉଦି ସରକାର ହଜ୍ ଯାତ୍ରା ଲାଗି ସୀମିତ ହଜ୍ ଯାତ୍ରୀଙ୍କୁ ଅନୁମତି ଦେଇଛନ୍ତି। ଯାହା ପରେ ୭୯,୨୩୭ ଭାରତୀୟ ହଜ୍ ଯାତ୍ରୀଙ୍କୁ ହଜ୍ ଯାତ୍ରା ଲାଗି ଅନୁମତି ମିଳିଛି।
Also Read: ସଂଖ୍ୟାଲଘୁ ମନ୍ତ୍ରଣାଳୟକୁ ବନ୍ଦ କରିଦିଅନ୍ତୁ ମୋଦି ସରକାର: କଂଗ୍ରେସ ସାଂସଦ ମହମ୍ମଦ ଜାୱେଦ