Odisha Election 2024: ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଠାରୁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଛି ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ। ଅନ୍ୟପଟେ ପ୍ରତ୍ୟେକ ଦଳ ପକ୍ଷରୁ ଦଳକୁ ମଜଭୁତ କରିବା ସହିତ ଦଳଛାଡି ଅନେକ କର୍ମୀ ବିଭିନ୍ନ ଦଳକୁ ଡିଆଁ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପାରାଦୀପ ବିଜେପି ବିଧାନସଭା ପ୍ରାର୍ଥୀ ସମ୍ପଦ ସ୍ବାଇଁଙ୍କ ନେତୃତ୍ୱରେ ପାରାଦୀପରେ ଶକ୍ତି ବୃଦ୍ଧି କରୁଛି ବିଜେପି । ଧୀରେ ଧୀରେ ବିଜେଡି ଓ କଂଗ୍ରେସ ଶିବିର ଛାଡି ପଦ୍ମ ଧରୁଛନ୍ତି ହଜାର ହଜାର ଅସନ୍ତୁଷ୍ଟ କର୍ମୀ। ଯାହାର ପ୍ରତ୍ୟେକ୍ଷ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନ ମଣ୍ଡଳୀ ରାହାମା ଠାରେ ଆୟୋଜିତ ବିଜେପି ର ମିଶ୍ରଣ ପର୍ବ ଉତ୍ସବରେ। 


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ ଓ ପାରାଦୀପର ଯୁବ ବିଜେପି ନେତା ସମ୍ପଦ ସ୍ୱାଇଁ ଙ୍କ ନେତୃତ୍ୱକୁ ଭରଷା କରି ବିଜେଡି ଓ କଂଗ୍ରେସ ଛାଡି ବିଜେପି ରେ ସାମିଲ ହେଉଛନ୍ତି ବିଭିନ୍ନ ଦଳର ଛାମୁଆ ନେତା ଓ କର୍ମୀ। କିଛିଦିନ ପୂର୍ବରୁ ବିଜେଡି ର ଏକ ନିର୍ଦିଷ୍ଟ ଗୋଷ୍ଠୀ ବିଧାୟକଙ୍କୁ ବିରୋଧ କରିବା ଏବଂ ପାରିବାରିକ ରାଜନୀତିକୁ ସିଧା ସଳଖ ବିରୋଧ କରି ବିଭିନ୍ନ ସ୍ଥାନରେ ସଭା ସମିତି କରି ପାରାଦୀପ ରେ ନୂଆ ମୁହଁ ଦେଖିବାକୁ ଦାବି କରିଥିଲେ। ଏପରିକି ଶଙ୍ଖ ଭାବନରେ ମଧ୍ୟ ବିଧାୟକଙ୍କୁ ବିରୋଧ କରାଯାଇଥିଲା ହେଲେ ସବୁପରେ ମଧ୍ୟ ବିଜେଡି ତରଫରୁ ବିଧାୟକ ସମ୍ବିତ ରାଉତରାୟ ଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ଟିକେଟ ମିଳିଲା। 


ହେଲେ କିଛି ଦିନ ଧରି ନିରବ ରହିଥିବା ଅସନ୍ତୁଷ୍ଟ ବିଜେଡି କର୍ମୀ ମାନେ ରାହାମା ଠାରେ ବିଜେପି ତରଫରୁ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିବା ସହିତ ଚଳିତ ନିର୍ବାଚନରେ ବିଜେପି କୁ ବହୁମତରେ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି। ରାହାମା ବିଜୁ ପଟ୍ଟନାୟକ ମାର୍କେଟ କମ୍ଲେକ୍ସ ଠାରେ ଆୟୋଜିତ ବିଜେପି ର ମିଶ୍ରଣ ପର୍ବରେ ଅନେକ ପଞ୍ଚାୟତର ମୁରବୀ ମାନେ ମିଶିଥିବା ବେଳେ ପ୍ରତ୍ୟେକ ଦିନ ଏହି ପରି ବିଜେପିର ମିଶ୍ରଣ କାର୍ଯ୍ୟ ଜାରି ରହିବ ବୋଲି ପାରାଦୀପ ବିଜେପି ପକ୍ଷରୁ କୁହାଯାଇଛି। ଏହି ମିଶ୍ରଣ ପର୍ବ ଉତ୍ସବ ରେ ରାଜ୍ୟ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି ଯୋଗ ଦେଇ ବିଜେପି ସାଂସଦ ପ୍ରାର୍ଥୀ ବିଭୂ ପ୍ରସାଦ ତରାଇ, ଓ ବିଧାନସଭା ପ୍ରାର୍ଥୀ ସମ୍ପଦ ସ୍ବାଇଁଙ୍କୁ ଜିତାଇବା ପାଇଁ କହିବା ସହିତ ଏଥର କେନ୍ଦ୍ର ରେ ବିଜେପି ସରକାର ଗଢିବ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି।