ଲକ୍ଷ୍ନୌ: ଗୋଇଠା  ମାରି ପାଚେରୀ ଭାଙ୍ଗି ଦେଇଛନ୍ତି ଉତ୍ତର ପ୍ରଦେଶ ବିଜେପି ବିଧାୟକ ଜ୍ଞାନ  ତିୱାରୀ। ଜନହିତକାର୍ଯ୍ୟ ଲାଗି ବିଭିନ୍ନ ସମୟରେ ଚର୍ଚ୍ଚାର ପରିସର ମଧ୍ୟରେ  ରହିଛନ୍ତି ସେ। ଯାହାର ଭିଡିଓ ବିଭିନ୍ନ  ସମୟରେ ଭାଇରାଲ ହୋଇଛି। ସଦ୍ୟ  ସେ  ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାଶ କରି ଚର୍ଚ୍ଚାକୁ ଆସିଛନ୍ତି।  ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିବା  ଖରାପ ନିର୍ମାଣ କୁ ନେଇ  ଅସନ୍ତୁଷ୍ଟ ହୋଇ  ଉଠିଥିବା ବିଧାୟକ ଏହି ଘଟଣାରେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ବର୍ଷିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ ସୀତାପୁର ଜିଲ୍ଲାର  ସେଉତା ଆସନର ବିଜେପି ବିଧାୟକ  ଜ୍ଞାନ ତିୱାରୀ ରାମପୁର ମଥୁରା ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପହଞ୍ଚିଥିଲେ।  ଯେଉଁଠି ୨୦  ବେଡ୍ ବିଶିଷ୍ଟ ଏକ ହଲ୍ ନିର୍ମାଣ କରାଯାଉଥିଲା। ଏହି ନିର୍ମାଣ ବିରୋଧରେ ସ୍ଥାନୀୟ ଲୋକ ବିଧାୟକଙ୍କ ପାଖରେ ଅଭିଯୋଗ କରି କହିଥିଲେ ଏହି କାର୍ଯ୍ୟରେ ଖରାପ ସାମଗ୍ରୀ ବ୍ୟବହାର କରାଯାଇଛି। 


Also Read: ପୁଣି ନିଷ୍ପତ୍ତି ପାଇଁ ଚର୍ଚ୍ଚାକୁ ଆସିଲେ ମୁଖ୍ୟମନ୍ତ୍ରୀ ଯୋଗୀ


ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପହଞ୍ଚିଥିବା ବିଧାୟକ  ମାନକ ବିହୀନ ନିର୍ମାଣ  ସାମଗ୍ରୀ ଦେଖି ତାତି  ଉଠିଥିଲେ। ପାଚେରୀ ନିର୍ମାଣ କେତେ ମଜବୁତ ହୋଇଛି ତାହାର ଯାଞ୍ଚ କରିଥିଲେ ସେ। ମାତ୍ର ନିର୍ମାଣ ଦୁର୍ବଳ ଥିବା ଜଣାପଡ଼ିଥିଲା।  ବିଧାୟକ ସେହି ପାଚେରୀକୁ  ଗୋଇଠା ମାରି କ୍ଷଣି ତାହା ଭାଙ୍ଗିଯାଇଥିଲା।    


ବିଧାୟକ ଏହି ଘଟଣାରେ ବିଭାଗୀୟ ଅଧିକାରୀଙ୍କ  ସହ କଥାବାର୍ତ୍ତା କରି ପାଚେରୀ ନିର୍ମାଣ କାର୍ଯ୍ୟ ଦାୟୀତ୍ୱରେ ଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ଏହା ସହିତ ସେହି  ଠିକାଦାରଙ୍କ ଫର୍ମ କଳା ତାଲିକାଭୂକ୍ତ କରିବାକୁ କହିଛନ୍ତି।  


Also Read: ପୁଣି ଥରେ ନୂଆ ନିଷ୍ପତ୍ତିକୁ ନେଇ ଚର୍ଚ୍ଚାକୁ ଆସିଲେ ମୁଖ୍ୟମନ୍ତ୍ରୀ ଯୋଗୀ


 


ବିଧାୟକ ଜ୍ଞାନ ତିୱାରୀ ନିର୍ମାଣ ଅଧିକାରୀଙ୍କୁ ଫୋନ କରି କହିଥିଲେ ରାମପୁର ମଥୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ହେଉଥିବା ନିର୍ମାଣ କାର୍ଯ୍ୟରେ  କମଜୋର ଇଟା ବ୍ୟବହାର କରାଯାଉଛି। ମୁଁ ନିଜେ ସେଠାରେ ଉପସ୍ଥିତ ରହିଛି ଯେଉଁଠି ନିର୍ମାଣ ପାଇଁ ଏଭଳି ଇଟା ବ୍ୟବହାର କରାଯାଉଛି। ଆପଣ ଏହାର ଯାଞ୍ଚ କରନ୍ତୁ। କମଜୋର ଇଟା ନିର୍ମାଣ  କାର୍ଯ୍ୟରେ ବ୍ୟବହାର କରାଗଲେ ଲୋକେ ବଞ୍ଚିବେ ନା ମରିବେ?   ଯୋଗୀ ସରକାର ଅମଳରେ ଏଭଳି  ଦୁର୍ନୀତିମୂଳକ କାର୍ଯ୍ୟ ହୋଇପାରିବ ନାହିଁ।  ଜନହିତ କାର୍ଯ୍ୟ ପାଇଁ ସରକାର ଉପଯୁକ୍ତ ସହାୟତା ଦେଉଛନ୍ତି। ଆଉ ସରକାରୀ କାର୍ଯ୍ୟ ମଧ୍ୟ ଠିକ ହେବା ଦରକାର।   ଆପଣଙ୍କ  ବିଭାଗ ଏହାର ଯାଞ୍ଚ କରିବା ସହ  ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।