ପୁଣି ନିଷ୍ପତ୍ତି ପାଇଁ ଚର୍ଚ୍ଚାକୁ ଆସିଲେ ମୁଖ୍ୟମନ୍ତ୍ରୀ ଯୋଗୀ
Advertisement
Article Detail0/zeeodisha/odisha1152823

ପୁଣି ନିଷ୍ପତ୍ତି ପାଇଁ ଚର୍ଚ୍ଚାକୁ ଆସିଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଏହି ନିୟମକୁ ଅବହେଳା କରୁଥିବା ଅଧିକାରୀ ତଥା କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

ପୁଣି ନିଷ୍ପତ୍ତି ପାଇଁ ଚର୍ଚ୍ଚାକୁ ଆସିଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିବା ପରେ ନିଜେ ନେଇଥିବା ବିଭିନ୍ନ ନିଷ୍ପତ୍ତିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବୁଲଡୋଜର ବାବା ଭାବେ ଜଣାଶୁଣା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସଦ୍ୟ ତାଙ୍କ ସରକାର ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭିନ୍ନ ନିଷ୍ପତ୍ତି ନେଇଛନ୍ତି।

ବୁଧବାର ରାଜ୍ୟର ସରକାରୀ କାର୍ଯ୍ୟାଳୟରେ ସିଟିଜେନ ଚାର୍ଟର କାର୍ଯ୍ୟକାରୀ କରିବାକୁ ଏବଂ କୌଣସି ଫାଇଲ କୁ ୩ ଦିନରୁ ଅଧିକ ସମୟ ବିଚାରାଧୀନ ନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ କାର୍ଯ୍ୟାଳୟରେ ପ୍ରତ୍ୟେକ ଅଧିକାରୀ ତଥା କର୍ମଚାରୀଙ୍କୁ ଠିକ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।  

ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ପ୍ରତ୍ୟେକ ସରକାରୀ ଅଧିକାରୀ ତଥା କର୍ମଚାରୀ ଠିକ୍ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବାକୁ ସୁନିଶ୍ଚିତ କରାଇବା ଆବଶ୍ୟକ। ବିଳମ୍ବତା ଆଦୌ ଗ୍ରହଣ କରାଯିବ ନାହିଁ। ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଏହାର ଯାଞ୍ଚ କରାଯାଉ। ନିୟମ ପାଳନ କରିବାରେ ଅବହେଳା କରୁଥିବା ଅଧିକାରୀ/କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।

Also Read: ପୁଣି ଥରେ ନୂଆ ନିଷ୍ପତ୍ତିକୁ ନେଇ ଚର୍ଚ୍ଚାକୁ ଆସିଲେ ମୁଖ୍ୟମନ୍ତ୍ରୀ ଯୋଗୀ

ସାଧାରଣ ଲୋକଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ସମସ୍ତ ସରକାରୀ କାର୍ଯ୍ୟାଳୟରେ ସିଟିଜେନ ଚାର୍ଟର ପ୍ରଭାବୀ ରୂପେ କାର୍ଯ୍ୟକାରୀ ହେବା ଆବଶ୍ୟକ। ୩ ଦିନରୁ ଅଧିକ ସମୟ ପାଇଁ କୌଣସି କାର୍ଯ୍ଯାଳୟରେ କୌଣସି ଫାଇଲ୍ ବିଚାରାଧୀନ ରହିବା ଉଚିତ୍ ନୁହେଁ। ବିଳମ୍ବ ହେଲେ ସମ୍ପୃକ୍ତ କାର୍ଯ୍ଯାଳୟକୁ ଏହାର ଜବାବ ଦେବାକୁ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ରାଜ୍ୟରେ କାର୍ଯ୍ୟ କରୁଥିବା ବିନା ମାନ୍ୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ଚିହ୍ନିତ କରି ସେମାନଙ୍କ ପରିଚାଳକଙ୍କ ବିରୋଧରେ ମାମଲା ରୁଜୁ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।

ସରକାରୀ ସ୍ତରରେ ହେଉଥିବା ଗହମ କ୍ରୟରେ ଉନ୍ନତି ଆଣିବା ପାଇଁ କ୍ରୟ କେନ୍ଦ୍ରକୁ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ଚାଷୀଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟର ଲାଭ ମିଳିବା ଉଚିତ୍। ଯେ କୌଣସି ପରିସ୍ଥିତିରେ ଚାଷୀଙ୍କୁ ତାଙ୍କ ଗହମର ଦେୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କରାଯିବା ଉଚିତ। 

କେତେକ ସୀମାବର୍ତ୍ତୀ ରାଜ୍ୟରେ କୋଭିଡ୧୯ ନୂତନ ମାମଲା ବୃଦ୍ଧି ସମ୍ପର୍କରେ ଯୋଗୀ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ସୀମାନ୍ତ ଜିଲ୍ଲାରେ ବିଶେଷ ସତର୍କତା ଅବଲମ୍ବନ କରାଯିବା ଉଚିତ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟବାସୀଙ୍କୁ କୋରୋନା ଟିକାକରଣ ଅଭିଯାନ ସଫଳତାର ସହ ଚାଲିଛି। ରାଜ୍ୟରେ ୩୦ କୋଟି ୫୬ ଲକ୍ଷରୁ ଅଧିକ ଟିକାକରଣ ହୋଇସାରିଛି। 

Also Read: ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧନ୍ୟବାଦ ଜଣାଇଲେ ବିଟ୍ରିଶ ସରକାର; ପତ୍ର ଲେଖି କହିଲେ ଏକଥା

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଭିନ୍ନ ଜିଲ୍ଲାର ସରକାରୀ ଭ୍ରମଣ ସମୟରେ ହୋଟେଲ ବଦଳରେ ରାଜ୍ୟ ଗେଷ୍ଟ ହାଉସ ଠାରେ ରହିବାକୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସମ୍ପର୍କୀୟଙ୍କୁ ସେମାନଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ନ କରିବାକୁ ସେ ମନ୍ତ୍ରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ତଥା ସମସ୍ତ ସରକାରୀ କର୍ମଚାରୀ ଏବଂ କର୍ମଚାରୀଙ୍କୁ ଜିଲ୍ଲା ଗସ୍ତ ସମୟରେ ହୋଟେଲ ବଦଳରେ ରାଜ୍ୟ ଗେଷ୍ଟ ହାଉସରେ ରହିବାକୁ କହିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ସରକାରୀ ଅର୍ଥର ଅପଚୟ ବ୍ୟୟକୁ ରୋକିବା। ମୁଖ୍ୟମନ୍ତ୍ରୀ ଯୋଗୀ ସେମାନଙ୍କ ସମ୍ପର୍କୀୟଙ୍କୁ ସେମାନଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ନ କରିବାକୁ ମନ୍ତ୍ରୀଙ୍କୁ କହିଛନ୍ତି।

ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଅଧ ଘଣ୍ଟା ମଧ୍ୟାନ୍ନ ଭୋଜନ ବିରତି ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର। ନିକଟରେ ନିଜ ବାସଭବନ ଠାରେ ଅନୁଷ୍ଠିତ ହୋଇଥିବା ବୈଠକକୁ ସମ୍ବୋଧିତ କରିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ତାଙ୍କୁ ରାଜ୍ୟର ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଲମ୍ବା ମଧ୍ୟାନ୍ନ ଭୋଜନ ବିରତିକୁ ନେଇ ଅନେକ ଅଭିଯୋଗ ମିଳିଛି। ଏଣିକି ମଧ୍ୟାନ୍ନ ଭୋଜନ ବିରତି ଯେପରି ଅଧଘଣ୍ଟାରୁ ଅଧିକ ନ ହୁଏ ତାହା ସୁନିଶ୍ଚିତ କରିବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟାନ୍ନ ୧ଟା ୩୦ ମିନିଟରେ ମଧ୍ୟାହ୍ନ ଭୋଜନ ବିରତି ନେବା ସହ ଅପରାହ୍ନ ସାଢେ ୩ଟାରୁ ୪ଟା ବେଳେ କାମକୁ ଫେରିବା ଏକ ସାଧାରଣ କଥା ହୋଇଛି। ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ଯାଉଥିବା ବରିଷ୍ଠ ଅଧିକାରୀ ମଧ୍ୟ ୩ ଘଣ୍ଟା ପର୍ଯ୍ୟନ୍ତ ବିରତି ନେଇଥାନ୍ତି।

Also Read: ପ୍ରଚଣ୍ଡ ବହୁମତ ପରେ ଲୋକଙ୍କୁ Return Gift ଦେବେ ଯୋଗୀ ସରକାର

ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଏବଂ କର୍ମଚାରୀଙ୍କ ବିଳମ୍ବରେ ପହଞ୍ଚିବା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି। ରାଜ୍ୟ ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରି କହିଛନ୍ତି ଯେ ସରକାରୀ କାର୍ଯ୍ୟାଳୟରେ ପ୍ରତ୍ୟେକ ଅଧିକାରୀ ଏବଂ କର୍ମଚାରୀଙ୍କ ଠିକ ସମୟରେ ଉପସ୍ଥାନ ନିଶ୍ଚିତ ହେବା ଉଚିତ। ବିଳମ୍ବତା ଆଦୌ ଗ୍ରହଣ କରାଯିବ ନାହିଁ। ବରିଷ୍ଠ ଅଧିକାରୀ ଏହାର ଯାଞ୍ଚ କରନ୍ତୁ। ଏହି ନିୟମକୁ ଅବହେଳା କରୁଥିବା ଅଧିକାରୀ ତଥା କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।