JP Nadda will visit Odisha in the last of month, ଭୁବନେଶ୍ୱର: ବିଜେପି ମିଶନ ୨୦୨୪ କିଭଳି ସଫଳ କରି ହେବ? ସେ ନେଇ ଭୁବନେଶ୍ୱରରେ ମଙ୍ଗଳବାର ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଅଙ୍କ କସିଛନ୍ତି। ଦ୍ଵିତୀୟ ଦିନରେ ମାରଥନ ବୈଠକ କରି ପଦାଧିକାରୀ ଓ କୋର କମିଟିଙ୍କ ସହ ଆଲୋଚନା କରିଛନ୍ତି। ପ୍ରଥମେ କୋର କମିଟି ବୈଠକ ବସିଥିଲା। ରାଜ୍ୟ ସଭାପତି, ସଂଗଠନ ସଂପାଦକ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ପୁର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ପ୍ରମୁଖ ଉପସ୍ଥିତି ଥିଲେ। ପରେ ରାଜ୍ୟ ପଦାଧିକରୀ ବୈଠକରେ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ଦଳର ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଉପସ୍ଥିତ ଥଲେ। 


COMMERCIAL BREAK
SCROLL TO CONTINUE READING

ରାଜ୍ୟ ସରକାରଙ୍କ ବିଫଳତାକୁ କିଭଳି ଲୋକଙ୍କ ଅବଗତ କରାଯିବ। ମୋଦି ସରକାରଙ୍କ ସଫଳତା ଲୋକଙ୍କ ପାଖରେ କିଭଳି ପହଞ୍ଚିବ। ସେ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ରାଜ୍ୟ ସରକାରଙ୍କ ବିରୋଧରେ କେଉଁ ପ୍ରସଙ୍ଗକୁ ଅସ୍ତ୍ର କରି ଦଳ ଆଗାମୀ ଦିନରେ ଆନ୍ଦୋଳନ ଓହ୍ଲାଇବ। ସେ ନେଇ ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲଙ୍କ ନେତୃତ୍ୱାରେ ଆୟୋଜିତ ପଦାଧିକାରୀ ଓ କୋର କମିଟି ବୈଠକରେ ତିନି ମାସିଆ ଖସଡ଼ା ପ୍ରସ୍ତୁତ ହୋଇଛି। 


Also Read: Sunil Bansal: ଓଡ଼ିଶା ଗସ୍ତରେ ବିଜେପି ସେନାପତି, ଏଥର ଟଳମଳ ହେବ ନବୀନଙ୍କ ଗାଦି!


ଅନ୍ୟପଟେ ଆସନ୍ତା ସେପ୍ଟେମ୍ବର ୨୯ ଏବଂ ୩୦ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ। ସେପ୍ଟେମ୍ବର ୧୩, ୧୪ ଏବଂ ୧୫ ତାରିଖରେ ପୁରୀରେ ରାଜ୍ୟ ବିଜେପିର ପ୍ରଶିକ୍ଷଣ ଶିବିର ହେବ। ରାଜ୍ୟର ୩୭ ହଜାର ବୁଥରେ ବିଜେପି ଆନ୍ଦୋଳନ କରିବ। ବିଜେପିର କୋର କମିଟି ଏବଂ ରାଜ୍ୟ ବୈଠକରେ ତିନି ମାସିଆ ଖସଡ଼ା ପ୍ରସ୍ତୁତ ହୋଇଛି। ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଏହି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି।


ବିଜେପି ବୁଥ୍ ସଶକ୍ତିକରଣ ଅଭିଯାନ ଆରମ୍ଭ କରିବ। ଯେଉଁ ସବୁ ବୁଥରେ ବିଜେପିକୁ କମ ଭୋଟ ମିଳିଛି ସେଗୁଡିକୁ ଶକ୍ତିଶାଳୀ କରାଯିବ। ଦଳ ଜିତିଥିବା ଲୋକସଭା କ୍ଷେତ୍ରରେ ସର୍ବନିମ୍ନ ୧୦୦ଟି ବୁଥ୍ ଏବଂ ବିଧାନସଭା କ୍ଷେତ୍ରରେ ୨୫ଟି ବୁଥ ଧାର୍ଯ୍ୟ କରାଯାଇଛି। ସେହିପରି ପରାଜୟ ହୋଇଥିବା ଲୋକସଭା କ୍ଷେତ୍ର ଗୁଡ଼ିକରେ ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ମନ୍ତ୍ରୀମାନେ ଆସି ଅନୁଧ୍ୟାନ କରୁଛନ୍ତି। ତେଣୁ ଜିତିଥିବା ଏବଂ ହାରିଥିବା ଉଭୟ ନିର୍ବାଚନମଣ୍ଡଳୀ ଗୁଡିକୁ ବୁଥ୍ ସ୍ତରରୁ କେମିତି ସଶକ୍ତ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଛି।


Also Read: Gandhi Family: ଅବହେଳିତ ଗାନ୍ଧୀ ପରିବାର, କାହିଁକି ପୁରସ୍କାର ପାଉଛନ୍ତି ନବୀନ ସରକାର?


ଏହାଛଡ଼ା ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଓ ଗାନ୍ଧୀ ଜୟନ୍ତୀ ଆଦି କାର୍ଯ୍ୟକ୍ରମ ଗୁଡିକୁ କେମିତି ପାଳନ କରାଯିବ ସେ ସବୁ ପ୍ରସଙ୍ଗ ମଧ୍ୟ ସୁନୀଲ ବଂଶଲଙ୍କ ବୈଠକରେ ଆଲୋଚନା ହୋଇଛି। ଏହା ସହ ବିଭିନ୍ନ ନିର୍ବାଚନରେ କେମିତି ବିଜେପି ବିଜୟ ଲାଭ କରିବ ସେ ପ୍ରସଙ୍ଗରେ ମଧ୍ୟ ପ୍ରଭାରୀ ସୁନୀଲ ବଂଶଲ ମାର୍ଗଦର୍ଶନ ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସୂଚନା ଦେଇଛନ୍ତି।