Sunil Bansal: ଓଡ଼ିଶା ଗସ୍ତରେ ବିଜେପି ସେନାପତି, ଏଥର ଟଳମଳ ହେବ ନବୀନଙ୍କ ଗାଦି!
Advertisement

Sunil Bansal: ଓଡ଼ିଶା ଗସ୍ତରେ ବିଜେପି ସେନାପତି, ଏଥର ଟଳମଳ ହେବ ନବୀନଙ୍କ ଗାଦି!

Sunil Bansal visit Odisha: ବର୍ତ୍ତମାନ ରାଜ୍ୟ ବିଜେପିରେ ଅନ୍ତଃକଳହର ଧୂଆଁ କୁହୁଳୁଛି। ଜାତୀୟ ସ୍ତରରେ ସବୁଠିକ୍ ଚାଲିଥିବା ବେଳେ ରାଜ୍ୟରେ ନେତୃତ୍ୱକୁ ନେଇ ବରିଷ୍ଠ ନେତାଙ୍କ ମଧ୍ୟରେ ମନମାଳିନ୍ୟ ଦେଖିବାକୁ ମିଳୁଛି। ଅନ୍ୟପଟେ ଯେଉଁ ଉଦ୍ଦେଶ୍ୟ ନେଇ ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି କରିଛି ତାହାକୁ ନବୀନ ପଟ୍ଟନାୟ ହାଇଜ୍ୟାକ କରିନେଇଛନ୍ତି। 

Sunil Bansal: ଓଡ଼ିଶା ଗସ୍ତରେ ବିଜେପି ସେନାପତି, ଏଥର ଟଳମଳ ହେବ ନବୀନଙ୍କ ଗାଦି!

ଭୁବନେଶ୍ୱର: ସୋମବାରଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ। ଓଡିଶା ଦାୟିତ୍ୱ ନେବା ପରେ ସେ ପ୍ରଥମଥର ପାଇଁ ଓଡିଶା ଆସୁଛନ୍ତି। ଦିନ ଗୋଟାଏରେ ସେ ଭୁବନେଶ୍ୱରରେ ପହଞ୍ଚବେ। ତାଙ୍କୁ ସ୍ବାଗତ କରିବାକୁ ରାଜ୍ୟ ବିଜେପିର ଜୋରଦାର ପ୍ରସ୍ତୁତି ଚଳାଇଛି। ବଂଶଲଙ୍କ ଏହି ଗସ୍ତ ବେଳେ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇପାରେ। ସେପଟେ କଂଗ୍ରେସ ଦିଲ୍ଲୀରେ ଦାରଦାମ ବୃଦ୍ଧି ବିରୋଧରେ ହଲ୍ଲାବୋଲ ସହ ଓଡ଼ିଶାରେ ନିର୍ବାଚନକୁ ନେଇ ବଡ଼ ଯୋଜନା କରିଛି। ଅନ୍ୟପକ୍ଷରେ ବିଜେଡି ପାରମ୍ପାରିକ ଭାବେ ନବୀନଙ୍କ ଲୋକପ୍ରିୟତାକୁ ଅସ୍ତ୍ର କରି ଦଳକୁ ଆଗେଇବ।

ଏବେ ଠାରୁ ୨୪ ସମର ଆରମ୍ଭ ହୋଇଯାଇଛି। ତିନି ପ୍ରମୁଖ ଦଳ ନିଜ ସପକ୍ଷରେ ଲଢେଇ ଆରମ୍ଭ କରିଛନ୍ତି। ସୋମବାରଠୁ ବିଜେପି (BJP) ର ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଓଡିଶା ଦାୟିତ୍ୱ ନେବା ପରେ ସୁନୀଲ ବଂଶଲଙ୍କ ଏହା ପ୍ରଥମ କାର୍ଯ୍ୟକ୍ରମ ହେବ। ପ୍ରଭାରୀଙ୍କ ପ୍ରଥମ ଗସ୍ତକୁ ସ୍ମରଣୀୟ କରିବା ସହ ପରିବେଶ ତିଆରି ପାଇଁ ଦଳ ଲାଗିପଡିଛି। ସୋମବାର ଭୁବନେଶ୍ୱରରେ ଦଳର ସଭାପତି, ବରିଷ୍ଠ ନେତା ଓ ପଦାଧିକାରୀଙ୍କ ସହ ଆଲୋଚନା କରିବେ। ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ପୃଥକ ପୃଥକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। 

Also Read: ଅଲ୍ଟିମେଟ୍ ଖୋ ଖୋ ଲିଗ୍ ଫାଇନାଲରେ ଓଡ଼ିଶା, ଖେଳାଳିଙ୍କ ମନୋବଳ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

କୁହାଯାଇଛି ଯେ, ସୁନୀଲ ବଂଶଲ (Sunil Bansal) ତାଙ୍କର ଓଡିଶା ଗସ୍ତ ବେଳେ ଉତ୍ତର ପ୍ରଦେଶ ରଣନୀତି ଆପଣାଇବେ। ରାଜ୍ୟ ସମସ୍ତ ବିଜେପି ନେତାଙ୍କୁ ବିଶେଷ ଭାବେ ଦଳର ସ୍ଥିତି, ସାଂଗଠନିକ ଭୂମିକା ଓ ୨୦୨୪ ନିର୍ବାଚନ ପ୍ରସଙ୍ଗରେ ସେ ସାଂଗଠନିକ ମୁଖିଆମାନଙ୍କୁ ମନ୍ତ୍ରଣା ଦେବେ। ଦ୍ୱିତୀୟ ଦିନରେ  ବଂଶଲ ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ପୃଥକ ପୃଥକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଯାହା ଦ୍ୱାରା ଦଳ ଭିତରେ ଥିବା ଦୋଷ, ଦୁର୍ବଳତା ବୁଝିବାକୁ ତାଙ୍କୁ ସୁବିଧା ହେବ। ଏହା ବ୍ୟତୀତ ତୃଣମୂଳ ସ୍ତରରେ ଦଳର ସ୍ଥିତି ଜାଣିବା ପାଇଁ ଜିଲ୍ଲା ସ୍ତରୀୟ ନେତାଙ୍କୁ ମଧ୍ୟ ରାଜ୍ୟ ବିଜେପି ପ୍ରଭାରୀ ଭେଟିବେ।

ବର୍ତ୍ତମାନ ରାଜ୍ୟ ବିଜେପିରେ ଅନ୍ତଃକଳହର ଧୂଆଁ କୁହୁଳୁଛି। ଜାତୀୟ ସ୍ତରରେ ସବୁଠିକ୍ ଚାଲିଥିବା ବେଳେ ରାଜ୍ୟରେ ନେତୃତ୍ୱକୁ ନେଇ ବରିଷ୍ଠ ନେତାଙ୍କ ମଧ୍ୟରେ ମନମାଳିନ୍ୟ ଦେଖିବାକୁ ମିଳୁଛି। ଅନ୍ୟପଟେ ଯେଉଁ ଉଦ୍ଦେଶ୍ୟ ନେଇ ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି କରିଛି ତାହାକୁ ନବୀନ ପଟ୍ଟନାୟ ହାଇଜ୍ୟାକ କରିନେଇଛନ୍ତି। ଗତ ୨୦ ବର୍ଷ ହେଲା ରାଜ୍ୟରେ ବିଜେଡି ଅପ୍ରତିଦ୍ୱନ୍ଦୀ ରହି ଆସିଛି। ଏଭଳି ସ୍ଥିତିରେ ସୁନୀଲ ବଂଶଲଙ୍କ ରଣନୀତି ନବୀନଙ୍କ ଗାଦିକୁ ହଲାଇବାରେ କେତେ ଦୂର ସକ୍ଷମ ହେବ? ବଂଶଲ ପ୍ରଭାରୀ ଥିବା ବେଳେ ବିଜେପି, ଉତ୍ତର ପ୍ରଦେଶ ନିର୍ବାଚନକୁ ଜିତି ଥିଲା। ଯାହାକୁ ଦେଖି ବିଜେପି ତାଙ୍କୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ପ୍ରଭାରୀ ଦାୟିତ୍ୱ ଦେଇଛି। ଏହି ୩ ରାଜ୍ୟରେ ବିଜେପି ସ୍ଥିତି ଅତ୍ୟନ୍ତ ଦୂର୍ବଳ ରହିଛି। 

Also Read: ରାମଲୀଳା ମୈଦାନରୁ ପିଏମ ମୋଦିଙ୍କ ଉପରେ ସିଧାସଳଖ ଟାର୍ଗେଟ କଲେ ରାହୁଲ, ୨୦୨୪ ପାଇଁ ଦେଲେ ସଂକେତ!

ସେପଟେ କଂଗ୍ରେସ (Congress) ଦରଦାମ ବୃଦ୍ଧିକୁ ଅସ୍ତ୍ର କରି ସୋମବାର ଦିଲ୍ଲୀରେ ହଲ୍ଲାବୋଲ କାର୍ଯ୍ୟକ୍ରମ କରିଛି। ଦିଲ୍ଲୀରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସର ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଛନ୍ତି। ରାଜ୍ୟକୁ ଫେରିବା ପରେ କଂଗ୍ରେସ ଏକ ବଡ଼ ପଦଯାତ୍ରା କରି ରାଜ୍ୟବ୍ୟାପୀ ବାତାବରଣ ତିଆରି କରିବାକୁ ଦଳ ପ୍ରସ୍ତୁତି କରିଛି। ସେପଟେ ନବୀନ ବ୍ରାଣ୍ଡ ଓ ସରକାରଙ୍କ ବିକାଶକୁ ମୁଖ୍ୟ ଅସ୍ତ୍ର କରି ବିଜେଡି (BJD) ଆଗାମୀ ନିର୍ବାଚନରେ ପୁଣି ସଫଳ ହେବାକୁ ଯୋଜନା କରିଛି। ଅନ୍ୟପଟେ ଆମ୍ ଆଦମୀ ପାର୍ଟି ମଧ୍ୟ ଓଡିଶା ରାଜନୀତିରେ ସକ୍ରୀୟ ହୋଇଛି। ଏଭଳି ପରିସ୍ଥିତିରେ ଆସନ୍ତ ନିର୍ବାଚନରେ ଏକ ଦମଦାର ଲଢେଇ ହେବ, କିନ୍ତୁ କିଏ ସରକାର ଗଢିବ ଓ କିଏ ବିରୋଧି ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।