ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ଏହି ନେତାଙ୍କୁ ବିଧାନ ପରିଷଦ ପଠାଇଲା BJP
ମୋଟ ୧୦୦ ସଦସ୍ୟ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନ ପରିଷଦରେ ୫ଟି ଆସନ ଖାଲି ରହିଛି।
ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ନେତା ତଥା ମେଣ୍ଟ ସହଯୋଗୀଙ୍କୁ ମିଶାଇ ମୋଟ ୪ ଜଣ ନେତାଙ୍କୁ ରାଜ୍ୟ ବିଧାନ ପରିଷଦ ସଦସ୍ୟ ଭାବେ ମନୋନୀତ କରିବାକୁ ପ୍ରସ୍ତାବ ପଠାଇଛି ଉତ୍ତର ପ୍ରଦେଶରେ କ୍ଷମତାୀସନ ଶାସକ ବିଜେପି।
ରାଜ୍ୟ ବିଧାନ ପରିଷଦ ସଦସ୍ୟ ଭାବେ ମନୋନୀତ କରିବାକୁ ପଠଯାଇଥିବା ପ୍ରସ୍ତାବରେ ଯେଉଁ ନେତାଙ୍କ ରହିଛି ସେମାନେ ହେଉଛନ୍ତି ଜିତିନ୍ ପ୍ରସାଦ (Jitin Prasada), ଡ.ସଞ୍ଜୟ ନିଷାାଦ (Dr Sanjay Nishad), ବୀରେନ୍ଦ୍ର ସିଂହ ଗୁର୍ଜର (Virender Singh Gurjar), ଗୋପାଳ ଅଞ୍ଜନ ଭୁର୍ଜୀ (Gopal Anjan Bhurji)।
ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ସେପ୍ଟମ୍ବର ୨୬ ତାରିଖରେ ଶେଷ ଥର ପାଇଁ କ୍ୟାବିନେଟ ବିସ୍ତାର କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath)। ଯେଉଁଥିରେ ଜିତିନ୍ ପ୍ରସାଦଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନେତୃତ୍ୱାଧିନ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନ ମିଳିଛି।
ମୋଟ ୧୦୦ ସଦସ୍ୟ ବିଶିଷ୍ଟ ଉତ୍ତର ପ୍ରଦେଶ (Uttar Pradesh) ବିଧାନ ପରିଷଦରେ (Legislative Council) ସଂଖ୍ୟାବଳ ଦୃଷ୍ଟିରୁ ସର୍ବାଗ୍ରେ ରହିଛି ରାଜ ବିଧାନସଭାରେ ମୁଖ୍ୟ ବିରୋଧି ଦଳ ଆସନରେ ବସୁଥିବା ସମାଜବାଦ ପାର୍ଟି (Samajwadi Party)। ଏହି ଦଳର ୪୮, ବହୁଜନ ସମାଜ ପାର୍ଟିର (Bahujan Samaj Party) ୬, ଶାସକ ବିଜେପିର (BJP) ୩୩, ସ୍ୱାଧିନ ୪, କଂଗ୍ରେସ (Congress) ୧, ଅପନା ଦଳର (Apna Dal) ଜଣେ ରହିଛନ୍ତି। ସେହିପରି ୫ଟି ଆସନ ଖାଲି ରହିଛି।
Also Read: UP Poll 2022 ପୂର୍ବରୁ BJP ର Social Engineering; କ୍ୟାବିନେଟରେ ସାମିଲ ହେଲେ ୭ ନୂଆ ଚେହେରା
ବିଗତ ୨୦୧୯ ଲୋକସଭା ନିର୍ବାଚନରେ (Lok Sabha Election 2019) ଶାସକ ବିଜେପିର ମେଣ୍ଟ ସହଯୋଗୀ ରହିଥିବା ନିଷାଦ ପାର୍ଟି (Nishad Party) ଅଧ୍ୟକ୍ଷ ଡ.ସଞ୍ଜୟ ନିଷାଦ ରାଜ୍ୟରେ ହେବାକୁ ଯାଉଥିବା ଆଗାମୀ ବିଧାନସଭା ନିର୍ବାଚନ (Uttar Pradesh Assembly Elelction 2022) ପାଇଁ ନିଜକୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରଦର୍ଶିତ କରିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ତାଙ୍କ ଦଳ ରାଜ୍ୟରେ ବସବାସ କରୁଥିବା ନିଷାଦ ସମ୍ପ୍ରଦାୟର (Nishad Community) ଏକମାତ୍ର ପ୍ରତିନିଧି। ଉତ୍ତର ପ୍ରଦେଶର ମୋଟ ୪୦୩ ବିଧାନସଭା ଆସନରୁ ୧୬୦ ଆସରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି ନିଷାଦ ମତଦାତା।
ଗତ ୨୦୧୭ ବିଧାନସଭା ନିର୍ବାଚନରେ ଏହି ଦଳ ଡକ୍ଟର ଆୟୂବ ଅଂସାରୀଙ୍କ (Dr Ayub Ansari) ନେତୃତ୍ୱାଧିନ ପିସ୍ ପାର୍ଟି (Peace Party) ସହ ମେଣ୍ଟ କରି ୭୨ ଆସନରେ ନିର୍ବାଚନ ଲଢିଥିଲା। ମାତ୍ର ଦଳ କେବଳ ରାଜ୍ୟର ଭଦୋହୀ ଜିଲ୍ଲାରେ ଅବସ୍ଥିତ ଜ୍ଞାନପୁର ଆସନରେ ବାଜିମାତ କରିବାକୁ ସକ୍ଷମ ହୋଇଥିଲା।