UP Poll 2022 ପୂର୍ବରୁ BJP ର Social Engineering; କ୍ୟାବିନେଟରେ ସାମିଲ ହେଲେ ୭ ନୂଆ ଚେହେରା
Advertisement
Article Detail0/zeeodisha/odisha994532

UP Poll 2022 ପୂର୍ବରୁ BJP ର Social Engineering; କ୍ୟାବିନେଟରେ ସାମିଲ ହେଲେ ୭ ନୂଆ ଚେହେରା

ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ବିଭିନ୍ନ ବର୍ଗର ଲୋକଙ୍କ ଜନସମର୍ଥନ ହାତେଇବ ଲାଗି Social Engineering ଭଳି Formula ଆପଣାଇଛି ବିଜେପି।

UP Poll 2022 ପୂର୍ବରୁ BJP ର Social Engineering; କ୍ୟାବିନେଟରେ ସାମିଲ ହେଲେ ୭ ନୂଆ ଚେହେରା

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟ ବିସ୍ତାର କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କ୍ୟାବିନେଟ ବିସ୍ତାର କରି ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ବିଭିନ୍ନ ବର୍ଗର ଲୋକଙ୍କ ଜନସମର୍ଥନ ହାତେଇବ ଲାଗି Social Engineering ଭଳି Formula ଆପଣାଇଛି ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି।

ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ଲାଗି ଜନସମର୍ଥନ ଜୁଟାଇବା ଲାଗି Social Engineering Formula କାର୍ଯ୍ୟକାରୀ କରିଛି ରାଜ୍ୟରେ ସରକାର ଗଠନ କରିଥିବା ଶାସକ ବିଜେପି (BJP)। ଏହି ନିର୍ବାଚନ ପୂର୍ବରୁ ସଦ୍ୟ ହୋଇଥିବା କ୍ୟାବିନେଟ ବିସ୍ତାରରେ ବ୍ରାହ୍ମଣ (Brahmin), ପଛୁଆ ବର୍ଗ (Backward Class), ଅନୁସୂଚିତ ଜାତି (Scheduled Caste) ସମ୍ପ୍ରଦାୟର ନେତାଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି।     

କଂଗ୍ରେସ ଛାଡି ବିଜେପି ହାତ ଧରିଥିବା ଜିତିନ ପ୍ରସାଦ (Jitin Prasad) ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବାହ୍ମଣ ସମ୍ପ୍ରଦାୟର  ଚେହେରା ଭାବେ ତାଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯାଇଛି। ସେହିପରି ରାଜ୍ୟର ବେହେଡି ବିଧାନସବଭା ଆସନର ବିଧାୟକ କ୍ଷେତ୍ରପାଳ ଗଙ୍ଗୱାରଙ୍କୁ ମଧ୍ୟ କ୍ୟାବିନେଟରେ ସ୍ଥାନ ମିଳିଛି। ଗତ ଜୁଲାଇରେ ହୋଇଥିବା କେନ୍ଦ୍ର କ୍ୟାବିନେଟ ଅଦଳବଦଳ ପରେ କେନ୍ଦ୍ରମନ୍ତ୍ରୀ ଥିବା ସନ୍ତୋଷ ଗଙ୍ଗୱାରଙ୍କୁ ମନ୍ତ୍ରୀ ପଦରୁ ହଟାଯାଇଥିଲା। ପଶ୍ଚିମ ଉତ୍ତର ପ୍ରଦେଶରେ ବହୁ ସଂଖ୍ୟାରେ ବାସ କରୁଥିବା ଗଙ୍ଗୱାର ସମ୍ପ୍ରଦାୟର ଜନସମର୍ଥନ ହାତେଇବା ଲାଗି କ୍ଷେତ୍ରପାଳଙ୍କୁ ଉତ୍ତର ପ୍ରଦେଶ  କ୍ୟାବିନେଟରେ ସ୍ଥାନ ଦିଆଯାଇଛି।

Also Read: Cabinet ବିସ୍ତାର କଲେ Punjab CM Channi; ଜାଣନ୍ତୁ କିଏ ହେଲେ In କିଏ ହେଲେ Out

ସେହିପରି ଗତ ୨୦୧୭ ବିଧାନସଭା ନିର୍ବାଚନରେ ରାଜ୍ୟର ବଳରମପୁର ସଦର ଆସନରୁ (Balrampur Sadar Assembly Constituency) ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପଲଟୁ ରାମ (Palturam) ଏବଂ ଗାଜିପୁର ବିଧାନସଭା ଆସନର (Ghazipur Sadar Assembly Constituency) ବିଧାୟିକା ସଙ୍ଗୀତା ବଲୱନ୍ତ ବିନ୍ଦ (Sangeeta Balwant Bind) ରାଷ୍ଚ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। 

ଅନ୍ୟପଟେ ରାଜ୍ୟର ସୋନଭଦ୍ରା (Sonbhadra) ଜିଲ୍ଲାର ଓବରା ଆସନର (Obra Assembly Constituency) ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ଗୌଡ (Sanjay Gaud) ଏବଂ ମେରଠ (Meerut) ଜିଲ୍ଲାର ହସ୍ତିନାପୁର ଆସନର (Hastinapur Assembly Constutuency) ବିଧାୟକ ଦୀନେଶ ଖଟିକ (Dinesh Khatik) ମଧ୍ୟ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି ଦଳର ଏମଏଲସି (BJP MLC) ଧର୍ମବୀର ପ୍ରଜାପତିଙ୍କୁ (Dharmaveer Prajapati) ମଧ୍ୟ ଏହି କ୍ୟାବିନେଟରେ ସ୍ଥାନ ମିଳିଛି।