BJP National Executive Meeting: ମହାରାଷ୍ଟ୍ରରେ କ୍ଷମତା ହାସଲ କରିବା ପରେ ବିଜେପି ଉତ୍ତର-ପଶ୍ଚିମ ଭାରତରେ ଏହାର ଦଳୀୟ ସ୍ଥିତିକୁ ମଜବୁତ କରିଛି। ଦଳ ବର୍ତ୍ତମାନ ଦେଶର ଦାକ୍ଷିଣାତ୍ୟ ରାଜ୍ୟ ବିଶେଷ କରି ତେଲେଙ୍ଗାନା ଉପରେ ନଜର ରଖିଛି ଯେଉଁଠାରେ ଶନିବାର ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି।   


COMMERCIAL BREAK
SCROLL TO CONTINUE READING

ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହେଉଛି ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ। ଯାହା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ବାହାରେ ଅନୁଷ୍ଠିତ ହେଉଛି। ଗତ ୨୦୧୪ ବର୍ଷରେ କେନ୍ଦ୍ରରେ ସରକାର ଗଠନ କରିବା ପର ଠାରୁ ଏହା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ଯାହା ଏକ ଦାକ୍ଷିଣାତ୍ୟ ରାଜ୍ୟରେ ଅନୁଷ୍ଠିତ ହେଉଛି। ଜାତୀୟ କାର୍ଯ୍ୟନିର୍ବାହୀ ହେଉଛି ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକକାରୀ ସଂସ୍ଥା। 


ପ୍ରାୟ ୧୮ ବର୍ଷର ବ୍ୟବଧାନ ପରେ ହାଇଦ୍ରାବାଦ ଠାରେ ବିଜେପି ଏହାର ଜାତୀୟ କାର୍ଯ୍ୟକାରିଣୀ  ଆୟୋଜନ କରୁଛି। ଦକ୍ଷିଣ ଭାରତରେ ଦଳୀୟ ସଙ୍ଗଠନକୁ ସମ୍ପ୍ରସାରଣ କରିବା ପାଇଁ ବିଜେପି ପକ୍ଷରୁ କରାଯାଉଥିବା ପ୍ରୟାସର ଏକ ଅଂଶ ଭାବରେ ଜୁଲାଇ ୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦ ଠାରେ ଏକ ବିଶାଳ ସମାବେଶ କରିବେ। ଏହି ସମାବେଶ ସ୍ଥାନୀୟ ସଂସ୍କୃତି ଏବଂ ପରମ୍ପରାର ବିଷୟବସ୍ତୁ ଉପରେ ଆଧାରିତ ହେବ। 


ହାଇଦ୍ରାବାଦ ଠାରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେଉଁ ସମୟରେ ଦଳ ତେଲେଙ୍ଗାନା ରାଜନୀତିରେ ଏହାର ପ୍ରଭାବ ବିସ୍ତାର କରିବାକୁ ପ୍ରୟାସ କରୁଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି  ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ଜାତୀୟ ସ୍ତରରେ ବିରୋଧି ଦଳର ଏକ ମେଣ୍ଟ ଗଠନ କରିବାକୁ ଚେଷ୍ଟା କରୁଛନ୍ତି।


ଏହି ବୈଠକ ଆୟୋଜନ କରିବା ପାଇଁ ତେଲେଙ୍ଗାନାର ସମସ୍ତ ୧୧୯ ବିଧାନସଭା ଆସନର ଦଳୀୟ କର୍ମକର୍ତ୍ତାଙ୍କ ସହ କଥାବାର୍ତ୍ତା କରିଥିଲେ ବିଜେପି ପଦାଧିକାରୀ। ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ତେଲେଙ୍ଗାନାରେ ଚାରୋଟି ଆସନ ପାଇଥିଲା। ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଜୁଲାଇ ୨-୩ ତାରିଖରେ ଅନୁଷ୍ଠିତ ହେବ। ଶନିବାର ଅପରାହ୍ନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କ ଭାଷଣରୁ ଏହି ବୈଠକ ଆରମ୍ଭ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ସହ ଶେଷ ହେବ। ଏହି ବୈଠକରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ସାଙ୍ଗଠନିକ କାର୍ଯ୍ୟକଳାପ ବାବଦରେ ରିପୋର୍ଟ ଦେବେ।


Also Read: BJP:ବିଦେଶରେ ପହଞ୍ଚିବ ଦଳୀୟ ନାରା; ଏପରି କାର୍ଯ୍ୟକ୍ରମ କରୁଛି ଦଳ


Also Read: Know about BJP: ୧୫୦ ଦେଶରେ ପହଞ୍ଚିବ ବିଜେପି ନାରା