BJP vs ShivSena: ଗତ ୧୦ ତାରିଖରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ମିଳିଥିବା ଝଟକାକୁ ନେଇ ସତର୍କ ହୋଇଉଠିଛି ଶିବ ସେନା। ଏହାକୁ ନଜରରେ ରଖି ଆସନ୍ତା ୨୦ ତାରିଖରେ ହେବାକୁ ଯାଉଥିବା ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ଦଳୀୟ ବିଧାୟକଙ୍କୁ ପୂର୍ବ ମୁମ୍ବାଇ ଏକ ହୋଟେଲକୁ ସ୍ଥାନାନ୍ତର କରିବାକୁ ଯୋଜନା କରିଛି ଶିବସେନା। ରାଜ୍ୟସଭା ବିଧାନ ପରିଷଦ ନିର୍ବାଚନରେ ବିଜେପି ବାଜି ମାରିବାର ସମ୍ଭାବନା ରହିଥିବାରୁ ଏପରି ନିଷ୍ପତ୍ତି ନେଇଛି ଶିବସେନା। 


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡ଼ି ସରକାରରେ ସାମିଲ ଥିବା ବିଭିନ୍ନ ଦଳ ପକ୍ଷରୁ ଦଳର ବିଧାୟକଙ୍କୁ ନେଇ ଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏନେଇ ମତ ରଖି ଶିବସେନା ନେକା ଅନୀଲ ଦେଶାଇ କହିଛନ୍ତି ଆସନ୍ତା ୨୦ ତାରିଖରେ ହେବାକୁ ଯାଉଥିବା ରାଜ୍ୟ ବିଧାନ ପରିଷଦ ନିର୍ବାଚନରେ ହେବାକୁ ଯାଉଥିବା ମତଦାନ ପ୍ରକ୍ରିୟା ଲାଗି ଆବଶ୍ୟକୀୟ ନିର୍ଦ୍ଦେଶ ଦଳୀୟ ବିଧାୟକଙ୍କୁ ଦିଆଯାଇଛି। ରାଜ୍ୟର ସମସ୍ତ ଛୋଟ ଦଳ ତଥା ସ୍ୱାଧିନ ବିଧାୟକ ମହାବିକାଶ ଅଘାଡ଼ି ମେଣ୍ଟକୁ ସମର୍ଥନ କରୁଛନ୍ତି। ଏହି ବୈଠକକୁ ଶିବସେନା ନେତା ବିନାୟକ ରାଉତ, ଏକନାଥ ସିନ୍ଧେ, ଅନିଲ ଦେଶାଇ,ଅନିଲ ପରବ, ସୁନୀଲ ପ୍ରଭୁ ସମ୍ବୋଧିତ କରିଥିଲେ। ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଶିବସେନା ନେତା କହିଛନ୍ତି ବିଧାନ ପରିଷଦ ନିର୍ବାଚନକୁ ନଜରରେ ରଖି ଦଳୀୟ ବିଧାୟକଙ୍କୁ ପୂର୍ବ ମୁମ୍ବାଇସ୍ଥିତ ରେନେସାଂ ହୋଟେଲ ଠାରେ ରଖିବାକୁ ଯୋଜନା କରିଛି ଦଳ। 


ମହାରାଷ୍ଟ୍ର ବିଧାନ ପରିଷଦର ୧୦ ଆସନ ଲାଗି ୧୧ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଆସନ୍ତା ୨୦ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ।


Also Read: Rajya Sabha Elections: ଉଦ୍ଧବଙ୍କ ନାକ ତଳୁ ସିଟ୍ ଝାମ୍ପିନେଲେ ଫଡନାଭିସ୍; ଜଳକା ରହିଗଲା ଶିବସେନା ଓ କଂଗ୍ରେସ


ଏହି ନିର୍ବାଚନ ଉପରେ ପ୍ରତିକ୍ରିୟା ରଖି ପୂର୍ବତନ ମହାରାଷ୍ଟ୍ର ବିଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ରାଓ ସାହେବ ଦାନବେ କହିଛନ୍ତି ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଧାନ ପରିଷଦ ନିର୍ବାଚନକୁ ନେଇ ଅନେକ ବିଚାରବିମର୍ଶ କରିବା ପରେ ଦଳ ୫ ଜଣ ପ୍ରାର୍ଥୀଙ୍କୁ ଛିଡ଼ା କରିଛି। ରାଜ୍ୟସଭା ଠାରୁ ବିଧାନ ପରିଷଦ ନିର୍ବାଚନରେ ଭିନ୍ନ ଭିନ୍ନ ରଣନୀତି ଆପଣାଇବ ବିଜେପି। ନିକଟରେ ଅନୁଷ୍ଠିଚ ହୋଇଥିବା ରାଜ୍ୟସଭା ନିର୍ବାଚନରେ ୩ ଜଣ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରାଜ୍ୟସଭା ନିର୍ବାଚନରେ ସେ   ମହାବିକାଶ ଅଘାଡ଼ି ମେଣ୍ଟକୁ ପରାସ୍ତ କରିଥିଲେ। ରାଜ୍ୟସଭା ନିର୍ବାଚନରେ ଯେଉଁ ରଣତୀତି ଆପଣାଯାଇଥିଲା ତାହା ଶିବସେନା ଜାଣିସାରିଛି। ବିଧାନ ପରିଷଦ ଆମେ ଭିନ୍ନ ଏକ ରଣନୀତି ଆପଣାଇବୁ।