ନୂଆଦିଲ୍ଲୀ: ଦେଶରେ ଖାଲି ପଡି଼ଥିବା ୩ ଲୋକସଭା ଏବଂ ୩୦ ବିଧାନସଭା ଆସନ ପାଇଁ  ଆସନ୍ତା ଅକ୍ଟୋବର ୩୦ ତାରିଖରେ ହେବ ଉପନର୍ବାଚନ। ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କରାଯାଇଛି ଘୋଷଣା। ଏହି ଦିନ  ଦାଦରା ନଗର ହାଭେଳୀ ଡାମନ ଡିଓ କେନ୍ଦ୍ରଶାସିତ ଅଞ୍ଚଳ, ମଧ୍ୟ ପ୍ରଦେଶର ଖଣ୍ଡୱା, ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନ ସମେତ ୧୪ ରାଜ୍ୟର ୩୦ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ।    


COMMERCIAL BREAK
SCROLL TO CONTINUE READING

ଏନେଇ ନିର୍ବାଚନ ଆୟୋଗ (Election Commission) ପକ୍ଷରୁ କୁହାଯାଇଛି ମହମାରୀ, ବନ୍ୟା, ପର୍ବପର୍ବାଣୀ, ଥଣ୍ଡା, ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ମିଳିଥିବା ପ୍ରତିକ୍ରିୟାକୁ ସମୀକ୍ଷା କରି ଦାଦରା ନଗର ହାଭେଳୀ ଡାମନ ଡିଓ (Dadra and Nagar Haveli & Daman and Diu) କେନ୍ଦ୍ରଶାସିତ ଅଞ୍ଚଳ, ମଧ୍ୟ ପ୍ରଦେଶର (Madhya Pradesh) ଖଣ୍ଡୱା (Khandwa), ହିମାଚଳ ପ୍ରଦେଶର (Himachal Pradesh) ମଣ୍ଡି ଲୋକସଭା (Mandi Lok Sabha) ଆସନରେ ସାନି ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛି। ଜାଣନ୍ତୁ ଆସନ୍ତା ଅକ୍ଟୋବର ୩୦ ତାରିଖରେ କେଉଁ ରାଜ୍ୟର କେତେ ବିଧାନସଭା ଆସନରେ ହେବ ଉପନିର୍ବାଚନ...  


  • ଆନ୍ଧ୍ର ପ୍ରଦେଶ-୧

  • ଆସାମ-୫

  • ବିହାର-୨

  • ହରିୟାଣା-୧

  • ହିମାଚଳ ପ୍ରଦେଶ-୩

  • କର୍ଣ୍ଣାଟକ-୨

  • ମଧ୍ୟ ପ୍ରଦେଶ-୩

  • ମହାରାଷ୍ଟ୍ର-୧

  • ମେଘାଳୟ-୩

  • ମିଜୋରାମ-୧

  • ନାଗାଲାଣ୍ଡ-୧

  • ରାଜସ୍ଥାନ-୨

  • ତେଲେଙ୍ଗାନା-୧

  • ପଶ୍ଚିମବଙ୍ଗ-୪